ଓଡିଶା ତାଜା ନ୍ୟୁଜ୍ ( ୧୩ ଅଗଷ୍ଟ ଗୁରୁବାର ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ଥାନା ଅନ୍ତର୍ଗଛଅ ମାଇଲ ନିକଟସ୍ଥ ଏଫ୍ ସି ଆଇ ଗୋଦାମ ନିକଟରେ ଏକ ବୁଦାରେ ନବଜାତ ଶିଶୁ ପଡିରହିଥିବା ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ପାରଳାଖେମୁଣ୍ଡି ଆଦର୍ଶ ଥାନାରପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମା ଓ ଶିଶୁ ବିଭାଗରେ ଭର୍ତ୍ତି କରାଯାଇଛି । ସମାଜରେ ଏବେ ବି ଶିଶୁ କନ୍ୟା ଅଲଡା ହୋଇପଡିଛି । ମା ୧୦ ମାସ ଗର୍ଭ ଧାରଣ କରି ଶିଶୁକୁ ଜନ୍ମ ଦିଏ କିନ୍ତୁ ସେ ଯଦି କନ୍ୟା ସନ୍ତାନ ହୋଇ ଥାଏ ତାକୁ ଜଙ୍ଗଲରେ ଫୋପାଡି ଦେଇ ଚାଲିଯାଅନ୍ତି । ଏଭଳି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଅମାନୁଷିକ ଭାବେ ଜନ୍ମ ଜାତ ଶିଶୁକୁ ଏକ ବୁଦା ରେ ଛାଡି ଚାଲି ଯାଇଥିବା ମା କୁ ତୁରନ୍ତ ଚିହ୍ନଟ
କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏ ଅଞ୍ଚଳରେ ଦାବୀ ହେଉଛି l କେତକ ଦମ୍ପତିଏହି ଖବର ପାଇ ଶିଶୁଟିକୁ ଗ୍ରହଣ କରିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ବେଳେ ଅମାନୁଷିକ ଭାବେ ଜନ୍ମଦାତ୍ରୀ ମାଆ କିଭଳି ଭାବରେ ଛୁଆ ଫୋପାଡ଼ି ଦେଲେ ତାକୁ ନେଇ ଉଠୁଛି ପ୍ରଶ୍ନ ।ଶିଶୁର ପେଟରେ ମୁହଁରେ ସାମାନ୍ୟ ଆଘାତ ଲାଗିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଥିବା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଶାନ୍ତ କୁମାର ପାଢି କହିଛନ୍ତି । ଅନ୍ୟ ପକ୍ଷରେ ଶିଶୁଟି କୌଣଶି ହସ୍ପିଟାଲରେ ହିଁ ପ୍ରସବ କରାଯାଈଥିବା ସନ୍ଦେହ କରାଯାଉଛି । ଏତେ ସବୁ ସଚେତନ ସ୍ବତ୍ତେ ଶିଶୁ କନ୍ୟାକୁ ଜୀବିତ ଅବସ୍ଥାରେ ଜଙ୍ଗଲ ଭିତରେ ଫୋପାଡ଼ି ଦେବା ବିଡମ୍ବନାର ବିଷୟ । ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )