No Result
View All Result
୨୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଏବେ କିଛି ମାସ ଧରି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ କେତେକ ଘରୋଇ ଟିଭି ସିଧା ପ୍ରସାରଣ କରୁଛନ୍ତି । ସକାଳୁ ଦ୍ବାରଫିଟା, ପତିତପାବନଙ୍କ ମଙ୍ଗଳ ଆଳତି ନୀତି ପ୍ରଦର୍ଶିତ କରୁଛନ୍ତି । ଏହା ସହ ପତିତପାବନଙ୍କ ଧ୍ବଜା ବନ୍ଧା ନୀତି ସିଧା ପ୍ରସାରଣ ଯୋଗୁ ଶ୍ରୀମନ୍ଦିର ଆଗରେ ଗହଳି ବଢୁଛି । ଶ୍ରୀମନ୍ଦିର ପ୍ରତି ବିପଦ ରହିଥିବାରୁ ଶ୍ରୀମନ୍ଦିର ସୁରକ୍ଷା ଜୋନ ଓ ପରିକ୍ରମା ମାର୍ଗ ନିର୍ମାଣ କରାଯାଇଛି । କେନ୍ଦ୍ରିୟ ଗୋଇନ୍ଦା ସଂସ୍ଥା ସବୁବେଳେ ସର୍ତକ କରୁଛନ୍ତି ।
ଶ୍ରୀମନ୍ଦିର ପ୍ରଶାସନ ଏହି ସବୁ ଘରୋଇ ଚ୍ୟାନେଲ ମାନଙ୍କୁ ଅନୁମତି ଦେଇଛନ୍ତି କି ନାହିଁ ସେ ସମ୍ପର୍କରେ ସାଧାରଣ ଲୋକଙ୍କୁ ଜଣାଇବା ପାଇଁ ଭଏସ ଅଫ କମନ ମ୍ଯାନର ହେକ୍ଟର ମିଶ୍ର ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଅରବିନ୍ଦ ପାଢୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଶ୍ରୀମନ୍ଦିର ଫଟୋଗ୍ରାଫି ଆଇନ ପରିବର୍ତ୍ତନ କରି ଶ୍ରୀମନ୍ଦିର ସୁରକ୍ଷା ପ୍ରତି ଦୃଷ୍ଟି ଦେବା ପାଇଁ ଦାବି କରିଛନ୍ତି । ଏଠାରେ ସ୍ମରଣଯୋଗ୍ଯ ଯେ ପ୍ରତିଦିନ ସିଧା ପ୍ରସାରଣ ଯୋଗୁ ଭକ୍ତ ଗହଳି ସିଂହଦ୍ଵାରରେ ବଢୁଛି । ଯାହାଫଳରେ ସେବାୟତ ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ନାନାପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭକ୍ତ ମାନେ ପତିତପାବନ ଦର୍ଶନରୁ ବଞ୍ଚିତ ହେଉଛନ୍ତି । ଶ୍ରୀମନ୍ଦିର ସୁରକ୍ଷା ଜୋନକୁ ସୁରକ୍ଷିତ ରଖିବ ପାଇଁ ଶ୍ରୀ ମିଶ୍ର ଦାବି କରିଛନ୍ତି ।
No Result
View All Result