No Result
View All Result
୨୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଚିଲିକା ବ୍ଲକ ଅନ୍ତର୍ଗତ ଗଙ୍ଗାଧର ପୁର ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ପୂର୍ବାହ୍ନରେ ଛାତ୍ର ଛାତ୍ରୀ ମାନେ ରାଧା କ୍ରୃଷ୍ଣ ବେଶରେ ଗ୍ରାମ ପରିକ୍ରମା କରିଥିଲେ ।
ଏହାପରେ ବିଦ୍ୟାଳୟ ପରିସରରେ ସମ୍ପାଦକ ଅଶ୍ଵିନୀ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇ ବିଭିନ୍ନ ପ୍ରତି ଯୋଗିତାରେ କ୍ରୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ର ଶିକ୍ଷକ ଅକ୍ଷୟ କୁମାର ପଲେଇ, ଶିକ୍ଷୟିତ୍ରୀ ମାମି ବେହେରା, ସୁଜାତା ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା ପ୍ରଦାନ କରିଥିଲେ ।
No Result
View All Result