No Result
View All Result
୨୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସାରା ବିଶ୍ୱର ଠାକୁର ମହାପ୍ରଭୁ ଜଗନ୍ନାଥଙ୍କୁ ବିଜେପିର ସରକାର ଏବଂ ବିଜେପିର ନେତାମାନେ ଅପମାନିତ କରିଆସୁଅଛନ୍ତି । ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ସରକାରକୁ ଆସିଥିବା ବିଜେପି ସରକାର କ୍ଷମତା ଲୋଭରେ ଅନ୍ଧ ହୋଇ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜକୁ ଜଗନ୍ନାଥଙ୍କ ସହିତ ତୁଳନା କରିବାକୁ ମଧ୍ୟ ପଛାଉ ନାହାନ୍ତି । ଏହାର ପ୍ରତିବାଦରେ ରାଜ୍ୟ ଯୁବ କଂଗ୍ରେସ ନେତା ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ମୋହନ ଚରଣ ମାଝୀଙ୍କର କୁଶପୁତଳୀକା ଦାହ କରାଯାଇଥିଲା ।
ଆଜି ଯୁବ କଂଗ୍ରେସ ପକ୍ଷରୁ ଏକ ଅଭିନବ ଉପାୟରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । କଂଗ୍ରେସ ଭବନ ଠାରୁ ଏକ ବିଶାଳ ରାଲିରେ ଯୁବ କଂଗ୍ରେସର କର୍ମକର୍ତାମାନେ ହାତରେ ନଡ଼ିଆ ଧରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଯାଇଥିଲେ । ଶ୍ରୀ ପାତ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନେଇ ବିଜେପି ନିର୍ବାଚନ ପୂର୍ବରୁ ମଧ୍ୟ ରାଜନୀତି କରିଆସୁଥିଲା । ସେତେବେଳର ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଥିଲେ ମହାପ୍ରଭୁ ଜଗନ୍ନାଥ ନରେନ୍ଦ୍ର ମୋଦୀଙ୍କ ଭକ୍ତ ବୋଲି ।
ଏବେ ମୋହନ ମାଝୀ ନିଜକୁ ଜଗନ୍ନାଥ ବୋଲି କହିଲେଣି । ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ଏବଂ ସାରା ବିଶ୍ୱର ମହାପ୍ରଭୁଙ୍କ ଭକ୍ତମାନଙ୍କର ଭାବବେଗ ସହିତ ଖେଳ ଖେଳୁଥିବା ବିଜେପି ସରକାର ଏବଂ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ ସାରା ଓଡ଼ିଶାବାସୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ । ନଚେତ ଆଗାମୀ ଦିନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯେଉଁ ଜିଲ୍ଲାକୁ ଯିବେ ତାଙ୍କୁ ତୀବ୍ର ବିରୋଧ କରାଯିବା ସହ ମହାପ୍ରଭୁଙ୍କୁ ଭୁଲ ମାଗିବା ପାଇଁ ନିବେଦନ କରାଯିବ ।
ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସମସ୍ତ ଜିଲ୍ଲାରେ ନଡ଼ିଆ ଅର୍ପଣ କରାଯିବ । ଆଜିର ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଲୋକସଭାର କଂଗ୍ରେସ ପାର୍ଥୀ ତଥା ଯୁବ କଂଗ୍ରେସ ନେତା ୟାସିର ନୱାଜ, ସୁଦୀପ ସାମଲ, ଗୋପନ ମାର୍ଥା, କାର୍ତିକ କାଣ୍ଡି, ଲକ୍ଷ୍ମୀପ୍ରିୟା ନାୟକ, ଶ୍ରୀୟାସ୍ମିତା ପଣ୍ଡା, ମିର୍ଜା ଇସ୍ଲାମ ବେଗ, ମହମ୍ମଦ ପରଭେଜ, ବଳରାମ ନନ୍ଦ, ବିରଂଚି ବାରିକ, ସୁରଜ ରାଉତ ଏବଂ ଶତାଧିକ ଯୁବ କଂଗ୍ରେସ କର୍ମକର୍ତା ଯୋଗ ଦେଇଥିଲେ ।
No Result
View All Result