No Result
View All Result
୨୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ ଓ ହଜ ପଂଚାୟତରେ ଉଦ୍ୟାନ କୃଷି ବିଭାଗର ଅନୁଦାନ ରାଶି ବ୍ଲକ ପ୍ରଶାସନ ସହଯୋଗରେ ଶୀତଳ ଭଣ୍ଡାର ବିଧାୟକ ଓ ବ୍ଲକ ଅଧ୍ୟକ୍ଷଙ୍କ ଅନୁପସ୍ଥିତି ମଧ୍ୟରେ ସାଂସଦ ଉଦଘାଟନ କରିବା ପାଇଁ ସମସ୍ତ ପ୍ରସ୍ତୁତି ପର୍ବ ଶେଷ ହୋଇଥିଲା । ଏହି ଘଟଣାକୁ ନେଇ ସହଜରେ ହଜମ କରି ପାରି ନ ଥିଲେ ବ୍ଲକର ଅଧିକାଂଶ ସରପଂଚ,ସମିତିସଭ୍ୟ ଓ ଜନ ସାଧାରଣ ଉପସ୍ଥିତ ଯାହାର ପରିଣତି ସ୍ୱରୂପ ବିରୋଧ ପ୍ରଦର୍ଶନ କରିବା ସହ ପୁଲିସ ଉପସ୍ଥିତିରେ ସମାଧାନ କରିବା ପାଇଁ ଚେଷ୍ଟା କରାଯାଇଥିଲା ।
ଏଥିରେ ସାଂସଦ ଶୀତଳ ଭଣ୍ଡାର ଉଦଘାଟନ କରିବା ପାଇଁ ଆସୁଥିବା ବେଳେ ବିରୋଧ ପ୍ରଦର୍ଶନ ଶୁଣି ଅଧା ବାଟରୁ ଶିଶୁପାଳ ହୋଇ ଫେରିଥିଲେ । ଶେଷରେ ସମସ୍ତଙ୍କ ଉପସ୍ଥିତିରେ ସମାଧାନ କରାଯାଇ ଜିଲ୍ଲାପାଳ ଆଗାମୀ ସମୟରେ ଦିନ ଧାର୍ଯ୍ୟ କରି ଜଣାଇଲେ ଉଦଘାଟନ କରାଯିବ ବୋଲି ନିଷ୍ପତି ହୋଇଥିଲା । ବେଗୁନିଆ ବ୍ଲକ ଉନ୍ନୟନ ଅଧିକାରୀ ଲକ୍ଷ୍ମୀଧର ସାହୁଙ୍କ ସୂଚନା ଅନୁଯାୟୀ ହଜ ଓ ସିକୋ ପଞ୍ଚାୟତରେ ଉଦ୍ୟାନ କୃଷି ବିଭାଗର ମିଳିତ ସହଯୋଗରେ ମୋଟ ୩୦ ଲକ୍ଷ ଟଙ୍କା ଅନୁଦାନ ରାଶିରେ ଦୁଇଟି ଶୀତଳ ଭଣ୍ଡାର ନିର୍ମାଣ କରାଯାଇଥିଲା ।
ତେବେ ଗୋଟିଏ ଶୀତଳ ଭଣ୍ଡାର କରିବା ପାଇଁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ୧୦ ଲକ୍ଷ ୫୦ ହଜାର ଟଙ୍କା ଓ ସ୍ଥାନୀୟ ପଂଚାୟତ ପକ୍ଷରୁ ୪ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର ହୋଇ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହୀ ଘଟଣାର ଖବର ପାଇ ବିଜେଡ଼ି ବ୍ଲକ ପ୍ରତିନିଧି ପ୍ରଶାନ୍ତ କୁମାର ବେହେରା,ଜିଲ୍ଲା ପରିଷଦ ସଭ୍ୟ ତନୁଜା ପାଟ୍ଟଶାଣୀ, ସତ୍ୟ ନାରାୟଣ ପ୍ରଧାନ,ପ୍ରମୋଦ ଦଳାଇ, ଆରତ ମାଝୀ,, ଲାବଣ୍ୟ ଜୟସିଂହ ଦମୟନ୍ତୀ ସାମନ୍ତରାୟ, ଲିଲା ସ୍ଵାଇଁ, ସନ୍ତୋଷୀ ରାୟ,ସମିତି ସଭ୍ୟ ଅଞ୍ଜଳି ସାହୁ,ଦିଲିପ ବଡ଼ଜେନା,ଅଲେଖ ବେହେରା,ସଞ୍ଜୟ ଦେହୁରୀ,ଦୁର୍ଗା ଚରଣ ମଙ୍ଗରାଜ, ପୂର୍ବତନ ସରପଂଚ ଭାସ୍କର ସାମନ୍ତରାୟ,ୱାର୍ଡ ସଭ୍ୟ ଓ ଜନସାଧାରଣ ଉପସ୍ଥିତ ରହି ବିରୋଧ ପ୍ରଦର୍ଶନ କରିଥିଲେ । ଏଥିରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ,
No Result
View All Result