No Result
View All Result
୨୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଛତିଆ :-> ତାଙ୍କ ସହ ସମ୍ପର୍କ ବହୁତ ଭଲ….କେହି ମୋର କିଛି କରି ପାରିବନି….ମୁ ବି ପଲିଟିକ୍ସ କରୁଛି. ମୋ ଠାରୁ କଣ ଅଧିକ ପଲିଟିକ୍ସ କରିପାରିବ…. ଏମିତି କହି ସ୍ଥାନୀୟ ବିକ୍ଷୋଭକାରୀଙ୍କୁ ଧମକ ଦେଉଛନ୍ତି ଡାକ୍ତର ମହାଶୟ. ହଁ ଆଜ୍ଞା ଏ ହେଉଛନ୍ତି ଛତିଆ ପିଏଚସିର ଡାକ୍ତର ଅଶୋକ ମିଶ୍ର. ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ହେବ ଏଠାରେ ରହିବା ପରେ ଅର୍ଥାତ୍ ଦି ଦିଇଟା ସରକାରଙ୍କ ଅଧିନରେ ରହି ଡାକ୍ତର ମିଶ୍ରଙ୍କ ଚେର ବି ମୋଟା ହେଇଗଲାଣି. ମେଡିକାଲକୁ ତାଙ୍କର ଆସିବା ନ ଆସିବା ନେଇ କେହି କିଛି ଉଖାଡି ପାରିବେନି. ଏ କଥା ଆମେ କହୁନୁ,
ନିଜେ ଡାକ୍ତର ମିଶ୍ର କହିଛନ୍ତି. ଜାତୀୟ ରାଜପଥ ୧୬ ପାର୍ଶ୍ଵରେ ଛତିଆରେ ଅବସ୍ଥିତ ଏହି ପିଏଚସିର. ଆଖପାଖ ଅଞ୍ଚଳର ୧୦ହଜାର ଲୋକଙ୍କ ଭରସା ରହିଛି ଏହି ମେଡିକାଲ ଉପରେ. ଖାଲି ଏତିକି ନୁହେଁ NH କଡରେ ଥିବାରୁ ଅନେକ ସମୟରେ ଦୁର୍ଘଟଣା ଜନିତ ରୋଗୀ ଆସିଥାନ୍ତି. କିନ୍ତୁ ସ୍ଥାନୀୟ ଲୋକଙ୍କ କହିବାନୁସାରେ ଡାକ୍ତର ମିଶ୍ରଙ୍କ ଆସିବା ପରେ ଏହି ପିଏଚସି ସତେ ଯେମିତି କୋମାକୁ ଚାଲି ଯାଇଛି. କାରଣ ଏଠି ରୋଗୀ ସେବା ନାଆଁରେ ଡାକ୍ତରଙ୍କ ରାଜନିତି ଅଧିକ. କେହି କିଛି ଅଭିଯୋଗ କଲେ ସବୁ ପ୍ରକାର ଭୟ ଦେଖାଇବାକୁ ପଛେଇ ନଥାନ୍ତି ଡାକ୍ତର ଅଶୋକ ମିଶ୍ର.
ହଁ ଡାକ୍ତର ମହାଶୟଙ୍କର ଆଉ ଗୋଟିଏ ଗୁଣ ବି ଅଛି, ସେ କାଳେ ଧ୍ୟାନରେ, କେତେବେଳେ କାହାର କଣ ଘଟିବ ବା ଘଟୁଛି ସବୁ ଜାଣି ପାରନ୍ତି ବୋଲି କହିବା ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଧମକେଇବାକୁ ପଛେଇନାହାନ୍ତି. ଛତିଆ ପିଏଚସିର ଡାକ୍ତର ଅଶୋକ ମିଶ୍ର ବଡଚଣା ସିଏଚସିରେ ମଧ୍ଯ ଯେବେଠାରୁ ଅତିରିକ୍ତ ଦାୟିତ୍ବରେ ରହିଲେଣି, ସେବେଠାରୁ ଅନେକ ବେଆଇନ କାର୍ଯ୍ୟକୁ ନେଇ ସମାଲୋଚନାର ଶିକାର ହେଇ ଆସୁଛନ୍ତି. ତେବେ ତୁରନ୍ତ ଡାକ୍ତର ଅଶୋକ ମିଶ୍ରଙ୍କ ବଦଳି ଦାବି ହେଉଥିବା ବେଳେ ଦେଖାଯାଉ ଏଭଳି କରିତକର୍ମା ଡାକ୍ତରଙ୍କ ପାଇଁ ବର୍ତ୍ତମାନର ବିଜେପି ସରକାର ବଦନାମ ହେଉଛନ୍ତି ନା ମିଶ୍ର ବାବୁଙ୍କ ବଇଁଶି ବଜାଉଛନ୍ତି ମୋହନ.
No Result
View All Result