No Result
View All Result
୨୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାଜ ସୁନାଖଳା :-> ରାଜ ସୁନାଖଳା ଗ୍ରାମ ପଞ୍ଚାୟତ ର ସମସ୍ତ ଲୋକ କଳାକାର ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା କଳାକାର ଯଥା କଣ୍ଠଶିଳ୍ପୀ, ବାଦ୍ୟକାର , ସଙ୍ଗୀତ ନିର୍ଦ୍ଦେଶକ , ଲେଖକ, ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ, ମଞ୍ଚ ଅଭିନେତା, ଚିତ୍ର ଶିଳ୍ପୀ, ମୂର୍ତ୍ତୀ କାରିଗର,
ମଞ୍ଚ ଉପସ୍ଥାପକ ଆଦି ବିଶିଷ୍ଟ ଏବଂ ବରିଷ୍ଠ କଳାକାର ମାନଙ୍କୁ ନେଇ ଏକ କଳାକାର ମହାସଂଘ ଗଠନ ଉପଲକ୍ଷେ ରାଜ ସୁନାଖଳା ଉପର ବଜାର ସ୍ଥିତ ଭକ୍ତ ଚରଣ କ୍ଲବ୍ ଓ ପାଠାଗାର ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି, ଏହି କାର୍ଯ୍ୟକ୍ରମ ରେ ରାଜସୁନାଖଳା ଗ୍ରାମ ପଞ୍ଚାୟତ ର ବହୁ ବରିଷ୍ଠ କଳାକାର ମାନେ ଯୋଗଦାନ କରିଥିଲେ ଏବଂ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ l
No Result
View All Result