ଓଡିଶା ତାଜା ନ୍ୟୁଜ୍ ( ୧୪ ଅଗଷ୍ଟ ଶୁକ୍ରବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅନ୍ତର୍ଗତ ଡ. କର୍ଲାଖୁଣ୍ଟା ପଞ୍ଚାୟତ ର ପାଜିବହାଲି ଛକ ରେ ଥିବା ଯାତ୍ରୀ ବିଶ୍ରାମାଗାର ଅବସ୍ଥା ଅତି ଦୟନୀୟ।ଏଠାରେ ଥିବା ବିଶ୍ରମାଗାର୍ ର ଛାତ୍ କିଛି ଅଂଶ ଭୁଶୁଡ଼ି ପଡ଼ିଥିବା ବେଳେ ଆଉ କିଛି ଅଂଶ ଫାଟି ଆଁ କଲାଣି।
କେତେବେଳେ ଯେ କାହା ଜୀବନ ଚାଲିଯିବା କିଛି କହିବନି। କିନ୍ତୁ ଏଥି ପ୍ରତି କାହାର ନିଘା ନାହିଁ।ଏହି ଛକ ତିନି ଟି ଜିଲ୍ଲା କୁ ସଂଯୋଗ କରୁଛି ଏବଂ ଏଠାରେ ପ୍ରାୟ ୫୦ ରୁ ଅଧିକ ଯାତ୍ରୀ ଅଟକି ଥାଆନ୍ତି। ପ୍ରାୟତଃ ବର୍ଷା ଦିନେ ଏଠାରେ ଅଧିକାଂଶ ବାଟୋଇ ବର୍ଷା ରୁ ରକ୍ଷା ପାଇବା ପାଇଁ ଆଶ୍ରୟ ନେବାକୁ ଏଠାକୁ ଆସିଥାନ୍ତି ।
କିନ୍ତ ଛାତ ର ଅବସ୍ଥା ଦେଖି ଲୋକେ ସେଇଠି ଆଶ୍ରୟ ନେବା ବଦଳରେ ପାଖରେ ଥିବା ଗଛ ଗୁଡି କରେ ଲୋକେ ଆଶ୍ରୟ ନେଇଛନ୍ତି। ଏଣୁ ଯାତ୍ରୀ ଙ୍କ ସୁରକ୍ଷା ଦୃଷ୍ଟକୋଣରୁ ଏହି ବିଶ୍ରମାଗାର ର ମରାମତି କିମ୍ବା ଅନ୍ୟତ୍ର ଜାଗାରେ ନୃତନ ଗୃହ କାର୍ଯ୍ୟ କରିବାକୁ ଯାତ୍ରୀ ମାନେ ପ୍ରଶାସନ କୁ ଅନୁରୋଧ କରିଛନ୍ତି। (ରିପୋର୍ଟ – ଛାୟାକାନ୍ତ ନାଏକ)