No Result
View All Result
୨୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ବିଶ୍ୱ ହିନ୍ଧୁ ପରିଷଦ ଓଡିଶା,ପୁରୀ ଜିଲ୍ଲାର ଗୋପ ପ୍ରଖଣ୍ଡ ଦ୍ଵାରା 60 ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଗୋପ ବ୍ଲକ ର 31 ଟା ପଞ୍ଚାୟତ ଓଁ କୋଣାର୍କ ବିଜ୍ଞାପିତ ଅଞ୍ଚଳ ର ଶତାଧିକ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ l ଗୋପ ଅଖଣ୍ଡେଳେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ହୋମ ଯଜ୍ଞ ମନ୍ତ୍ର ପାଠ ଆଦି ଧ୍ୟନି ରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଞ୍ଚଳ l ଗୋପ ବ୍ଲକ ଶ୍ରେଷ୍ଠ ଚଣ୍ଡୀ ଉପାସକ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ମିଶ୍ର ଙ୍କ ଦ୍ଵାରା ସମସ୍ତ ପୂଜାରୀତିନୀତି କରାଯାଇଥିଲା l
ଏହା ଗୋପ ପ୍ରଖଣ୍ଡ ରେ ପ୍ରଥମ କରି ବିଶ୍ୱ ହିନ୍ଧୁ ପରିଷଦ ର ପ୍ରତିଷ୍ଠା ଦିବସ ପାଳିତ କରାଯାଇଥିଲା l ବୌଦ୍ଧିକ ଆଲୋଚନା ରେ ମୁଖ୍ୟ ଅତିଥି ଭାବେ ଗୋପ ର ବରିଷ୍ଠ ଶିକ୍ଷାବିତ୍ ତଥା କବି ଶ୍ରୀଯୁକ୍ତ ପୁନେଶ କୁମାର ସେନାପତି ଯୋଗ ଦେଇଥିବା ସ୍ଥଳେ ମୁଖ୍ୟ ବକ୍ତା ଭାବେ ବିଶ୍ୱ ହିନ୍ଧୁ ପରିଷଦ ରାଜ୍ୟ ସହ ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ ନିଜର ଅବିଭାଷଣ ଉପସ୍ଥାପନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ର ପ୍ରଖଣ୍ଡ ର ପ୍ରମୁଖ ସତ୍ୟନାରାୟଣ ସେନାପତି ସଭାପତିତ୍ୱ କରିଥିଲେ l
ସମ୍ମାନୀୟ ଅତିଥି ଭାବେ ଗୋପ ନିମାପଡା ଅଞ୍ଚଳ ଜଣାଶୁଣା ମେଣ୍ଟର ତଥା ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଡକ୍ଟର ଭବାନୀ ଶଙ୍କର ସାମନ୍ତରାୟ ଯୋଗ ଦେଇଥିଲେ, ପୁରୀ ଜିଲ୍ଲାର ସମରସତ୍ତା ପ୍ରମୁଖ ଭାଗିରଥି ସ୍ୱାଇଁ, ମଞ୍ଚ ପରିଚାଳନା କରିଥିଲେ ପୁରୀ ଜିଲ୍ଲାର ସମ୍ପାଦକ ରଘୁନାଥ ମହାପାତ୍ର, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଗୋପ ଖଣ୍ଡ ର କାର୍ଯ୍ୟ ବାହାହ ପ୍ରଦୀପ୍ତ କୁମାର ପରିଡା, ମହିଳା ବିଶ୍ୱ ହିନ୍ଧୁ ପରିଷଦ ର ଉପସଭାପତି ଶାନ୍ତିଲତା ନାୟକ ପ୍ରଭୁତି ବ୍ୟକ୍ତି ବିଶେଷ ମାନେ ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି କର୍ମକର୍ତ୍ତା ଙ୍କୁ ଉଦବୋଧନ ଦେଇଥିଲେ l
ପ୍ରାରମ୍ବିକ ପର୍ଯ୍ୟାୟରେ 60 ବର୍ଷ ପୂର୍ତ୍ତି ଅବସରେ ବିଶ୍ୱ ହିନ୍ଧୁ ପରିଷଦ ର ପ୍ରତିଷ୍ଠା ଦିବସ ସାରା ବିଶ୍ୱରେ ପାଳନ କରାଯାଉଛି l ତାହା ଜନ୍ମାଷ୍ଟମୀ ଠାରୁ ଆସନ୍ତା 1 ତାରିଖ ପର୍ଯ୍ୟନ୍ତ ଭାରତ ର କୋଣ ଅନୁକୋଣ ରେ ପ୍ରତିଷ୍ଠା ଦିବସ ପାଳିତ ହେଉଛି l ଏହି ଅବସରରେ ଗୋପ ପ୍ରଖଣ୍ଡ ରେ ଚଳିତ ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀତିଥି ତଥା ତା. ୨୭ /୦୮/୨୦୨୪ ରିଖ ଦିନ ଗୋପ ଅଖଣ୍ଡେଳେଶ୍ୱର ମହାଦେବ ପ୍ରାଙ୍ଗଣରେ ଦିବା 10 ଘଟିକା ଠାରୁ ଅପରାହ୍ନ 3 ଟା ବେଳ ପଯ୍ୟନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବିଶ୍ୱ ହିନ୍ଧୁ ପରିଷଦ ଗୋପ ପ୍ରଖଣ୍ଡ ପକ୍ଷରୁ ସଚ୍ଚିଦାନନ୍ଦ ଗୋଛାୟତ, ଅନିଲ କୁମାର ସାହୁ, ସରତ ବେହେରା, ସତ୍ୟ, ପିଙ୍କୁ ପ୍ରଭୁତି ସହଯୋଗ କରିଥିଲେ l

No Result
View All Result