ଓଡିଶା ତାଜା ନ୍ୟୁଜ୍ ( ୧୩ ଅଗଷ୍ଟ ଗୁରୁବାର ) ହିଞ୍ଜିଳିକାଟୁ :- ଆନ୍ଧ୍ରପ୍ରଦେଶ ରାଜ୍ୟର ବିଜୟୱାଡ଼ା ଏକ ସୁତାକଳରେ କାମ କରୁଥିବା ସମୟରେ ପୁଅ-ଝିଅଙ୍କ ମଧ୍ୟରେ ପ୍ରେମ ସର୍ମ୍ପକ ଗଢି ଉଠିଥିଲା । ପରେ ଉଭୟଙ୍କ ମଧ୍ୟରେ ଶାରିରୀକ ସର୍ମ୍ପକ ଗଡି ଉଠିଥିଲା । ଯୁବତୀ ଜଣକ ଗର୍ଭବତୀ ହେବା ପରେ କୌଶଳ କ୍ରମେ ପ୍ରେମିକ ଜଣକୁ ଗାଁକୁ ଫେରିଯିବାର ବାହାନ କରି ଗ୍ରାମକୁ ଆସି ଫେରିନଥିଲେ । ଯୁବତୀଙ୍କୁ ଧୋକା ଦେଇ ପ୍ରେମିକ ଫେରାର ହୋଇଯାଇଛି । ଶେଷରେ ପ୍ରେମିକା ଜଣକ ନିରାଶ ହୋଇ ପ୍ରେମିକଙ୍କ ବାସଭବନ ସମ୍ମୁଖରେ ଗୁରୁବାର ସକାଳୁ ଧାରଣା ଦେଇଛନ୍ତି । ଏଭଳି ଏକ ଘଟଣା ହିଞ୍ଜିଳି ଥାନା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ହିଞ୍ଜିଳି ଥାନା ଅଂଚଳର ଜୈନିକା ୨୦ ବର୍ଷ ବୟସ୍କା ଯୁବତୀଙ୍କ ସହ ଶେରଗଡ଼ ବ୍ଳକ କୁଲାଗଡ଼ ଗ୍ରାମର ସମିର ସେଠି (୨୨)ଙ୍କ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଜୟୱାଡ଼ା ଏକ ସୁତାକଳରେ କାମ କରୁଥିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସର୍ମ୍ପକ ଗଢି ଉଠିଥିଲା ।
ପରେ ବିବାହର ପ୍ରଲୋଭନ ଦେଖାଇ ଶାରିରୀକ ସର୍ମ୍ପକ ରଖିଥିଲେ । ଯୁବତୀ ଜଣକ ଗର୍ଭବତୀ ହେବା ଜାଣିପାରି ଯୁବକ ଜଣକ ବାହାନା କରି ଘଟଣା ନେଇ ପରିବାର ଲୋକଙ୍କୁ ବିବାହର ପ୍ରସ୍ତାବ କହିବା ନେଇ ପୈତୃକ ଗ୍ରାମକୁ ଆସିଥିଲେ । ଦୀର୍ଘ ୨ମାସ ଧରି ପ୍ରେମିକ ଜଣକ ନଫେରିବାରୁ ସନ୍ଦେହ କରି ଯୁବତୀ ଜଣକ ପ୍ରେମିକଙ୍କ ଗ୍ରାମକୁ ଆସିଥିଲେ । କିନ୍ତୁ ପ୍ରେମିକଙ୍କ ଘରେ ତାଲା ଝୁଲୁଥିବାର ଦେଖି ସଂପୃକ୍ତ ଗ୍ରାମର ଭଦ୍ର ବ୍ୟକ୍ତିଙ୍କ ସହ ଘଟଣା ନେଇ ଆଲୋଚନା କରିଥିଲେ । କୌଣସି ସୁଫଳ ନମିଳିବାରୁ ଘଟଣା ନେଇ ପ୍ରେମିକା ଜଣକ ଏ ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ହିଞ୍ଜିଳି ଥାନାରେ ନଂ-୨୬୭/୨୦ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି ।
ଅନ୍ୟ ଉପାୟ ନପାଇ ଗ୍ରାମର ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ପ୍ରେମିିକା ଜଣକ ପ୍ରେମିକଙ୍କ ଘରର ତାଲା ଭାଙ୍ଗି ଘରେ ରହିଥିଲେ । ଗୁରୁବାର ପ୍ରେମିକଙ୍କ ଘର ଲୋକେ ଆସି ଯୁବତୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିବା ନେଇ ଯୁବତୀ ଜଣକ କହିଛନ୍ତି । ତେବେ ମାଡ଼ ମାରିବା ପରେ ପରିବାର ସଦସ୍ୟ ପୁଣି ଥରେ ଫେରାର ହୋଇ ଯାଇଛନ୍ତି । ପ୍ରେମିକ ଜଣକ ବର୍ତମାନ ସୁଦ୍ଧା ଫେରାର ରହିଛନ୍ତି । ଉପାୟ ଶୁନ୍ୟ ହୋଇ ପ୍ରେମିକା ଜଣକ ପ୍ରେମିକଙ୍କ ବାସଭବନ ସମ୍ମୁଖରେ ଧାରଣା ଦେଇଛନ୍ତି । ଖବର ଲେଖା ହେବା ସୁଦ୍ଧା ପ୍ରେମିକା, ପ୍ରେମିକଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିଛନ୍ତି । ଡ଼ାକ୍ତରଙ୍କ ରିପୋର୍ଟ ଅନୁଯାୟୀ ଯୁବତୀ ଜଣକ ୮ମାସର ଗର୍ଭବତୀ ଥିବା ଜଣାପଡ଼ିଛି । ( ରିପୋର୍ଟ – ଶେଷଦେବ ସାହୁ )