ଓଡିଶା ତାଜା ନ୍ୟୁଜ୍ ( ୧୩ ଅଗଷ୍ଟ ଗୁରୁବାର ) ଢେଙ୍କାନାଳ :- ଜିଲ୍ଲାରେ ୩୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଓଡ଼ାପଡ଼ା ବ୍ଲକରେ ୨୭ ଜଣ, ଭୁବନ ବ୍ଲକରୁ ୬ ଜଣ ଓ ଏନ୍ ଏ ସି ରୁ ୫ ଜଣ ଏବଂ ଗନ୍ଦିଆ ବ୍ଳକରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଓଡ଼ାପଡ଼ା ବ୍ଲକ ଗୁଣ୍ଡିଚା ପଡ଼ାରେ ପୂର୍ବରୁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୨୭ ଜଣ କଣ୍ଟ୍ରାକ୍ଟ ଟ୍ରେସିଂଙ୍ଗ୍ ଦ୍ଵାରା ଚିହ୍ନଟ ହୋଇଛନ୍ତି । ଭୁବନ ବ୍ଲକ ଅସଙରବନ୍ଧରୁ ୪, ଡେଙ୍ଗାବାହାଳୀରୁ ୨ ଜଣ ଏବଂ ଏନ୍ ଏ ସି ର ୱାର୍ଡ଼ ୫ ଓ ୨ ରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗନ୍ଦିଆ ବ୍ଳକ କାଳୁପଡାରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨୫ ଜଣ
ହୋମ୍ କ୍ଵାରେଣ୍ଟାଇନରେ ଥିବାବେଳେ ୯ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣ୍ଟିଜେନ୍ ଟେଷ୍ଟ୍ ଦ୍ଵାରା ଚିହ୍ନଟ କରାଯାଇଛି ଏବଂ ୫ ଜଣ ଏସ୍ ସି ବି ମେଡିକାଲ କଲେଜରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଲକ୍ଷଣ ଅନୁଯାୟୀ ଆକ୍ରାନ୍ତଙ୍କୁ ଜିଲ୍ଲା କୋଭିଡ୍ ହସ୍ପିଟାଲ୍ ଓ ଗୋବିନ୍ଦପୁର ହେଲଥ୍ ସେଣ୍ଟର କୁ ପଠାଯାଇଛି । ସେମାନେ ରହୁଥିବା ସଂଲଗ୍ନ ଅଞ୍ଚଳକୁ ବିଶୋଧନ କରାଯାଇଛି । ଜିଲ୍ଲାରେ ଆଜି ଆଉ ୨୪ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଆଜିସୁଦ୍ଧା ଜିଲ୍ଲାରେ ୭୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲାବେଳେ ଚିକିତ୍ସା ପରେ ୪୩୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ ଜଣେ ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି ଏବଂ ଅନ୍ୟ ୩୧୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । (ରିପୋର୍ଟ -ଅମର ରଞ୍ଜନ ଦାସ)