No Result
View All Result
୨୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନି ଆ ବ୍ଲକର ବିଭିନ୍ନ ଗ୍ରାମ ସମେତ ଶିକ୍ଷାନୁଷ୍ଠାନରେ ପବିତ୍ର ଜନ୍ମାଷ୍ଟମୀ ପର୍ବ ଧୁମଧାମରେ ପାଳନ ହୋଇଛି । ଏଥିରେ ଶିକ୍ଷାନୁଷ୍ଠାନ ଗୁଡିକରେ ଅଧ୍ୟୟନ ରତ ଛାତ୍ରଛାତ୍ରୀ ମାନେ ନନ୍ଦ,ଯଶୋଦା, ବସୁଦେବ, ଦେବକୀ,କୃଷ୍ଣ,ବଳରାମ,ରାଧା,ସୁଦାମା ଓ କଂସ ଆଦି ପୋଷାକରେ ସୁ ସଜ୍ଜିତ ହୋଇ ଗ୍ରାମ ପରିକ୍ରମା କରି ଏକ ଭାବମୟ ପରିବେଶ ସୃଷ୍ଟି କରିଥିଲେ। ତତସହିତ ନାଚ,ଗୀତ, ବୃକ୍ଷରୋପଣ,ପ୍ରତିଯୋଗିତା, ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରି ପ୍ରବଚନ ଓ ଭଗବତ ଗୀତା ବଣ୍ଟନ ବହୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ବେଗୁନିଆ ବ୍ଲକ ଅନ୍ତର୍ଗତ ପୋଡ଼ାଡିହ ପଂଚାୟତର କୋଟପଲା ଗ୍ରାମସ୍ଥିତ ବିବେକାନନ୍ଦ ପବ୍ଲିକ ସ୍କୁଲର ସମ୍ପାଦକ ଉତ୍କଳ ରାଉତଙ୍କ ଅଧ୍ୟକ୍ଷତାରେ ଶିକ୍ଷାବିତ ବସନ୍ତ କୁମାର ମିଶ୍ର ମୁଖ୍ୟ ଅତିଥି, ସମାଜସେବୀ ବାଉରୀ ଶ୍ରୀ ଚନ୍ଦନ ମୁଖ୍ୟବକ୍ତା ଓ ପ୍ରବଚକ ଭାଗିରଥି ରାମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଧାର୍ମିକ ଭାବନା ଉଦ୍ରେକ କରିବାକୁ ପରାମର୍ଶ ଦେଇଥିଲେ । ପୋଡ଼ାଡିହ ଗ୍ରାମସ୍ଥିତ ଭାରତୀୟ ବିଦ୍ୟା ନିକେତନ ପରିସରରେ ସମାଜସେବୀ ପର୍ଶୁରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଗନ୍ନାଥ ସଂସ୍କୃତି ଗବେଷକ ସୁଦର୍ଶନ ଚମ୍ପତି ମୁଖ୍ୟ ଅତିଥି, ପଣ୍ଡିତ ସତ୍ୟବାଦୀ ଦାଶ ମୁଖ୍ୟବକ୍ତା ଓ ଯୁବ ପ୍ରବଚକ ତଥା ଶିକ୍ଷକ ସନ୍ତୋଷ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇ ଭକ୍ତି ଓ ଭାବର ଧାରାକୁ ଆଗାମୀ ଦିନରେ ଛାତ୍ରଛାତ୍ରୀମାନେ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ।
ଏତଦ ବ୍ୟତୀତ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରପଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ କୋଚିଆଖାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜମ୍ବେଶ୍ଵର ମଙ୍ଗରାଜ ମୁଖ୍ୟଅତିଥି, ପରିଛଳ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନିରାକାର ବଳିଆରସିଂହ, ସ୍ଥାନୀୟ ସରପଞ୍ଚ ଅକ୍ଷୟ କୁମାର ରାଉତରାୟ ଓ ସମାଜସେବୀ ଜିତେନ୍ଦ୍ର ପାହାଡାସିଂହ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସୁ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ । ସେହିପରି କଣ୍ଟାବାଡ ଗ୍ରାମସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ପକ୍ଷରୁ ବାଙ୍କୀ ବ୍ଲକ ଉପଖଣ୍ଡ ଅନ୍ତର୍ଗତ ପାଣିକୋରଡ ଗ୍ରା l
No Result
View All Result