No Result
View All Result
୨୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> ପୁରୀ-କୋଣାର୍କ ବେଳାମାର୍ଗ ରାସ୍ତା ଇକୋ ରିଟ୍ରିଟ ନିକଟରେ ଯାନବାହାନ ପାର୍କିଂ କରୁଛି। ପର୍ଯ୍ୟଟକଙ୍କୁ ନେଇ ଆସୁଥିବା ବସ୍,କାର,ଅଟୋ ରାସ୍ତା ପାର୍ଶ୍ୱରେ ପାର୍କିଂ ଫଳରେ ଦୈନିକ ଛୋଟବଡ ଦୂର୍ଘଟଣା ବଢ଼ିବାରେ ଲାଗିଛି। ରାସ୍ତା ଦୁଇ ପାର୍ଶ୍ବରେ ଜବରଦଖଲ ବଢ଼ିବାରେ ଲାଗିଛି। ଉଠା ବ୍ୟବସାୟୀମାନେ ପରିବେଶ ପ୍ରଦୂଷିତ କରିବାରେ ଲାଗିଛନ୍ତି। ବିଶେଷକରି ସକାଳ ଓ ସଂଧ୍ୟା ସମୟରେ ଏହି ରାସ୍ତା ଦେଇ ଯାତାୟାତ ଅସମ୍ଭବ ହୋଇପଡିଛି। ସଂଧ୍ୟା ହେଲେ ନିଶାଖୋରଙ୍କ ଉପଦ୍ରପ ବଢ଼ିବାରେ ଲାଗିଛି । ବନବିଭାଗ ବାରଣ ସତ୍ତ୍ୱେ ବାଲୁଖଣ୍ଡ ଅଭୟାରଣ୍ୟରେ ଭୋଜି କରୁଥିବାରୁ ଅନେକ ସମୟରେ ନିଆଁ ଲାଗି ଗଛପତ୍ର ସବୁ ଜଳି ଯାଉଛି ।
ଇକୋ ରିଟ୍ରଟ ତିନି ମାସ ଚାଲୁଥିବାବେଳେ ଅନ୍ୟ ସମୟରେ ବର୍ଷ ତମାମ ଏଠାରେ ଯାନବାହାନ ପାର୍କିଂ କରୁଛି। ପର୍ଯ୍ୟଟକମାନେ ଏଠାରେ ବିପଦପୂର୍ଣ୍ଣ ଭାବେ ସମୁଦ୍ର ସ୍ନାନ କରୁଥିବା ଦେଖିବାକୁ ମିଳୁଛି। ଏଠାରେ ଲାଇଫ ଗାର୍ଡ ନିୟୋଜିତ ହୋଇନଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଲଘୁଚାପ ସମୟରେ ସମୁଦ୍ର କୂଳ ଲଙ୍ଘିବା ସହିତ ପୁରୀ କୋଣାର୍କ ମୁଖ୍ୟ ରାସ୍ତା ପାର୍ଶ୍ୱକୁ ଚାଲିଆସୁଛି। ବେଳାମାର୍ଗ ମୁଖ୍ୟ ରାସ୍ତା ଏବେ ବିପଦ ପୁର୍ଣ ଅବସ୍ଥାରେ ରହିଥିବାବେଳେ ରାସ୍ତା ପାର୍ଶ୍ବରେ ନିର୍ମାଣ ହୋଇଥିବା ସୁରକ୍ଷା ବାଡ଼ ମଧ୍ୟ ଅସୁରକ୍ଷିତ ହୋଇପଡିଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି । 
No Result
View All Result