No Result
View All Result
0୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଡିସିଏମ୍ ଶ୍ରୀରାମ ଫାଉଣ୍ଡେସନ ପକ୍ଷରୁ ଦି ନଜ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ଇନୋଭେସନ୍ ଓ ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ଉପେଦଷ୍ଟାଙ୍କ କାର୍ଯ୍ୟାଳୟ ସହଯୋଗରେ ଆୟୋଜନ କରାଯାଇଥିବା ଡିସିଏମ୍ ଶ୍ରୀରାମ ଏଜିୱାଟର ଚ୍ୟାଲେଞ୍ଜର ଚାରି ଫାଇନାଲିଷ୍ଟ ଘୋଷଣା କରାଯାଇଛି । ୨୦୨୩ ଜୁନ୍ରେ ଆରମ୍ଭ ହୋଇଥିବା ଏହି ଚ୍ୟାଲେଞ୍ଜ ପାଇଁ ୧୪ଟି ପ୍ରଯୁକ୍ତି ପହଂଚିଥିଲା ଯାହାକୁ ଅନୁଶୀଳନ କରିବା ପରେ ଫାଇନାଲିଷ୍ଟ ଚିହ୍ନଟ କରାଯାଇଛି । ଜଳ ବ୍ୟବହାର ଦକ୍ଷତାରେ ଉନ୍ନତି ଆଣିବା ସହିତ ଧାନ, ଗହମ, ଆଖୁ ଓ କପା ଚାଷ କରୁଥିବା କ୍ଷୁଦ୍ରଚାଷୀଙ୍କ ଉତ୍ପାଦକତାରେ ଉନ୍ନତି ଆଣିବା ଲାଗି ଦେଶର କୃଷି ପ୍ରତିକୂଳ ସ୍ଥାନରେ ଏହି ପ୍ରଯୁକ୍ତିଗୁଡ଼ିକୁ ମୂତୟନ କରାଯାଇଥିଲା । ଇକୋସିଏଟ୍ କନସଲଟାଂଟ୍ ସହଯୋଗରେ ଦି ନଜ୍ ପ୍ରାଇଜ୍ ଟିମ୍ ପକ୍ଷରୁ ଏକ ମଧ୍ୟବର୍ତୀକାଳୀନ ଅନୁଶୀଳନ କରାଯିବା ପରେ ଚାରିଟି ଫାଇନାଲିଷ୍ଟ ଚିହ୍ନଟ କରାଯାଇଛି ।
ଚାରି ଫାଇନାଲିଷ୍ଟଙ୍କୁ ୨୪ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରାଯିବ । ଫାଇନାଲିଷ୍ଟ ଭାବେ ଚୟନ ହୋଇଥିବା ସଂସ୍ଥା ଇଏଫ୍ ପଲିମର ମୃତିକାର ଆର୍ଦ୍ରତା ବଜାୟ ରଖିବା ସହ ସେଥିରେ ଉନ୍ନତି ଆଣିବା କ୍ଷେତ୍ରରେ କାର୍ଯ୍ୟ କରୁଛି । ସେହିପରି କଲ୍ଟୱାଇଭେଟ୍ ଚାଷରେ ଜଳ ବ୍ୟବହାରରେ ଉନ୍ନତି ଆଣିବା ଲାଗି ସେବା ପ୍ରଦାନ କରୁଛି । ଇଣ୍ଡଷ୍ଟିଲ୍ ପକ୍ଷରୁ ଜଳସେଚନ ବ୍ୟବସ୍ଥାର ଅଟୋମେସନ କରାଯାଉଛି । ଫାଏଫାର୍ମର ପ୍ରଯୁକ୍ତିକୁ କୃଷିରେ ଜଳ ଦକ୍ଷତା ବଢ଼ାଇବାରେ ସହାୟକ ହେଉଛି । ଏହି ଚ୍ୟାଲେଞ୍ଜର ଚୂଡ଼ାନ୍ତ ପର୍ଯ୍ୟାୟ ଚଳିତ ବର୍ଷ ସେପ୍ଟେମ୍ବରରୁ ଆରମ୍ଭ ହେବ ଏବଂ ୨୦୨୫ ଫେବ୍ରୁଆରିରେ ବିଜେତା ଘୋଷଣା କରାଯିବ । ଫାଇନାଲିଷ୍ଟମାନଙ୍କୁ ମୋଟ ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ଯାହାକୁ ସେମାନେ ନିଜ ପ୍ରଯୁକ୍ତିକୁ ବ୍ୟାପକ କରିବାରେ ବ୍ୟବହାର କରିବେ । ସବୁଠୁ ପ୍ରଭାବଶାଳୀ ଓ ବ୍ୟାପକ ସମାଧାନକୁ ୨ କୋଟି ଟଙ୍କା ପ୍ରଦାନ କରାଯିବ ।
ଏ ସମ୍ପର୍କରେ ଡିସିଏମ୍ ଶ୍ରୀରାମ ଫାଉଣ୍ଡେସନର ସଭାପତି ଅମନ ପନ୍ନୁ କହିଛନ୍ତି ଯେ, “ଭାରତର କୃଷି ଅର୍ଥନୀତିର ମେରୁଦଣ୍ଡ ଭାବେ ପରିଚିତ କ୍ଷୁଦ୍ର ଚାଷୀମାନେ କୃଷି କ୍ଷେତ୍ରରେ ସାମ୍ନା କରୁଥିବା ଜଳ ଜନିତ ଆହ୍ୱାନର ମୁକାବିଲା କରିବା ଲକ୍ଷ୍ୟ ଦିଗରେ ଡିସିଏମ୍ ଶ୍ରୀରାମ ଏଜିୱାଟର ଆହ୍ୱାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ମଧ୍ୟବର୍ତାକାଳୀନ ଅନୁଶୀଳନ ସମ୍ଭାବ୍ୟ ଅତ୍ୟାଧୁନିକ ନବସୃଜନକୁ ସାମ୍ନାକୁ ଆଣିଛି ଯାହା ଜଳ ସଂରକ୍ଷଣ ଓ ଉତ୍ପାଦକତାରେ ଉନ୍ନତି ଆଣିବା ପ୍ରତି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବାର ପ୍ରତିଶ୍ରୁତି ରଖିଛନ୍ତି । ଏହି ଅନୁଶୀଳନ ପର୍ଯ୍ୟାୟ ବେଶ୍ ବ୍ୟାପକ ଥିଲା ଯାହା ଦୁଇ ମାସ ଧରି ଚାଲିଥିବା ଓ ୮ଟି ରାଜ୍ୟରେ କ୍ଷେତ୍ର ପରିଦର୍ଶନ କରାଯାଇଥିଲା । ପରିଦର୍ଶନ ବେଳେ ଚୟନ କରାଯାଇଥିବା ପ୍ରଯୁକ୍ତିକୁ ଅନୁଶୀଳନ କରାଯାଇଥିଲା ଓ ତାହାର ପ୍ରଭାବ ବିଷୟରେ ଜାଣିବା ଲାଗି ଶତାଧିକ ଚାଷୀଙ୍କ ସହ ଆଲୋଚନା କରାଯାଇଥିଲା ।
ଏହି ସମସ୍ୟାର ସମାଧାନ କରିଥିବା ଏବଂ ଅନୁଦାନ ମାଇଲଖୁଂଟ ଅତିକ୍ରମ କରିଥଇବା ଚାରି ବିଜେତା ସଂସ୍ଥାଙ୍କୁ ମୁଁ ଅଭିନନ୍ଦନ ଜଣାଇବାକୁ ଚାହୁଛି । ଆମେ ଚୂଡ଼ାନ୍ତ ପର୍ଯ୍ୟାୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଆମେ ଏହି ପ୍ରଯୁକ୍ତିକୁ ବ୍ୟାପକ ହେବା ଏବଂ ସାରା ଦେଶର କୋଟି କୋଟି ଚାଷୀଙ୍କ ଜୀବନରେ ଅର୍ଥପୂର୍ଣ୍ଣ ପରିବର୍ତନ ଆଣୁଥିବା ଦେଖିବାକୁ ଚାହୁଁଛୁ ।” ଦି ନଜ୍ ପ୍ରାଇଜ୍ର ନିର୍ଦ୍ଦେଶକ କନିଷ୍କ ଚାଟାର୍ଜୀ କହିଛନ୍ତି ଯେ, “ଭାରତର କ୍ଷୁଦ୍ର ଚାଷୀଙ୍କ ଭବିଷ୍ୟତ ପାଇଁ ପ୍ରଭାବଶାଳୀ ଜଳ ଉପଯୋଗିତାରେ ନବସୃଜନ ଜରୁରୀ । କୃଷି-ଜଳ ଆହ୍ୱାନ ପାଇଁ ସମାଧାନ ବିକାଶ କରିବାରେ ଅଗ୍ରଗତି ହୋଇଥିବା ବେଳେ ନାମମାତ୍ର ଚାଷୀମାନଙ୍କ ପାଇଁ ସୁଲଭ ଓ ସହଜରେ ମିଳୁଥିବା ମଡେଲ୍ର ଅଭାବ ରହିଛି ।
ଡିସିଏମ୍ ଶ୍ରୀରାମ ଏଜିୱାଟର ଚ୍ୟାଲେଞ୍ଜର ମଧ୍ୟବର୍ତୀକାଳୀନ ଅନୁୀଳନ ଏହା ଜଣାଉଛି ଯେ ଜମି ଉତ୍ପାଦକତା, ମୂଲ୍ୟ ଓ ବଜାର ସ୍ତିରତା ଭଳି ଜଟିଳ ଜଳ ଆହ୍ୱାନର ମୁକାବିଲା କରିବା ଲାଗି ସମ୍ଭବ ଓ ବ୍ୟାପକ ସମାଧାନ ରହିଛି । ଏହି ସବୁ ସମସ୍ୟାଗୁଡ଼ିକର ମୁକାବିଲା ଲାଗି କୃଷି ପ୍ରଯୁକ୍ତି ସଂସ୍ଥାଗୁଡ଼ିକୁ ଦ୍ରୁତ ଗତିରେ ନବସୃଜନ ଆଣିବା, ପ୍ରଦର୍ଶନ ଓ କାର୍ଯ୍ୟକାରୀ କରିବା ଲାଗି ଉତ୍ସାହିତ କରିବା ପାଇଁ ଏହି ଚ୍ୟାଲେଞ୍ଜକୁ ପ୍ରସ୍ତୁତ କରାଯାଇଛି । କୃଷିରେ ଜଳ ଉତ୍ପାଦକତାରେ ଉନ୍ନତି ଆଣି ସାରା ଭାରତର ୧୫୦ ନିୟୁତରୁ ଅଧିକ କ୍ଷୁଦ୍ର ଚାଷୀଙ୍କ ଜୀବନରେ ଉନ୍ନତି ଆଣିବାର ଶକ୍ତି ଏହି ନବସୃଜନରେ ରହିଛି ।”
No Result
View All Result