No Result
View All Result
ବିଲଡିଂ ଆପ ବ୍ୟବହାର, ଜାତୀୟ ଉପଲବ୍ଧି ପରୀକ୍ଷଣ ପାଇଁ ପ୍ରସ୍ତୁତି, ପାଠ ଯୋଜନା, ଟ୍ରାକର, ବିଦ୍ୟାଳୟ ନିରାପତ୍ତା ଉପରେ ଗୁରୁତ୍ୱ
୨୪ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ଗଣ ଶିକ୍ଷା ବିଭାଗରଚିଠି ୭୭୨୬ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ସମସ୍ତ ବିଦ୍ୟାଳୟଗୁଡିକରେ ଆଜି ତୃତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରରେ ସି.ଆର.ସି.ସି. ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ଓ ହଂସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ନୀଳାଦ୍ରି ସୁବୁଦ୍ଧି, ହଂସରା ପ୍ରାଥମିକ ବିଦ୍ୟାଳୟ ଶିକ୍ଷୟତ୍ରୀ ଲକ୍ଷ୍ମୀ ଦେଇଙ୍କ ସହଯୋଗରେ ଏହି ବୈଠକ ସଫଳତାର ସହ ସମାପ୍ତ ହୋଇଛି l
ଏହି ବୈଠକରେ ବିଲଡିଂ ଆପ ବ୍ୟବହାର, ଜାତୀୟ ଉପଲବ୍ଧି ପରୀକ୍ଷଣ ପାଇଁ ପ୍ରସ୍ତୁତି, ପାଠ ଯୋଜନା, ଟ୍ରାକର, ସ୍ଲାସ, ବିଦ୍ୟାଳୟ ନିରାପତ୍ତା, ଯାଦୁଇ ପିଟାରା ବ୍ୟବହାର ଆଦି ବିଷୟରେ ଆଲୋଚନା କରାଯାଇଥିଲା | ଏହା ସହିତ ବିଦ୍ୟା ପ୍ରବେଶ, ଏକକ ଶିକ୍ଷାଦାନ ପଦ୍ଧତି, ବହୁ ଶ୍ରେଣୀୟ ଶିକ୍ଷାଦାନ ପଦ୍ଧତିର ସୋପାନ ବିଷୟରେ ଆଲୋଚନା କରାଯାଇଥିଲା l ଏହା ସହ ବରିଷ୍ଠ ଶିକ୍ଷକ ଅଜୟ କୁମାର ସାହୁ, ଭଗବତ ଜେନା, ଉର୍ମିଳା ଦେଇ ଶିକ୍ଷାଦାନ ପଦ୍ଧତିର ନମୁନା ଶ୍ରେଣୀ ନେଇ ଶିକ୍ଷାଦାନ କରିଥିଲେ l
ଏହି ବୈଠକର ଆଲୋଚନା ବିଷୟ ବସ୍ତୁଗୁଡିକ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଦୈନଦିନ ବିଦ୍ୟାଳୟ ପରିଚାଳନା, ଶ୍ରେଣୀରେ ଶୈକ୍ଷିକ କାର୍ଯ୍ୟ ପରିଚାଳନା ସହ ଛାତ୍ରଛାତ୍ରୀମାନଙ୍କ ଅସୁବିଧାକୁ ଚିହ୍ନଟ କରି ତାର ସମାଧାନରେ ସାହାଯ୍ୟ କରିବ l ଏହି ବୈଠକରେ ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା ଉପସ୍ଥିତ ରହି ପର୍ଯ୍ୟବେକ୍ଷଣର୍ଲା କରିଥିଲେ l ଏହି ବୈଠକରେ କ୍ଲଷ୍ଟରର ୧୦ଟି ବିଦ୍ୟାଳୟରୁ ୧୦ ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ୯ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ l
ଶିକ୍ଷକ ସୁକାନ୍ତ କୁମାର ବେହେରା, ପୂର୍ଣଚନ୍ଦ୍ର ପତି, ପାଞ୍ଚାଳୀ ଦେଇ, ଅବସରପ୍ରାପ୍ତ ଶିକ୍ଷକ ମହେନ୍ଦ୍ର ସୁବୁଦ୍ଧି ପ୍ରମୁଖ ବୈଠକ ପରିଚାଳନାରେ ସହଯୋଗ କରିଥିଲେ l ସେହିପରି ଗୌରାଙ୍ଗପୁର, ରଣପୁର, ଗୋପାଳପୁର, ମଝିଆଖଣ୍ଡ, ଚାନ୍ଦପୁର, କେରେଣ୍ଡାଟାଙ୍ଗୀ, ସୁନାଖଳା, କାସନ୍ଦା, କୁଳାସର, ଡମସାହି ସମେତ ରଣପୁର ବ୍ଲକର ସମସ୍ତ କ୍ଲଷ୍ଟରରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି l
No Result
View All Result