No Result
View All Result
୨୩ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ସଭିଏଁ ପଢିବେ । ସଭିଏଁ ବଢ଼ିବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏହି ନାରା ଏବେ ସତେ ଯେମିତି ନିରବୀ ଯାଇଛି । କାହିଁକି ନା ଗ୍ରାମାଞ୍ଚଳର ଛାତ୍ର ଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି ସରକାର ବିଭିନ୍ନ ସମୟରେ ଭିତ୍ତିଭୂମି ସାଙ୍ଗକୁ ଆବଶ୍ୟକୀୟ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗାଇ ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି । ହେଲେ ଶିକ୍ଷା ବିଭାଗର ବାସ୍ତବ ସ୍ଥିତି କିନ୍ତୁ ଓଲଟା । ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ଓ ଶିକ୍ଷୟତ୍ରୀ ନଥିବା ଯୋଗୁଁ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ପାଠ ପଢା ଏବେ ବାଧାପ୍ରାପ୍ତ ହୋଇଛି । ଏଭଳି ବିକଳ ଚିତ୍ର କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଳକ ପର୍ତ୍ତମାହା ସରକାରୀ ସେବାଶ୍ରମ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ନେଇ ଅଷ୍ଟମ ଶ୍ରେଣୀ ଯାଏ ସମୁଦାୟ ୨୬୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ।
କିନ୍ତୁ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ଲାଗି ମାତ୍ର ୨ ଜଣ ଶିକ୍ଷକ ନିୟୋଜିତ ରହିଛନ୍ତି । ଯାହା କି ୨ ଜଣ ଶିକ୍ଷକରେ ୮ଟି ଶ୍ରେଣୀର ଛାତଛାତ୍ରୀଙ୍କୁ ପାଠ ପଢ଼ାଇବା ସମ୍ଭବପର ହୋଇ ପାରୁନି। ୨ ଜଣ ଶିକ୍ଷକ ୨ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଥିବା ସମୟରେ ବାକି ୬ଟି ଶ୍ରେଣୀର ଛାତ୍ରଛାତ୍ରୀ ପାଠ ନ ପଢ଼ି ବସି ରହୁଛନ୍ତି । ଅନ୍ୟ ସମୟରେ ୨ ଜଣ ଶିକ୍ଷକଙ୍କ ମଧ୍ୟରୁ ଯଦି କେହି ସରକାରୀ କାର୍ଯ୍ୟ କିମ୍ବା ଦେହ ଅସୁସ୍ଥ ନେଇ ଛୁଟିରେ ରୁହନ୍ତି, ତେବେ ଛାତ୍ରଛାତ୍ରୀ ପାଠ ପଢ଼ାରୁ ବସ୍ତ ରହୁଛନ୍ତି । ଏହା ବାଦ ଆଶ୍ରମରେ ସମୁଦାୟ ୧୭୦ ଜଣ ଅନ୍ତେବାସୀ ରହି ମଧ୍ୟ ପାଠ ପଢୁଛନ୍ତି । ଏଭଳି ପରିସ୍ଥିତିରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପର୍ତ୍ତମାହା ଗ୍ରାମବାସୀ ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀ ଓ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଆବଶ୍ୟକୀୟ ଶିକ୍ଷକ ଯୋଗାଇ ଦେବାକୁ ଲିଖିତ ଭାବେ ଦାବି କରି ଆସୁଥିଲେ ମଧ୍ୟ ଆଜି ଯାଏ ସେମାନଙ୍କ ଦାବି ପୂରଣ ହୋଇପାରି ନାହିଁ ।
ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁ ଥିବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖୁବାକୁ ମିଳିଛି । ସରକାର ଅଞ୍ଚଳବାସୀଙ୍କ ଦାବି ପୂରଣ କରୁ ନ ଥିବା ପ୍ରତି ବାଦରେ ଆଗାମୀ ଦିନରେ ବିଦ୍ୟାଳୟ ରେ ଡାଲା ପକାଇ ଆମରଣ ଅନଶନ କରିବେ ବୋଲି ଗ୍ରାମର ସଂଜୀବ ବେହେରା, ନରେଶ ପ୍ରଧାନ, ଦିଲ୍ଲୀପ କୁମାର ସାହୁ, ରଶ୍ମିତା ବେହେରା, ଲାଲୁ ପାଇକରାୟ, ଦୁର୍ଯ୍ୟୋଧନ ମଳିକ, ସୁନି ମଳିକ, ରଞ୍ଜନ କୁମାର ସାହୁ, କେଶବ ଚନ୍ଦ୍ର ସାହୁ, ଶ୍ରୀକୃଷ୍ଣ ଚନ୍ଦ୍ର ନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି । ଏ ନେଇ ସେମାନେ ସ୍ଥାନୀୟ ବିଡ଼ିଓ, ସରପଞ୍ଚ ଓ ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କୁ ଆମରଣ ଅନଶନ କରିବେ ବୋଲି ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି ।
No Result
View All Result