No Result
View All Result
ବାଲୁଗାଁ ମହାବିଦ୍ୟାଳୟର ୪୪ତମ ପ୍ରତିଷ୍ଠା ଦିବସ
0୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :-> ବାଲୁଗାଁ ମହାବିଦ୍ୟାଳୟର ୪୪ତମ ପ୍ରତିଷ୍ଠା ଦିବସ ସମାରୋହ ରବିବାର ପରିଚାଳନା ପରିଷଦର ସଭାପତି ଇଂ ପ୍ରବାସ କୁମାର ସୁନ୍ଦରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ସମାରୋହ ଉଦଘାଟନ କରିବା ପରେ ସେମାନଙ୍କୁ ମହାବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯlଇଥିଲା l ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିବା ପରେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ l
ଏହାପରେ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧି ସ୍ୱାଗତ ଭାଷଣ ଓ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ l ମୁଖ୍ୟ ବକ୍ତାଭାବେ ଯୋଗଦେଇ ପୁରୀ ଲୋକସଭା ସାଂସଦ ଡାକ୍ତର ସମ୍ବିତ ପାତ୍ର ଛାତ୍ର ଛାତ୍ରୀମାନଙ୍କୁ ଅଧ୍ୟବସାୟୀ ଓ ଅଧ୍ୟୟନଶୀଳ ହେବାକୁ ପରାମର୍ଶ ଦେଇଥିଲେ l ମୁଖ୍ୟ ଅତିଥିଭାବେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ମହାବିଦ୍ୟାଳୟର ଶୈକ୍ଷିକ ଉତ୍କର୍ଷତା, ନାକ ମାନ୍ୟତା ଓ ଗୁଣାତ୍ମକ ବିକାଶ ପାଇଁ ବର୍ତ୍ତମାନଓ ପୁରାତନ ଛାତ୍ରଛାତ୍ରୀ ମାନଙ୍କର ସହଭାଗିତା କାମନା କରିଥିଲେ l
ଏଥି ସହ ଭବିଷ୍ୟତ ଲକ୍ଷ୍ୟ ହାସଲ କରିବାକୁ ହେଲେ ଛାତ୍ରୀଛାତ୍ରଙ୍କ ଦୃଢ଼ ଇଚ୍ଛା ଶକ୍ତି ଏକାନ୍ତ ଅପରିହାର୍ଯ୍ୟ ବୋଲି ପରାମର୍ଶ ଦେଇଥିଲେ l ଏହି ଅବସରରେ ପ୍ରାକ୍ତନ ଚିଲିକା ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ ରାଷ୍ଟ୍ର ଗଠନରେ ଶିକ୍ଷାର୍ଥୀ ଓ ଶିକ୍ଷକ ମାନଙ୍କର ପ୍ରତିବଦ୍ଧତା ଉପରେ ଗୁରୁତ୍ୱ ଦେଇଥିଲେ l ଚିଲିକା ପଂଚାୟତ ସମିତି ଅଧ୍ୟକ୍ଷା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କର ଶୈକ୍ଷିକ ପ୍ରଗତି ପାଇଁ ଆହ୍ୱାନ ଦେଇଥିଲେ l ଏହାପରେ ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକଙ୍କୁ ମୁଖ୍ୟ ଅତିଥି ପୃଥ୍ୱୀରାଜ ହରିଚନ୍ଦନ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ଓ ପ୍ରତ୍ୟୁତ୍ତରରେ ପ୍ରଫେସର ପଟ୍ଟନାୟକ ମହାବିଦ୍ୟାଳୟରେ ବିତାଇଥିବା ସ୍ମରଣୀୟ ଘଟଣା ଆଲ ..?
No Result
View All Result