No Result
View All Result
୨୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ସମଗ୍ର ପୁରୀ ଜିଲ୍ଲା ମଧ୍ୟରେ ସର୍ବ ବୃହତ୍ତ ବ୍ଲକ ଟି ହେଉଛି ଗୋପ ବ୍ଲକ l ଏହାର ବିଶେଷତ୍ୱ ଟି ହେଉ 31 ଟି ପଞ୍ଚାୟତ ସହିତ କୋଣାର୍କ ବିଜ୍ଞାପିତ ଅଞ୍ଚଳ କୁ ନେଇ ଗଠିତ ହୋଇଅଛି l ତତସହିତ ୩ଟି ବିଧାନସଭା ଓ ଦୁଇଟି ଲୋକସଭା କ୍ଷେତ୍ର ର ସମଷ୍ଟି ମଧ୍ୟ ଅଟେ ଗୋପ ବ୍ଲକ l ଏହାର ଲୋକ ସଂଖ୍ୟା ଓ ଭୌଗଳିକ ସ୍ଥିତି ଅନୁଯାୟୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଉପଯୁକ୍ତ ଅଟେ l ଗୋପ ତହସିଲ ଅଧିନସ୍ଥ ବିଶ୍ଵ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଟି ହେଉଛି କୋଣାର୍କ ବିଜ୍ଞାପିତ ଅଞ୍ଚଳ କୁ ନେଇ ଗୋପ ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠନ ପାଇଁ ଅନେକ ସଂଗଠନ ପକ୍ଷରୁ ପୂର୍ବରୁ ଦାବୀ ହୋଇଆସୁଅଛି l ଏଥିପାଇଁ ଦାବୀ କରାଯାଉଛି କୀ ଗୋପ ବ୍ଲକ ଟି ଯେହେତୁ ୩ଟି ବିଧାନସଭା ଓ ଦୁଇଟି ଲୋକସଭା ନିର୍ବାଚନ ମଣ୍ଡଳୀ ର ସମଷ୍ଟି ସେଥିପାଇଁ ଗୋପ ବ୍ଲକ ଟି ସଦାସର୍ବଦା ଅବହେଳିତ ଓ ଅଣଦେଖା ଅବସ୍ଥାରେ ପଡ଼ିରହିଛି l

ଗୋପ ବ୍ଲକ ଓ କୋଣାର୍କ ବିଜ୍ଞାପିତ ଅଞ୍ଚଳ ଟି ସମସ୍ୟା ରେ ବୁଡ଼ି ରହିଥିବାବେଳେ ଦୁର୍ନୀତି ର ଗନ୍ତାଘର ପାଲଟିଥିବାରୁ,ବହୁଳ, ପକ୍ଷପାତିତା ଓ ପାତରଅନ୍ତର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଏଠାରେ ନେତା ପ୍ରବଳ କିନ୍ତୁ ଉନ୍ନୟନ କାର୍ଯ୍ୟସବୁ ଦୁର୍ବଳ ହେତୁ ବିକାଶ ମୂଳକ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଥିବା ଜଣାପଡିଛି । ୧୮୦୬ ମସିହାର ଗୋପରେ ପ୍ରଥମେ ବ୍ରିଟିଶ ଙ୍କ ଦ୍ଵାରା ଥାନା ପ୍ରତିଷ୍ଠା କରାଯାଇଥିଲା l ଏହା ସର୍ବପୁରାତନ ଥାନା ହୋଇଥିଲେ ମଧ୍ୟ ନିମାପଡା ଓ କାକଟପୁର ଥାନା ପୁନଃଉଦ୍ଧାର, ନବୀକରଣ କରାଗଲା l ଅଥଚ ଗୋପ ଥାନା ର ଆଜିପର୍ଯ୍ୟନ୍ତ କୌଣସି ଉର୍ନ୍ନତି ହୋଇପାରିଲା ନାହିଁ । ଅତ୍ୟନ୍ତ ଜରାଜୀର୍ଣ୍ଣ ଓ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି l ଯାହାଫଳରେ କୀ ଗୋପ କୁ ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠନ ପାଇଁ ଗୋପ ବ୍ଲକ ର ଜଣାଶୁଣା ଯୁବ ସମାଜସେବୀ ଜିତେନ୍ଦ୍ର କୁମାର ମହାନ୍ତି (ଜିତୁ ଭାଇ) ଭାରତର ରାଷ୍ଟ୍ର ପତି, ଗୃହମନ୍ତ୍ରୀ ଓ ଭାରତ ନିର୍ବାଚନ ଆୟୋଗଙ୍କୁ ପତ୍ର ଲେଖୁ ଦୃଷ୍ଟି କରିଛନ୍ତି ।
ସୂଚନା ଯୋଗ୍ୟ, ଆସନ୍ତା ଡିସେମ୍ବର ମାସ ଠାରୁ ସାରା ଦେଶରେ ଜନଗଣନା ଆରମ୍ଭ ହେଵ ବୋଲି ଜଣାପଡିଛି । ଜନଗଣନାରେ ବିଳମ୍ବ ଯୋଗୁଁ ଜନ ନଗଣନାର ତଥ୍ୟ ଆଧାରରେ ସରକାରୀ ଯୋଜନା ଓ ନୀତି ଗୁଡିକର ତଥ୍ୟ ପ୍ରସ୍ତୁତ ହେଉଛି । ଏହାଦ୍ବାରା ଆର୍ଥିକ ତଥ୍ୟ , ମୁଦ୍ରାସ୍ପିତି ଓ ସରକାରୀ ଚାକିରିଆ ଙ୍କ ସଂଖ୍ୟା ଅନୁମାନ ସହିତ ଅନେକ ସଂଖ୍ୟକ ସର୍ବେକ୍ଷଣର ଗୁଣବତ୍ତା ପ୍ରଭାବିତ ହେଉଛି । ବ୍ରିଟିଶ ଅମଳରୁ ୧୮୮୧ ମସିହା ଠାରୁ ପ୍ରତି ୧୦ ବର୍ଷରେ ଥରେ ଜନଗଣନା ହୋଇଆସୁଛି । କିନ୍ତୁ କୋଭିଡ୍ ଯୋଗୁ ହେବାକୁ ଥିବା ଜନଗଣନାକୁ ସରକାର ସୁଗିତ ରଖିଥିଲେ । ଜନଗଣନା ପ୍ରକ୍ରିୟା ଶେଷ ହେବାକୁ ସର୍ବନିମ୍ନ ୨ ବର୍ଷ ଲାଗିବ । ଏପରି ସ୍ଥଳେ ଯଦି ଚଳିତ ବର୍ଷ ଡିସେମ୍ବରରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହୁଏ ତେବେ ୨୦୨୬ ଶେଷ କିମ୍ବା ୨୦୨୭ ପ୍ରାରମ୍ଭରେ ଏହା ଶେଷ ହେବ । ତେଣୁ ଏଥର ର ଜନ ଗଣନାର ତଥ୍ୟ କେବଳ ୨୦୩୧ ପର୍ଯ୍ୟନ୍ତ ସୀମିତ ରଖୁବା ଲାଗି ଯୁକ୍ତିଯୁକ୍ତ ହେବନାହିଁ । ଶାସନ – ପ୍ରଶାସନ ଲାଗି ଜନଗଣନା ଅତ୍ୟନ୍ତ ଜରୁରୀ ଅଟେ ।

ବିଧାନସଭା କିମ୍ବା ଲୋକସଭାରେ କେଉଁ ଆଧାରରେ ଆସନ ସଂରକ୍ଷିତ ହେବ ତାହା ଏହି ହି ତଥ୍ୟ ନିର୍ଦ୍ଧାରଣ କରିଥାଏ। ଜନଗଣନା ପରେ ସଂସଦୀୟ ଓ ବିଧାନସଭା ନିର୍ବାଚନ ମଣ୍ଡଳୀର ସୀମା ପୁନଃନିର୍ଦ୍ଧାରଣ ହେବ । ଜନଗଣନା ପରେ ହିଁ ଲୋକସଭା, ରାଜ୍ୟସଭା ଓ ବିଧାନସଭା ଆସନ ସଂଖ୍ୟା କମ୍ ବେଶି ହେବ ଏବଂ ମହିଳାଙ୍କ ଲାଗି ୨୦୧୧ରେ ଏକ ତୃତୀୟାଂଶ ଆସନ ସଂରକ୍ଷିତ ରଖାଯିବ l ଜନଗଣନା ଆକ୍ଟ ୧୯୪୮ରେ ଏସସି ଓ ଏସ୍ ଟି ଙ୍କ ପାଇଁ ଗଣନାର ବ୍ୟବସ୍ଥା ବ୍ୟବସ୍ଥା ରହିଛି । ଜନଗଣନା ଶେଷ ହେବା ସମୟକୁ ରାଜ୍ୟ ସଭାରେ ବିଜେପିର ଆବଶ୍ୟକ ସଂଖ୍ୟକ ସାଂସଦ ନିର୍ବାଚିତ ହାଇଯାଇଥିବାର ଆଶଙ୍କା ରହି ଛି । ମହିଳାଙ୍କ ଲାଗି ଏକ ତୃତୀୟାଂଶ ଆସନ ସଂରକ୍ଷିତ ପାଇଁ କେନ୍ଦ୍ର ସରକାର ତତ୍ପର ହେଉଥିବା ଜଣାପଡିଛି ।
ଆସନ୍ତ ୨୦୨୯ ମସିହାରେ ଗୋପ ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠନ ନିମନ୍ତେ ତା ପୂର୍ବରୁ ବିଭିନ୍ନ ସମୀକ୍ଷା, ମତାମତ ଓ ସର୍ଭେ କରାଯିବ ବୋଲି କୁହାଯାଉଛି l ଦୀର୍ଘ ବର୍ଷଧରି ଗୋପରେ ଥିବା ସମସ୍ୟା ଗୁଡିକ ହେଲା, ସ୍ଥାୟୀ ବସ୍ଷ୍ଟାଣ୍ଡ ସହିତ ବସ ଷ୍ଟପେଜ ନିର୍ମାଣ , ସ୍ଵାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକୀୟ ଯନ୍ତ୍ରାଂଶ ଓ ଆବଶ୍ୟକୀୟ ସଂଖ୍ୟକ ଡାକ୍ତର ଙ୍କୁ ନିଯୁକ୍ତି , ଶିକ୍ଷାନୁଷ୍ଠାନରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଓ ଶିକ୍ଷୟିତ୍ରୀ ପଦବୀ ପୂରଣ , ବିପଦ ସଙ୍କୁଳ କୁଶଭଦ୍ରା ସେତୁ କୁ ନୂତନ ଭାବେ ନିର୍ମାଣ, ମିନିଷ୍ଟାଡିୟମ, ଇଣ୍ଡୋର ଷ୍ଟାଡିୟମ, ଶୀତଳଭଣ୍ଡାର, ଓଡିଶା ଆଦର୍ଶ ବିଦ୍ୟାଳୟ ରେ ସ୍ଥାୟୀ ଅଧକ୍ଷ ସହିତ ସମସ୍ତ ବିଭାଗରେ ସ୍ଥାୟୀ ଶିକ୍ଷକ ଙ୍କୁ ନିଯୁକ୍ତି ମିଳୁ , ବାଇପାସ୍ ରାସ୍ତା, ଟ୍ରାଫିକ୍ ସମସ୍ୟା ଦୂର, ନାଗପୁରରେ ଫାଣ୍ଡି ପ୍ରତିଷ୍ଠା ସହିତ ସମସ୍ତ ସରକାରୀ କାର୍ଯ୍ୟାଳୟ ରେ ସ୍ଥାୟୀ ମୁଖ୍ୟ ଅଧିକାରୀଙ୍କୁ ନିଯୁକ୍ତି ପାଇଁ ସମାଜସେବୀ ଜିତେନ୍ଦ୍ର ମହାନ୍ତି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଛନ୍ତି କରିଛନ୍ତି ।
No Result
View All Result