No Result
View All Result
୨୮ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> କୋଣାର୍କ ଥାନା ଅଧିନସ୍ଥ ରାଉଳପାଟଣା ନୟାହାଟ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ରାସ୍ତାର ଧନୀତ୍ରି ଗ୍ରାମ ସ୍ଥିତ ସଖୀ କଲ୍ୟାଣ ମଣ୍ଡପ ଠାରେ କାକଟପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପି ନୟାହାଟ ମଣ୍ଡଳ ପକ୍ଷରୁ ସଦସ୍ଯତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିଜେପି ନୟାହାଟ ମଣ୍ଡଳ ସଭାପତି ଦୀନକୃଷ୍ଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ କାକଟପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ, ପୁରୀ ଜିଲ୍ଲା ବିଜେପି ଉପସଭାପତି ରତିକାନ୍ତ ବେହେରା, ୧୪ନଂ ଜୋନ ବିଜେପି ଜିଲ୍ଲାପରିଷଦ ପ୍ରାର୍ଥୀ ଲକି ସାହୁ, ବିଜେପି ନୟାହାଟ ମଣ୍ଡଳ ସଦସ୍ୟତା ଅଭିଯାନ ପ୍ରଭାରୀ ତଥା ପୁରୀ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ମିନଲତା ମହାନ୍ତି, ସିମିଳି ସରପଞ୍ଚ ବିଶ୍ବଜିତ ସ୍ବାଇଁ,
ବିଜେପି ରାଜ୍ଯ କାର୍ଯ୍ୟ କାରିଣୀ ସଦସ୍ୟା ରାଜଲକ୍ଷ୍ମୀ ଦାଶ, ସୋରଭା ସମିତି ସଭ୍ୟ ପ୍ରଫୁଲ୍ଲ କୁମାର ସ୍ଵାଇଁ ପ୍ରମୁଖ ଯୋଗଦେଇ ଦଳର ସଦସ୍ୟତା ଅଭିଯାନରେ ଜୋନର ସମସ୍ତ କର୍ମକର୍ତ୍ତା ଏକ ମନ ଏକ ପ୍ରାଣ ସହିତ କାର୍ଯ୍ୟ କରିବା ସହ କାକଟପୁର ନିର୍ବାଚନ ମଣ୍ଡଳୀରେ ନୟାହାଟ ମଣ୍ଡଳକୁ ଏକ ସ୍ବତନ୍ତ୍ର ସ୍ଥାନ ପ୍ରଦାନ କରିବା ପାଇଁ ଏକ ସାମୁହିକ ଶପଥପାଠ କରିଥିଲେ। ନୟାହାଟ ବିଜେପି ମଣ୍ଡଳ ଅନ୍ତର୍ଗତ ଧୂମାଳ, ଜଙ୍ଗଲବୋରୀ, ଦେସ୍ଥଳୀ, ଇଶାନପୁର, ବଉଲାଙ୍ଗ, ସୋରଭା ଓ ସିମିଳି ଗ୍ରାମପଞ୍ଚାୟତରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣ ମାନଙ୍କ ମଧ୍ୟରେ ଜନ ସଚେତନତା ସୃଷ୍ଟି କରିବା ସହ ସରକାରୀ ଯୋଜନାକୁ ଲୋକାଭିମୁଖୀ କରି ଏଥିରୁ ଜନତା କିଭଳି ଭାବେ ଉପକୃତ ହୋଇପାରିବେ ସେଥିପାଇଁ ନିରବଛିନ୍ନ କାର୍ଯ୍ୟ କରିବା ଉପରେ ଗୁରୁତ୍ଵାରୋପ କରାଯାଇଥିଲା ।
ଏହି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ସୋରଭା ଗ୍ରାମପଞ୍ଚାୟତରେ ପୂର୍ବତନ ସରପଞ୍ଚ ବାବୁଲାଇ ସ୍ବାଇଁ, ମହଲପଡା ଗ୍ରାମପଞ୍ଚାୟତର ବିଜେପି ସଭାପତି ଗଣେଶ ଜେନା, ବିଜେପି ନେତା ଜୟନ୍ତ କୁମାର ସେଠ, ପୂର୍ବତନ ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ରାଉତ, ବିଦ୍ୟାଧର ବେହେରା, ରକ୍ତପଳ ନାୟକ ଙ୍କ ସମେତ ୧୪ନଂ ଜୋନର ୭ଗୋଟି ଗ୍ରାମ ପଞ୍ଚାୟତର ୫୦୦ରୁ ଉର୍ଦ୍ଧ୍ବ ବିସ୍ତାରକ, ପ୍ରମୁଖ, ମଣ୍ଡଳ ସଭାପତି, ବରିଷ୍ଠ କର୍ମକର୍ତ୍ତା ଓ କାର୍ଯ୍ୟକାରୀ କମିଟି ସଦସ୍ୟ ସମେତ ପୂର୍ବତନ ଲୋକପ୍ରତିନିଧି ମାନେ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆସନ୍ତା ସେପ୍ଟେମ୍ବର ମାସ ୧ତାରିଖରେ ଦଳୀୟ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହେବା ସହ କାକଟପୁର ନିର୍ବାଚନ ମଣ୍ଡଳୀରେ ପ୍ରାୟ ୨ଲକ୍ଷ ସଦସ୍ୟ ସଂଗ୍ରହ କରିବା ପାଇଁ ବିଜେପି ଦଳ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି କାକଟପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ପ୍ରକାଶ କରିଛନ୍ତି ।
No Result
View All Result