No Result
View All Result
୨୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବଡଚଣା :-> ଯାଜପୁର ଜିଲା ସ୍ତରୀୟ ଜିଲାପାଳ ଓ ଏସପି ଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର ମଙ୍ଗଳ ବାର ବଡ଼ଚଣା ବ୍ଲକ ପରିସର ରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଜିଲାପାଳ ପି ଅନ୍ୱେଷା ରେଡ୍ଡୀ ଓ ଏସ ପି ବିନୀତ ଅଗ୍ରୱାଲ ଉପସ୍ଥିତ ରହି ଅଭିଯୋଗ ଶୁଣିଥିଲେ । ସମୁଦାୟ ୧୪୬ ଟି ଅଭିଯୋଗ ଆସିଥିଲା ସେଥି ମଧ୍ୟରୁ ୭୧ ଟି ର ତତ୍କାଳ ସମାଧାନ କରା ଯାଇଥିଲା ।
ଏହି ଅବସର ରେ ମୂଳ ନିବାସୀ ୟୁନାଇଟେଡ ଫୋରମ ପକ୍ଷରୁ କାର୍ଯ୍ୟକାରୀ ଅଧ୍ୟକ୍ଷ ମନୋରଞ୍ଜନ ଜେନା ଙ୍କ ନେତୃତ୍ବ ରେ ଚଣ୍ଡିଖୋଲ ଛକ ରେ ଭାରତ ରତ୍ନ ଡ ବି ଆର ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଦାବୀ କରିଥିଲେ। ଏହି ଛକ ର ପରିବା ମାର୍କେଟ ନିକଟରେ ଏକ ସ୍ଥାନ ନିରୂପଣ କରି ପ୍ରତିମୂର୍ତ୍ତି ବସାଇବା ପାଇଁ ଦାବୀ ରହିଥିଲା ।
ସେହିପରି ଜାତିଗତ ନିର୍ଯ୍ୟାତନା ମାମଲା ରେ ସଠିକ ଭାବରେ ତଦନ୍ତ କରାଯାଉ ନାହିଁ। ଯାଜପୁର ଜିଲା ର କେତେକ ଥାନା ରେ ଗୁରୁତର ଅଭିଯୋଗ ହୋଇଥିଲେ ମଧ୍ୟ ଦଳିତ ଆଦିବାସୀ ବର୍ଗ ଙ୍କୁ ସଠିକ ସମୟରେ ତଦନ୍ତ କରାନଯାଇ ବର୍ଷ ବର୍ଷ ଧରି ମାମଲା ଗଡୁ ଥିବା ନେଇ ଅଭିଯୋଗ ହୋଇଛି। ଏହି ଶିବିର ରେ ବଡ଼ଚଣା ବି ଡି ଓ ରବୀନ୍ଦ୍ର କୁମାର ପ୍ରଧାନ, ଦର୍ପଣ ତହସିଲଦାର ମାନସ କୁମାର ତ୍ରିପାଠୀ ଙ୍କ ସମେତ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।
No Result
View All Result