• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବ୍ୟାଡ୍‌ମିଂଟନ ଏସିଆ ଜୁନିଅର୍ ଚାମ୍ପିଅନସିପ୍‌ରେ ଓଡିମିଆନ୍ ତନ୍‌ଭି ପାତ୍ରୀଙ୍କ ସଫଳତା

Proprietor Abhimanyu Maharana by Proprietor Abhimanyu Maharana
August 28, 2024
in ଓଡ଼ିଶା, ଖେଳ, ଖୋର୍ଦ୍ଧା, ମହାନଗର, ହୋମ୍
0
ବ୍ୟାଡ୍‌ମିଂଟନ ଏସିଆ ଜୁନିଅର୍ ଚାମ୍ପିଅନସିପ୍‌ରେ ଓଡିମିଆନ୍ ତନ୍‌ଭି ପାତ୍ରୀଙ୍କ ସଫଳତା
Share on FacebookShare on TwitterWhatsapp

୨୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଓଡିଏମ୍ ଗ୍ଲୋବାଲ ସ୍କୁଲ, ଭୁବନେଶ୍ୱରର ୧୩ ବର୍ଷୀୟ ଛାତ୍ରୀ ଓଡିମିଆନ୍ ତନ୍‌ଭି ପାତ୍ରୀ ପ୍ରତିଷ୍ଠିତ ବ୍ୟାଡ୍‌ମିଂଟନ ଏସିଆ ୧୭ବର୍ଷରୁ କମ ଓ ୧୫ବର୍ଷରୁ କମ ଜୁନିଅର ଚାମ୍ପିଅନ୍‌ସିପରେ ଅଣ୍ଡର-୧୫ ଗାର୍ଲସ ସିଙ୍ଗଲ୍‌ସ ଟାଇଟଲ ହାସଲ କରିଛନ୍ତି । ଓଡିଏମ୍ ଏଜୁକେଶ୍‌ନାଲ ଗ୍ରୁପ୍‌କୁ ଗୌରବାନ୍ୱିତ କରିଥିବା ଏକ ମହତ୍ୱପୂର୍ଣ୍ଣ ବିଜୟରେ ଚମତ୍କାର ଦକ୍ଷତା ଓ ସଙ୍କଳ୍ପବଦ୍ଧତା ପ୍ରଦର୍ଶିତ କରି ତନ୍‌ଭି ଷ୍ଟ୍ରେଟ୍ ଗେମ୍‌ରେ ଭିଏତନାମର ଥି ଥୁ ହୁୟିନ ନଗୁଏନ୍‌ଙ୍କୁ ପରାଜିତ କରି ଚାମ୍ପିଅନ ହେବା ସହ ୨୨-୨୦, ୨୧- ୨୨ର ପ୍ରଭାବୀ ସ୍କୋର ସହ କେବଳ ୩୪ ମିନିଟ୍‌ରେ ଟାଇଟଲ ହାସଲ କରିଛନ୍ତି । ତନ୍‌ଭି ଟୂର୍ଣ୍ଣାମେଂଟ୍‌ରେ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ କୋର୍ଟରେ ନିଜର ଅତୁଳନୀୟ ପ୍ରଦର୍ଶନ ଦେଖାଇଥିଲେ ।

ସେ ଖେଳିଥିବା ସମସ୍ତ ୫ଟି ମ୍ୟାଚ୍‌ରେ ଗୋଟିଏ ବି ଗେମ୍ ଡ୍ରପ୍‌ ନକରି ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲେ । କଡା ଟକ୍କର ମିଳିଥିବା ପ୍ରଥମ ଗେମ୍‌ରେ ସେ ୨୨-୨୦ ସ୍କୋର ସହ ବିଜୟ ହାସଲ କରିଥିଲେ । ୨ୟ ଗେମ୍‌ରେ ସେ ନିଜ ପ୍ରତିଦ୍ୱନ୍ଦୀଙ୍କୁ ୨୧-୧୧ରେ ପରାଜିତ କରି ବିଜୟ ହାସଲ କରିଥିଲେ । ବ୍ୟାଡମିଂଟନ ଏସିଆ ଜୁନିଅର ଚାମ୍ପିଅନସିପ୍‌ରେ ଏହି ବିଜୟ ତନ୍‌ଭିଙ୍କ ଉଦୀୟମାନ ବ୍ୟାଡ୍‌ମିଂଟନ କ୍ୟାରିୟରରେ ଏକ ଉଲ୍ଲେଖନୀୟ ସଫଳତା ଅଟେ । ଏହି ଆନ୍ତର୍ଜାତୀୟ ମଂଚରେ ଏତେ କମ୍ ବୟସରୁ ତାଙ୍କର ଏହି ବିରାଟ ସଫଳତା ତାଙ୍କର ଦକ୍ଷତାକୁ ସୂଚିତ କରୁଛି ଏବଂ ଯୁବ କ୍ରୀଡା ପ୍ରତିଭାମାନଙ୍କୁ ଆଗକୁ ବଢାଇବା କ୍ଷେତ୍ରରେ ଓଡିଏମ୍ ଗ୍ଲୋବାଲ ସ୍କୁଲର ସହଯୋଗ ଓ ସମର୍ପଣଭାବକୁ ପ୍ରତିଫଳନ କରୁଛି ।

ତନ୍‌ଭିଙ୍କ ଅସାଧାରଣ ସଫଳତାରେ ଅତ୍ୟଧିକ ଗର୍ବ ଓ ଖୁସି ବ୍ୟକ୍ତ କରି ଓଡିଏମ୍‌ ଏଜୁକେଶ୍‌ନାଲ ଗ୍ରୁପର ଅଧ୍ୟକ୍ଷ ଡଃ ସତ୍ୟବ୍ରତ ମିନକେତନ କହିଛନ୍ତି, “ତନ୍‌ଭିଙ୍କ ବିଜୟ ଆମର ସ୍କୁଲ ଓ ଦେଶ ପାଇଁ ଗୌରବର ବିଷୟ ଅଟେ । ତାଙ୍କର ଦୃଢ ସମର୍ପଣଭାବ ଓ କଠିନ ପରିଶ୍ରମ ବାସ୍ତବରେ ଫଳପ୍ରଦ ହୋଇଛି ।” ସେହିପରି ଓଡିଏମ୍ ଏଜୁକେଶ୍‌ନାଲ ଗ୍ରୁପ୍‌ର ସିଓଓ ସ୍ୱୟଂ ସତ୍ୟେନ୍ଦୁ କହିଛନ୍ତି, “ବ୍ୟାଡ୍‌ମିଂଟନ ଏସିଆ ଜୁନିଅର ଚାମ୍ପିଅନ୍‌ସିପରେ ତନ୍‌ଭିଙ୍କ ପ୍ରଦର୍ଶନ ବାସ୍ତବରେ ପ୍ରେରଣାଦାୟକ ଅଟେ । ଜଣେ ଉଦୀୟମାନ ଯୁବ ଖେଳାଳୀଙ୍କଠାରୁ ଆନ୍ତର୍ଜାତୀୟ ମଂଚରେ ଜଣେ ଚାମ୍ପିଅନ ହେବା ପର୍ଯ୍ୟନ୍ତ ତାଙ୍କର ଯାତ୍ରା କଠିନ ପରିଶ୍ରମ, ଆଗ୍ରହ ଓ ଅଧ୍ୟବସାୟର କାହାଣୀ ଅଟେ । ଓଡିଏମ୍‌ରେ ଆମେ ଆମ ଛାତ୍ରଛାତ୍ରୀଙ୍କ ଜୀବନର ପ୍ରତ୍ୟେକ ଦିଗରେ ଉତ୍କର୍ଷତାକୁ ପ୍ରତିପୋଷଣ କରିବା ପ୍ରତି ଗଭୀର ଭାବେ ପ୍ରତିବଦ୍ଧ ରହିଛୁ ଏବଂ ତନ୍‌ଭିଙ୍କ ସଫଳତା ଆମର ଯୁବ ପ୍ରତିଭାମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଥିବା ସମ୍ଭାବନାଗୁଡିକର ଏକ ଉଜ୍ଜ୍ୱଳମୟ ଉଦାହରଣ ଅଟେ ।”

ତାଙ୍କର କୋଚ୍ ଓ ସ୍କୁଲ୍‌ର ସମର୍ଥନ ଓ ସହଯୋଗରେ ସେ ନିଜର ଦକ୍ଷତାକୁ ଉନ୍ନତ କରିଥିଲେ ଏବଂ ସର୍ବୋଚ୍ଚ ସ୍ତରରେ ପ୍ରତିଯୋଗିତା କରିବା ପାଇଁ ଆବଶ୍ୟକ ଦୃଢତା ବିକଶିତ କରିଥିଲେ । ନିଜର ବ୍ୟକ୍ତିଗତ ସଫଳତା ବ୍ୟତୀତ ଏହି ବିଜୟ ଆନ୍ତର୍ଜାତୀୟ ବ୍ୟାଡମିଂଟନ କ୍ଷେତ୍ରରେ ଭାରତର ବର୍ଦ୍ଧିତ ପ୍ରାଧାନ୍ୟତାକୁ ଆହୁରି ମଜବୁତ କରିଛି । ତନ୍‌ଭି ନିଜର ସ୍ୱର୍ଣ୍ଣ ପଦକ ସହ ଘରକୁ ଫେରିଥିବାରୁ ସେ ଅନେକ ଯୁବ କ୍ରୀଡାବିତଙ୍କ ପାଇଁ ଆଶା ଓ ଆକାଂକ୍ଷାକୁ ଧାରଣ କରିଛନ୍ତି ଯିଏ ତାଙ୍କୁ ଜଣେ ପ୍ରେରଣାଦାୟକ ରୋଲ୍ ମଡେଲ ଭାବେ ଦେଖୁଛନ୍ତି । ସମଗ୍ର ଓଡିଏମ୍ କମ୍ୟୁନିଟି ତନ୍‌ଭି ପାତ୍ରୀଙ୍କୁ ତାଙ୍କର ଚମତ୍କାର ସଫଳତା ପାଇଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛି ଏବଂ ତାଙ୍କର ଭବିଷ୍ୟତର ସମସ୍ତ ପ୍ରୟାସଗୁଡିକରେ ନିରନ୍ତର ସଫଳତା ପାଇଁ ଶୁଭକାମନା ଜଣାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି

ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି

June 14, 2026
ପାଣ୍ଡବ ଜେନା ଫାଉଣ୍ଡେସନର ଉନବିଂଶ ତମ ମେଧାବୀ ସମ୍ମାନ: ଦ୍ୱିତୀୟ ପର୍ଯ୍ୟାୟରେ ୫୧୨ଜଣ ପିଲାଙ୍କୁ ସମ୍ମାନୀତ ଓ ଆର୍ଥିକ ସହାୟତା ପ୍ରଦାନ

ପାଣ୍ଡବ ଜେନା ଫାଉଣ୍ଡେସନର ଉନବିଂଶ ତମ ମେଧାବୀ ସମ୍ମାନ: ଦ୍ୱିତୀୟ ପର୍ଯ୍ୟାୟରେ ୫୧୨ଜଣ ପିଲାଙ୍କୁ ସମ୍ମାନୀତ ଓ ଆର୍ଥିକ ସହାୟତା ପ୍ରଦାନ

June 14, 2026
ବିରିଡିରେ ରଜ ଉଚ୍ଛବ ପାଳିତ

ବିରିଡିରେ ରଜ ଉଚ୍ଛବ ପାଳିତ

June 13, 2026
Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

June 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି

ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି

June 14, 2026
ପାଣ୍ଡବ ଜେନା ଫାଉଣ୍ଡେସନର ଉନବିଂଶ ତମ ମେଧାବୀ ସମ୍ମାନ: ଦ୍ୱିତୀୟ ପର୍ଯ୍ୟାୟରେ ୫୧୨ଜଣ ପିଲାଙ୍କୁ ସମ୍ମାନୀତ ଓ ଆର୍ଥିକ ସହାୟତା ପ୍ରଦାନ

ପାଣ୍ଡବ ଜେନା ଫାଉଣ୍ଡେସନର ଉନବିଂଶ ତମ ମେଧାବୀ ସମ୍ମାନ: ଦ୍ୱିତୀୟ ପର୍ଯ୍ୟାୟରେ ୫୧୨ଜଣ ପିଲାଙ୍କୁ ସମ୍ମାନୀତ ଓ ଆର୍ଥିକ ସହାୟତା ପ୍ରଦାନ

June 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version