No Result
View All Result
୨୪ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସୁଭଦ୍ରା ଯୋଜନାର ନିୟମାବଳୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ସୁଭଦ୍ରା ଯୋଜନାର ନିୟମାବଳୀକୁ କ୍ୟାବିନେଟ୍ର ଅନୁମୋଦନ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ୨୧ ବର୍ଷରୁ ଅଧିକ ଏବଂ ୬୦ ବର୍ଷରୁ କମ ବୟସ ମଧ୍ୟର ମହିଳାଙ୍କୁ ମିଳିବ ଟଙ୍କା । ଡିବିଟି ମାଧ୍ୟମରେ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ଏକ କୋଟିରୁ ଅଧିକ ମହିଳା ଏହା ଦ୍ୱାରା ଲାଭବାନ ହେବେ । ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନ ଇସ୍ତହାରରେ ବିଜେପି କ୍ଷମତାକୁ ଆସିଲେ ମହିଳାଙ୍କୁ ସୁଭଦ୍ରା ଯୋଜନା ମାଧ୍ୟମରେ ୫୦ ହଜାର ଟଙ୍କାର ସହାୟତା ଦେବା ପାଇଁ ଘୋଷଣା କରିଥିଲା ।
ଏମାନେ ପାଇବେନି ସୁଭଦ୍ରା ଟଙ୍କା
-
ଆର୍ଥିକ ସଚ୍ଛଳ ବର୍ଗର ମହିଳା
-
ସରକାରୀ ଚାକିରି କରୁଥିବା ମହିଳା
-
ଆୟକର ଦେଉଥିବା ମହିଳା
-
ମାସକୁ ୧୫୦୦ ଟଙ୍କା କିମ୍ବା ଅଧିକ ଟଙ୍କାର ସହାୟତା ପାଉଥିବା ମହିଳା
-
ବର୍ଷକୁ ୧୮ ହଜାର କିମ୍ବା ଅଧିକ ଟଙ୍କାର ସହାୟତା ରାଶି ପାଉଥିବା ମହିଳା
ବର୍ତ୍ତମାନ ଏହି ଯୋଜନାର ଏସଓପି ଜାରି କରାଯାଇଛି । ପ୍ରତ୍ୟେକ ବର୍ଷ ରାଖୀ ପୂର୍ଣ୍ଣିମା ଓ ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କ ଆଉଣ୍ଟକୁ ଯିବ ୫ ହଜାର ଲେଖାଏଁ ଟଙ୍କା । ୫ ବର୍ଷରେ ମହିଳାମାନଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ସୁଭଦ୍ରା ଡିବିଟି କାର୍ଡରେ ଯିବ ଟଙ୍କା । ଏଥିପାଇଁ କଲ୍ ସେଣ୍ଟର ଖୋଲା ଯିବ । ଅଙ୍ଗନବାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ଜନସେବା କେନ୍ଦ୍ରରେ ଆବେଦନ କରି ପାରିବେ ହିତାଧିକାରୀ ।
ସୁଭଦ୍ରା ବର୍ଷକୁ ମିଳିବ ୧୦ ହଜାର
-
ସୁଭଦ୍ରା ଯୋଜନାକୁ କ୍ୟାବିନେଟରେ ମୋହର
-
ସୁଭଦ୍ରା ଯୋଜନା ପାଇଁ ଆସିଲା ଏସଓପି
-
ଏସଓପି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
-
୨୧ ବର୍ଷରୁ ଅଧିକ ୬୦ ବର୍ଷରୁ କମ ମହିଳା ପାଇବେ ସୁବିଧା
-
ରାଜ୍ୟର ୧ କୋଟିରୁ ଅଧିକ ମହିଳା ହେବେ ଉପକୃତ
-
ମହିଳାଙ୍କୁ ସୁଭଦ୍ରା ଡେବିଟ କାର୍ଡ ପ୍ରଦାନ କରାଯିବ
-
ପ୍ରତିବର୍ଷ ସୁଭଦ୍ରା ଯୋଜନାରେ ମିଳିବ ଟଙ୍କା
-
ଦୁଇଟି କିସ୍ତିରେ ଟଙ୍କା ପ୍ରଦାନ କରିବେ ସରକାର
-
ଦୁଇ ଥରରେ ୧୦ ହଜାର ଟଙ୍କା ମହିଳାଙ୍କୁ ମିଳିବ
-
୫ ବର୍ଷରେ ୫୦ ହଜାର ଟଙ୍କା ପ୍ରଦାନ କରାଯିବ
ସୁଭଦ୍ରା ଡେବିଟି କାର୍ଡ ରେ ଯିବ ଟଙ୍କା । କଲ ସେଣ୍ଟର ଖୋଲା ଯିବ । ଅଙ୍ଗନବାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ଜନସେବା କେନ୍ଦ୍ର ରେ ଆବେଦନ କରି ପାରିବେ ମହିଳା ମାନେ । ଶୁଭଦ୍ରା ଯୋଜନା ର ଡେବିଟ କାର୍ଡ କୁ ଯେଉଁ ହିତାଧିକାରୀ ଅଧିକ ଡ଼ିଜିଟାଲ ମାଧ୍ୟମରେ ବ୍ୟବହାର କରିବେ ସେମାନଙ୍କୁ ପୁରସ୍କୃତ କରାଯିବ । ପ୍ରତି ପଂଚାୟତ ର ୧୦୦ ଜଣ ଏଭଳି ହିତାଧିକାରୀ ଙ୍କୁ ପୁରସ୍କାର ଦିଆଯିବ l
No Result
View All Result