No Result
View All Result
୨୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :-> ଶୀତଳ ଭଣ୍ଡାର ଉଦଘାଟନ କୁ ବିରୋଧ । ଉଦଘାଟନ ହେଲା ଭଣ୍ଡୁର। ସୂଚନାରୁ ଜଣାପଡିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀ ୨୪ନମ୍ବର ଜିଲ୍ଲା ପରିଷଦ ଜୋନର ସିକୋ,ହଜ ଓ ଶଗଡଭଗାଂ ଗ୍ରାମପଞ୍ଚାୟତ ରେ ତତ୍କାଳୀନ ସରକାର ତିନ ଶୀତଳ ଭଣ୍ଡାର କରିବା ପାଇଁ ୧୦.୫୦.୦୦୦ ଟଙ୍କା ଅନୁଦାନ ଦେଇଥିଲେ ଏବଂ ସରପଞ୍ଚ ପାଣ୍ଠିରୁ ଅନୁଦାନ ୪,୫୦,୦୦୦ ଟଙ୍କା ଖର୍ଚ୍ଚ କରି ଶୀତଳ ଭଣ୍ଡାର ନିର୍ମାଣ କାର୍ଯ୍ୟ ସରିଥିଲା।ନିର୍ବାଚନ ଆଚରଣବିଧି ଯୋଗୁଁ ନାହିଁ ର୍ମାଣାଧିନ ଶୀତଳ ଭଣ୍ଡାର ଉଦଘାଟନ ହୋଇ ପାରିନଥିଲା ।

ଏବେ ରାଜ୍ୟରେ ବିଜେପି ସରକାର ଅଛି । ଆଜି ଭୂବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀ ଏହି ତିନୋଟି ଗ୍ରାମପଞ୍ଚାୟତ ରେ ନିର୍ମାଣ ହୋଇଥିବା ଶୀତଳ ଭଣ୍ଡାର ଉଦଘାଟନ କରିବା କାର୍ଯ୍ୟକ୍ରମ ଥିଲା । ଏହି ଉଦଘାଟନ କାର୍ଯ୍ୟକ୍ରମ କୁ ସ୍ଥାନୀୟ ତିନୋଟି ଗ୍ରାମପଞ୍ଚାୟତ ସରପଞ୍ଚ, ସମିତିସଭ୍ୟ ଓ ସ୍ଥାନୀୟ ବେଗୁନିଆ ବିଧାୟକଙ୍କୁ ନିମନ୍ତ୍ରଣ ନଥିବାରୁ ଉଦଘାଟନ କୁ ବିରୋଧ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା ଏବଂ ଶତାଧିକ ଲୋକେ ରୁଣ୍ଡ ହୋଇ ପ୍ରତିବାଦ କରିଥିଲେ ।

ଘଟଣା ସ୍ଥଳରେ ପୋଲିସ ପ୍ରଶାସନ ଓ ବ୍ଲକ ପ୍ରଶାସନ ର କର୍ମଚାରୀ ମାନେ ପହଞ୍ଚି ଲୋକମାନଙ୍କୁ ବୁଝାସୁଭା କରିଥିଲେ ଲୋକେ କୈ।ଣସି କଥା ଶୁଣିନଥିଲେ ସାସଂଦଙ୍କ ଉପର ଅଣ୍ଡା ଟମାଟ ମାଡକରିବା ପାଇଁ ତୟାର ହୋଇଥିଲେ।ବେଗୁନିଆ ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ରଣବିଜୁଳ ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କ ସହିତ ଆଲୋଚନା କରି ଥିଲେ ଏବଂ ଏକ ନିର୍ଦ୍ଦିଷ୍ଟ ତାରିଖରେ ସମସ୍ତଙ୍କ ଆଗୋଚରରେ ଶୀତଳ ଭଣ୍ଡାର ଉଦଘାଟନ କରିବା ପାଇଁ ପ୍ରତିଶ୍ରୁତି ଦେବାରୁ ଲୋକେ ସେଠାରୁ ହଟିଥିଲେଶୀତଳ ଭଣ୍ଡାର ଉଦଘାଟନ ଭଣ୍ଡୁର ହୋଇଥିଲା ।
No Result
View All Result