No Result
View All Result

୨୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ପବିତ୍ର ଜନ୍ମାଷ୍ଟମୀ ରେ ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ବାଲିଆ ଗୋପୀନାଥପୁର ଗ୍ରାମର ଗ୍ରାମ ଦେବତୀ ଥାନପତି ଙ୍କ ପ୍ରାଙ୍ଗଣରେ ହେବାକୁ ଥିବା ଚତୃର୍ଥ ବାର୍ଷିକ ନବ ଦୂର୍ଗାଙ୍କ ମୂର୍ତ୍ତି ନିର୍ମାଣ ପାଇଁ ସୋମବାର ବିଲୁଆଖାଇ ନଦୀରୁ ମାଟି ଉଠାଣ କାର୍ଯ୍ୟ ଯଥା ଵିଧି ଅନୁଷ୍ଠିତ ହୋଇଛି l
ଅନୁଷ୍ଠାନର ସଭାପତି ଗଙ୍ଗାଧର ରାୟ ଙ୍କ ପ୍ରତ୍ୟକ୍ଷ ତତ୍ୱlଵଧାନ ରେ ସମ୍ପାଦକ ସୁବାସ ଦାସ, କୋଷାଧ୍ୟକ୍ଷ୍ୟ ସୁରେନ୍ଦ୍ର ସାହୁ, ଆୟସ ନାୟକ, ନବକିଶୋର ପଣ୍ଡା ନଦୀରୁ ପୂଜା ପାଠ କରି ବାଇଦ ବାଜଣା ସହ ମାଟି ଉଠାଇ ଦୂର୍ଗା ଙ୍କ ମୂର୍ତ୍ତି ନିର୍ମାଣ କରିବାପାଇଁ ପୀଠକୁ ଆଣିଥିଲେ l ଆଜି ଏଠାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା l
No Result
View All Result