ଓଡିଶା ତାଜା ନ୍ୟୁଜ୍ ( ୧୩ ଅଗଷ୍ଟ ଗୁରୁବାର ) ଭୁବନେଶ୍ୱର :- ସାଲେପୁର ଓ ଟାଙ୍ଗୀ ବ୍ଲକ୍ ଶିକ୍ଷକ ସଂଘ ଓ ଟାଙ୍ଗୀ ଚୌଦ୍ୱାର ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୪ ଲକ୍ଷ ୯୨ ହଜାର ୨୧୪ ଟଙ୍କା ପ୍ରଦାନ ରାଜ୍ୟରେ କୋଭିଡ୍-୧୯ ସ୍ଥିତିର ମୁକାବିଲା ପାଇଁ ସାଲେପୁରର ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରା ଙ୍କ ତତ୍ତ୍ୱାବଧାନରେ ସାଲେ ପୁର ଓ ଟାଙ୍ଗୀ ବ୍ଲକ୍ ଶିକ୍ଷକ ସଂଘ ପକ୍ଷରୁ ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୬ ଲକ୍ଷ ୮୪ ହଜାର ୪୩୭ ଟଙ୍କା ପ୍ରଦାନ କରାଯାଇଛି । ସେହିପରି ଟାଙ୍ଗି ଚୌଦ୍ୱାର ବ୍ଲକ୍ର ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ମାନଙ୍କ ପକ୍ଷରୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୮ ଲକ୍ଷ ୭ ହଜାର ୭୭୭ ଟଙ୍କା ପ୍ରଦାନ କରାଇଛି
। ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କୁ ସାଲେ ପୁର ଓ ଟାଙ୍ଗୀ ବ୍ଲକ୍ ଶିକ୍ଷକ ସଂଘ ଏବଂ ଟାଙ୍ଗି ଚୌଦ୍ୱାର ବ୍ଲକ୍ର ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ଏହି ଅର୍ଥ ରାଶିକୁ ଚେକ ଆକାର ରେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ୍ ପାଣ୍ଠି ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଏହି ଅବସରରେ ଟାଙ୍ଗି ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ଚନ୍ଦ୍ରଶେଖର ଦାସ, ସାଲେପୁର ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରେମଲତା ନାୟକଙ୍କ ସମେତ ଶିକ୍ଷକ ସଂଘର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।