• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆପୋଲୋ ହସ୍ପିଟାଲ୍‌ସ ନଭି ମୁମ୍ବାଇ ପକ୍ଷରୁ ରେୟାର-କେୟାର କ୍ଲିନିକ୍‌ର ଶୁଭାରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
August 30, 2024
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ଆପୋଲୋ ହସ୍ପିଟାଲ୍‌ସ ନଭି ମୁମ୍ବାଇ ପକ୍ଷରୁ ରେୟାର-କେୟାର କ୍ଲିନିକ୍‌ର ଶୁଭାରମ୍ଭ
Share on FacebookShare on TwitterWhatsapp

୨୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବିରଳ କ୍ୟାନସର ରୋଗରେ ପୀଡ଼ିତ ରୋଗୀମାନଙ୍କ ମନରେ ରହିଥିବା ଅନିଶ୍ଚିତତା ଓ ଭୟ ଦୂର କରିବା ସହ ସେମାନଙ୍କୁ ସଠିକ୍ ନିଦାନ ଓ ଯତ୍ନ ପ୍ରଦାନ କରିବା ଲାଗି ଆପୋଲୋ ହସ୍ପିଟାଲ୍‌ସ ନଭି ମୁମ୍ବାଇ ପକ୍ଷରୁ ରେୟାର- କେୟାର କ୍ଲିନିକ୍‌ର ଶୁଭାରମ୍ଭ କରାଯାଇଛି । ବିରଳ କ୍ୟାନସର ରୋଗୀମାନେ ସାମ୍ନା କରୁଥିବା ଆହ୍ୱାନ ପାଇଁ ଏହା ବ୍ୟାପକ ସମାଧାନ ପ୍ରଦାନ କରିବ । ରେୟାର କ୍ୟାନସର ହେଉଛି ଏକ ବିରଳ ରୋଗ ଯାହା ପ୍ରତି ଏକ ଲକ୍ଷରେ ୬ ଜଣଙ୍କୁ ହୋଇଥାଏ । ମୋଟ କ୍ୟାନସର ମାମଲାର ୨୦ ପ୍ରତିଶତ ରୋଗୀ ଏହି ରୋଗରେ ପୀଡ଼ିତ । ନିଦାନ ଓ ଚିକିତ୍ସାକୁ ନେଇ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ଉପଲବ୍ଧ ନଥିବାରୁ ଏହି ରୋଗୀମାନେ ବେଶ୍ ଅନିଶ୍ଚିତତା ଭିତରେ ରହିଥାନ୍ତି । ଡେସ୍‌ମଏଡ୍ ଟ୍ୟୁମର୍‌, ଚର୍ମ କ୍ୟାନସର୍‌, ଗର୍ଭଧାରଣ ଜନିତ କ୍ୟାନସର, ଏଲ୍‌ଜିବିଟିକ୍ୟୁ+ ବର୍ଗଙ୍କୁ ହେଉଥିବା କ୍ୟାନସର୍‌, ନ୍ୟୁରୋ ଏଣ୍ଡୋକ୍ରାଇନ୍ ଟ୍ୟୁମର, ଜନ୍ମଗତ କିମ୍ବା ବଂଶଜ କାନସର୍‌, କିଶୋରାବସ୍ଥା କ୍ୟାନସର ରେୟାର କ୍ୟାନସର୍ ରୋଗ ମଧ୍ୟରେ ରହିଛି ।

ଆପୋଲୋ ହସ୍ପିଟାଲ୍‌ସ ନଭି ମୁମ୍ବାଇର ମେଡିକାଲ୍ ଆଣ୍ଡ୍ ପ୍ରେସିସନ୍‌ ଅଙ୍କୋଲୋଜିର ଲିଡ୍ ଡାକ୍ତର ଜ୍ୟୋତି ବାଜପାୟୀ କହିଛନ୍ତି ଯେ, “ରେୟାର କ୍ୟାନସର୍ ମାମଲାରେ ଆଗୁଆ ନିଦାନ ଜରୁରୀ କାରଣ ତାହାର ଲକ୍ଷଣକୁ ସାଧାରଣରେ ଅନ୍ୟ କିଛି ବୋଲି ଧରି ନିଆଯାଏ । ସୋସାଇଟି ଅଫ୍‌ ଇମ୍ୟୁନୁ ଥେରାପି ଇନ୍ କ୍ୟାନସର୍ସ (ଏସ୍‌ଆଇଟିସି), ୟରୋପିଆନ୍‌ ସୋସାଇଟି ଅଫ୍ ମେଡିକାଲ୍ ଅଙ୍କୋଲୋଜି (ଇଏସ୍‌ଏମ୍‌ଓ) ଭଳି ସଂସ୍ଥା ସହିତ ଯୋଡ଼ିହେବା ଏବଂ ସାରକୋମାସ୍ ଓ ଓମେନ୍ ଫର ଅଙ୍କୋଲୋଜିର କୋର୍ କମିଟି ସଦସ୍ୟ ଭାବେ ମୋ’ ପାଖରେ ବିରଳ କ୍ୟାନସର୍ ରୋଗର ନିଦାନ ଓ ଚିକିତ୍ସା ଅଭିଜ୍ଞତା ରହିଛି । ଏହା ଦ୍ୱାରା ଶୀଘ୍ର ସଠିକ୍ ଚିିକିତ୍ସା ଆରମ୍ଭ ହୋଇଥାଏ ଯାହା ଫଳରେ ରୋଗୀଙ୍କୁ ସୁହାଇବା ଭଳି ଫଳାଫଳ ମିଳିଥାଏ । ପ୍ରତିଟି ରୋଗୀଙ୍କୁ ସୁହାଇବା ଭଳି ଚିକିତ୍ସା ପଦ୍ଧତି ବିକାଶ କରିବା ପାଇଁ ଆମ କ୍ଲିନିସିଆନ୍‌ଙ୍କ ଟିମ୍ ରୋଗୀଙ୍କ ସହ ମିଶି କାର୍ଯ୍ୟ କରୁଛି ଯେଉଁଥିରେ ରୋଗୀଙ୍କ ସ୍ୱତନ୍ତ୍ର ଆବଶ୍ୟକତା ଓ ଚିକିତ୍ସା ବିଚାରକୁ ନିଆଯାଉଛି ।”

ଆପୋଲୋ ହସ୍ପିଟାଲ୍‌ସର ଅଙ୍କୋଲୋଜି ନିର୍ଦ୍ଦେଶକ ଏବଂ ହେଡ୍ ଓ ନେକ୍ ଅଙ୍କୋଲୋଜିର ବରିଷ୍ଠ କନସଲଟାଂଟ୍ ଡାକ୍ତର ଅନିଲ ଡି’କ୍ରୁଜ୍‌ କହିଛନ୍ତି ଯେ, “ସାରା ବିଶ୍ୱରେ କ୍ୟାନସର୍ ମାମଲା ସଂଖ୍ୟା ବଢ଼ୁଛି ଯାହା ୨୦୧୨ରେ ୧୨ ନିୟୁତ ମାମଲାରୁ ୨୦୧୮ରେ ୧୮ ନିୟୁତକୁ ଏବଂ ୨୦୨୦ରେ ୧୯.୩ ନିୟୁତକୁ ବୃଦ୍ଧି ପାଇଛି । ଭାରତର କ୍ୟାସନର ରେଜିଷ୍ଟ୍ରିରେ ମଧ୍ୟ ସମାନ ଧାରା ଦେଖିବାକୁ ମିଳିଛି । ଆପୋଲୋ କ୍ୟାନସର ସେଂଟର ରୋଗୀମାନଙ୍କୁ ଅଙ୍ଗ ଅନୁଯାୟୀ ସ୍ୱତନ୍ତ୍ର ସେବା ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ମାନର ଉନ୍ନତ ଭିତିଭୂମି ଓ କ୍ଲିନିସିଆନ୍ ପ୍ରଦାନ କରି କ୍ୟାନସର ଚିକିତ୍ସାରେ ସେମାନଙ୍କୁ ବିଶ୍ୱାସ ଦେଉଛି ଯାହା ଆମ ପାଖକୁ ଆସୁଥିବା ରୋଗୀଙ୍କୁ ଶ୍ରେଷ୍ଠ ଫଳାଫଳ ପ୍ରଦାନ କରୁଛି । ସବୁଠୁ ସ୍ୱତନ୍ତ୍ର ଓ ବିରଳ କ୍ୟାନସର ମାମଲାରେ ବ୍ୟକ୍ତିଗତ ସୁହାଇବା ଭଳି, ବିବିଧ ଶୃଙ୍ଖଳାର ଯତ୍ନକୁ ସୁନିଶ୍ଚିତ କରିବା ପାଇଁ ଆମ ସମର୍ପଣ ଭାବର ପ୍ରମାଣ ହେଉଛି ରେୟାରକେୟାର କ୍ଲିନିକ୍ ।

ଆମେ ରୋଗୀ ଓ ସେମାନଙ୍କ ପରିବାର ପାଇଁ କ୍ୟାନସର୍ ରୋଗ ଚିକିତ୍ସାରେ ରୂପାନ୍ତରଣ ଆଣିବାକୁ ଲକ୍ଷ୍ୟ ରଖିଛୁ ।” ଆପୋଲୋ ହସ୍ପିଟାଲ୍‌ର ଆଂଚଳିକ ସିଇଓ-ୱେଷ୍ଟର୍ଣ୍ଣ ରିଜିଅନ୍‌ ଶ୍ରୀ ଅରୁଣେଷ ପୁନିତା କହିଛନ୍ତି ଯେ, “ବିରଳ କ୍ୟାନସର୍ ରୋଗରେ ପୀଡ଼ିତ ଲୋକମାନେ ସାମ୍ନା କରୁଥିବା ଭୟ, ଅନିଶ୍ଚିତତା ଓ ଅଧିକାଂଶ ସମୟରେ ଭୋଗୁଥିବା ଏକଲାପଣକୁ ଆମେ ଭଲ ଭାବେ ଜାଣିଛୁ । ସେଥିପାଇଁ ଆମେ ଏହି ରେୟାର-କେୟାର କ୍ଲିନିକ୍ ସ୍ଥାପନ କରିଛୁ ଯେଉଁଠାରେ ସେମାନେ ସ୍ୱତନ୍ତ୍ର ଓ ଉନ୍ନତ ଚିକିତ୍ସା ସୁବିଧା ପାଇବା ସହିତ ସେମାନଙ୍କ ସହିତ ପ୍ରତିଟି ସ୍ତରରେ ଏକ ଦୟାବାନ ଟିମ୍ ରହିବ । ଭାରତରେ କ୍ୟାନସର ବିରୋଧୀ ଲଢ଼େଇ କ୍ଷେତ୍ରର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ବିଶ୍ୱସ୍ତରୀୟ କ୍ୟାନସର ସେବା ପ୍ରଦାନ କରିବାରେ ଆପୋଲା ହସ୍ପିଟାଲ୍‌ସର ଅତୁଟ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି ଯାହା ମୂଳରେ ରହିଛି ମାନବିକତା ଓ ଦୟା ଭାବ ।”

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

May 5, 2026
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
Brutal Crime in Nasrapur Sparks Outrage : Accused Arrested

Brutal Crime in Nasrapur Sparks Outrage : Accused Arrested

May 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

May 5, 2026
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version