No Result
View All Result
0୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ -ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ଫୁଲନଖରା ଛକ ନିକଟରେ ଥିବା ଲକ୍ଷେଶ୍ୱର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ରବିବାର ଅନୁଷ୍ଠିତ ହୋଇଥିଲା । ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସପାଲ ଯଶୋଧାରା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିଷ୍ଠା ଦିବରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ।
ଏଥିରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠାତା ତଥା କଟକ ନଗର ବିଜେପି ଉପ ସଭାପତି ସ୍ୱାଧିନ ଚେତା ମହାନ୍ତି , ସିଏମସି ୫୯ ନମ୍ବର ୱ।ର୍ଡ଼ କର୍ପୋରେଟର ମମତା ମହାନ୍ତି, ଅଲ ଓଡିଶା ରିପୋଟର୍ସ ଆସୋସିଏସନ ରାଜ୍ୟ ସଭାପତି ସାମ୍ବାଦିକ ଶୁଧାଶୁଂ ଶେଖର ରାଉତ , ୫୧ ନମ୍ବର ୱ।ର୍ଡ଼ର କର୍ପୋରେଟର ରାକେଶ ସ୍ୱାଇଁ , ବିପ୍ର ଚରଣ ଭୋଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ମୁଖ୍ୟ ଅତିଥି ବିଧାୟକ ଶ୍ର ସେଠୀ ଲକ୍ଷେଶ୍ୱର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ,ଅଧ୍ୟାପିକା ଏବଂ କର୍ମଚାରୀ ମାନେ କମ ଦରମା ପାଉଥିଲା ବେଳେ ସେମାନଙ୍କ ଶିକ୍ଷାର୍ଥୀ ମାନଙ୍କୁ ଉତ୍ତମ ପାଠ ପଢ଼ାଇବାରେ ଅବହେଳା କରି ନାହାଁନ୍ତି । ଏହି ବିଦ୍ୟାଳୟରେ ଅଧ୍ୟୟନ କରି ଯାଇଥିବା ଛାତ୍ରୀ ମାନେ ବହୁ ସୁନାମ ଅର୍ଜୁନ କରିବା ସହ ବଡ଼ କଲେଜରେ ଅଧ୍ୟୟନ କରିବାର ସୁଯୋଗ ପାଇ ପାରିଛନ୍ତି ବୋଲି କହିଥିଲେ । ସମସ୍ତ ଅତିଥି ମାନଙ୍କୁ ଅଧ୍ୟକ୍ଷା ଯଶୋଧାରା ମହାପାତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ଅତିଥି ମାନଙ୍କୁ ସ୍ଥାନୀୟ କର୍ପୋରେଟର ମମତା ମହାନ୍ତି ସମ୍ବର୍ଦ୍ଧନା ଜଣାଥିଲେ । ଉକ୍ତ ପ୍ରତିଷ୍ଠା ଦିବସରେ ସମସ୍ତ ଅଧ୍ୟାପିକା ଏବଂ କର୍ମଚାରୀ ମାନେ ସହଯୋଗ କରିଥିଲେ ।

No Result
View All Result