No Result
View All Result
୨୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଗତକାଲି ସନ୍ଧ୍ୟା ସମୟରେ AP 39 VF 3377 ନମ୍ବର ନାମକ ଏକ କୋଇଲା ଗୁଣ୍ଡ ବୋଝେଇ ଟ୍ରକ ବିଶାଖାପାଟଣା ରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିବାବେଳେ ଦଶପଲ୍ଲା ବ୍ଲକ ବାଣୀଗୋଛା ଥାନା ତାକୁଡ଼ା ନିକଟରେ ଥିବା ଏକ ବୁଲାଣିରେ ପୋଲ ସହିତ ଧକ୍କା ହେବା ଯୋଗୁଁ,ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।

ଫଳରେ ସେଥିରେ ଥିବା ୩ ଜଣକ ମଧ୍ୟରୁ ଜଣେ ଗୁରୁତର କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନିଆଯାଇଥିବା ବେଳେ ଅନ୍ୟ ଜଣକ ଅବସ୍ଥା ସାମାନ୍ୟ ଆହାତ ଥିବା ଜଣା ପଡିଥିଲା । କିନ୍ତୁ ଡ୍ରାଇଭର ଜଣକ ଗାଡ଼ି ମଧ୍ୟରେ ଚିପି ହୋଇ ରହି ଯାଇଥିଲେ । ଫଳରେ ଦଶପଲ୍ଲା ଦମକଳ ବାହିନୀ ଓ , ବାଣୀଗୋଛା ପୋଲିସ ର ଦୀର୍ଘ ସମୟ ଉଦ୍ୟମ ପରେ , ଚିପି ହୋଇ ରହିଥିବା ଡ୍ରାଇଭର କୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳେକୁ ଡ୍ରାଇଭର ଜଣଙ୍କର ମୃତ୍ୟୁ ହୋଇଯାଇଥିଲା ।


No Result
View All Result