No Result
View All Result
୨୫ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ବିରିଡି ବ୍ଲକ ସମିଳନୀ କକ୍ଷରେ ଲକ୍ଷପତି ଦିଦି ଙ୍କ ନିମନ୍ତେ ବ୍ଲକ ସ୍ତରୀୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ଜଗତସିଂହପୁର ଜିଲ୍ଲାପରିଷଦ ର ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ରବିନାରାୟଣ ଜେଠୀ, ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ବିଡ଼ିଓ ବିଜୟ କୁମାର ବେହେରା,ମିଶନ ଶକ୍ତି ବ୍ଲକ ସଂଯୋଜକ ବିଜୟ କୁମାର ରଣା,
ବିପିଏମ ଗଣେଷ ଚନ୍ଦ୍ର ସ୍ୱାଇଁ ଯୋଗଦେଇଥିଲେ l ମିଶନଶକ୍ତି ବିଭାଗ ଦ୍ୱାରା ଓଡିଶା ଜୀବିକା ମିଶନ ମାଧ୍ୟମରେ ଏସ ଏଚ ଜି ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ସି ଆଇ ଏଫ ଭି ଆର ଏଫ ଏବଂ ଅନ୍ୟାନ୍ୟ ସରକାରୀ ଆର୍ଥିକ ଓ ବୈଷୟିକ ସହାୟତା ପ୍ରଦାନ କରାଯାଇଛି l ଯାହା ଫଳରେ ସେମାନେ ଏସ ଏଚ ଜି ଗୋଷ୍ଠିର ମହିଳାରୁ ଜଣେ ଜଣେ ଉଦ୍ୟୋଗୀ ହୋଇ ପାରିଛନ୍ତି l ସେମାନଙ୍କ ସାମାଜିକ ଏବଂ ଆର୍ଥିକ କ୍ଷେତ୍ର ରେ ଉନତୀ କରିଛନ୍ତି l
ବିରିଡି ବ୍ଲକ ରେ ସମୁଦାୟ 2093ଜଣ ଲକ୍ଷ ପତି ଦିଦିଙ୍କ ମଧ୍ୟରୁ 110ଜଣଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ବିରିଡି ବ୍ଲକର ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ମାନେ ଯୋଗଦେଇଥିଲେ l କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ଦେବାରେ ବି ଏଲ ସି ସସ୍ମିତା ବରାଳ, ଦୀପ୍ତି ମୟୀ ଦାଶ, ଓ ବ୍ଲକ ର ସମସ୍ତ ଏମ ବି କେ ଏବଂ ସିଆରପି ସହଯୋଗ କରିଥିଲେ l ପ୍ରଧାନ ମନ୍ତ୍ରୀ ଙ୍କ ମନକିବାତ ପ୍ରଦର୍ଶିତ ହୋଇଥିଲା l

No Result
View All Result