No Result
View All Result
୨୫ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସାମ୍ବାଦିକତା କ୍ଷେତ୍ରକୁ ମଜବୁତ କରିବା ସହିତ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଦେବା ପାଇଁ ରବିବାର ଦିନ ଭୁବନେଶ୍ୱର ଖାରବେଳନଗର ଅଞ୍ଚଳରେଥିବା ହୋଟେଲ ଏଚ ଏଚ ଆଇ ସଭା ଗୃହରେ ଅଲ ଓଡିଶା ରିପୋର୍ଟରସ ଆସୋସିଏସନ ର ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହିଉତ୍ସବରେ ଅନୁଷ୍ଠାନର ରାଜ୍ୟ ସଭାପତି ଡ଼ଃ. ସୁଧାଂଶୁ ଶେଖର ରାଉତ ଅଧ୍ୟକ୍ଷତା କରିଥିଲେ । ଏହି ସମାରୋହ ରେ ସାରା ଓଡିଶାର ବିଭିନ୍ନ ଜିଲ୍ଲା ଏବଂ ବ୍ଲକରେ କାର୍ଯ୍ୟ କରୁଥିବା ୧୫ ଶହରୁ ଉର୍ଦ୍ଧ ସାମ୍ବାଦିକ ଯୋଗ ଦେଇ, ଏହି ନୂତନ ସଂଘରେ ନିଜର ନାମ ପଞ୍ଜିକରଣ କରିବା ସହ ନିଜର ସ୍ୱାର୍ଥ ଏଵଂ ନ୍ୟାର୍ଯ୍ୟ ଦାବୀ ହାସଲ କରିବା ପାଇଁ ପ୍ରତିଜ୍ଞା କରିଥିଲେ | ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଯୋଗ ଦେଇ କହିଲେ ଯେ , ସାମ୍ବାଦିକଙ୍କ ଏକତା ମନୋଭାବକୁ ସମ୍ମାନ ଦେବା ସହ ଅଲ ଓଡିଶା ରିପୋର୍ଟସ ଆସୋସିଏସନର ଉତ୍ତୋରତର କାମନା କରିଥିଲେ ।

ସମ୍ମାନିତ ଅତିଥି ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ନବରଙ୍ଗପୁର ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ବରିଷ୍ଠ ଯୁବନେତା ପୁଲିନ ପୁହାଣ ଙ୍କ ସମେତ ଅର୍ଗସ ଟିଭିର ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା, ନନ୍ଦିଘୋଷ ଟିଭି ଓ ସକାଳ ଖବର କାଗଜର ପବ୍ଲିସର ଅମିତ କୁମାର ମଲ୍ଲିକ,ବିବିସି ମୁଖ୍ୟ ସଂଜୀବ ସାହୁ,ପ୍ରଦୀପ ପ୍ରଧାନ ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ସମ୍ବାଦ ପରିବେଷଣ କରୁଥିବାରୁ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ସରକାର ଧ୍ୟାନ ଦେବାକୁ କହିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶୀ ନୃତ୍ୟ ପରିବେଷଣ ବେଶ ଆକର୍ଷଣୀୟ ଥିଲା । ପରେ ପରେ ସମସ୍ତ ଅତିଥି ମାନଙ୍କ ଦ୍ୱାରା ଅଲ ଓଡିଶା ରିପୋର୍ଟରସ ଆସୋସିଏସନର ଲୋଗୋ ଉନ୍ମୋଚନ କରା ଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ସଂଘର ସାଧାରଣ ସମ୍ପାଦକ ସଂଗ୍ରାମ ମାହାନ୍ତି, ସଂଘ ମ୍ୟାନେଜର ବିମଳ କୁମାର ରାଉଳ, କାର୍ଯ୍ୟକାରୀ ସଭାପତି ବୁବା ଦାସ ଓ ଡ଼ମ୍ବୁରୁଧର ପ୍ରଧାନ ପ୍ରମୁଖ ପରିଚାଳନା କରିଥିବା ବେଳେ ଉପସ୍ଥାପିକା ଭାବେ ତାପସ୍ୱି ନିଜର ଦାୟିତ୍ୱ ସମ୍ପାଦନ କରିଥିଲେ l ଏହି ପରିପ୍ରେକ୍ଷୀରେ ବିଶିଷ୍ଠ ବ୍ୟକ୍ତି ବିଶେଷଙ୍କୁ ସେମାନଙ୍କ ତ୍ୟାଗ ତଥା ସମାଜସେବା ପାଇଁ ପୁରସ୍କୃତ କରା ଯାଇଥିଲା l କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ଓଡିଶାର ପ୍ରତ୍ୟେକ ଜିଲ୍ଲା ରୁ ଆସିଥିବା ସାମ୍ବାଦିକ ମାନଙ୍କୁ ନେଇ ଜିଲ୍ଲା ସଂଘ ଗଠନ କରି ନିଜର ଦାବୀ ହାସଲ କରିବା ପାଇଁ ଲଢେଇ ଜାରୀ ରଖିବାକୁ ଉପସ୍ଥିତ ଅତିଥି ପରାମର୍ଶ ଦେଇଥିଲେ ।
No Result
View All Result