୨୩ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ସାରା ଦେଶ ପାଳିଛି ପ୍ରଥମ ଜାତୀୟ ମହାକାଶ ଦିବସ l ଗତବର୍ଷ ଆଜିର ଦିନରେ ମହାକାଶ ଗବେଷଣା କ୍ଷେତ୍ରରେ ଇତିହାସ ରଚିଥିଲା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ISRO) l ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥିଲା ଭାରତର ମୁନ୍ ମିଶନ ଚନ୍ଦ୍ରଯାନ-୩ । ପ୍ରତିଟି ଭାରତୀୟଙ୍କ ଛାତି ଖୁସିରେ ଫୁଲି ଉଠିଥିଲା । ଯାହା କୌଣସି ଦେଶ କରିବାରେ ସକ୍ଷମ ହୋଇନଥିଲା ତାହା କରି ଦେଖାଇଥିଲା ଭାରତ । ଦେଶରେ ବିଶ୍ବର ଏକ ନମ୍ବର ଦେଶ ଭାବେ ବିଶ୍ବବିଦିତ ହୋଇଥିଲା ଭାରତ । ଏହି ଦିନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଆଜି ଦେଶ ପାଳିଛି ପ୍ରଥମ ଜାତୀୟ ମହାକାଶ ଦିବସ । ଏହି ଐତିହାସିକ ସଫଳତା ସହ ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଚନ୍ଦ୍ରରେ ଅବତରଣ କରିବାରେ ବିଶ୍ବର ୪ର୍ଥ ରାଷ୍ଟ୍ର ଭାବେ ସ୍ଥାନ ପାଇଥିଲା ।

ଚନ୍ଦ୍ରଯାନ-୩ ଚନ୍ଦ୍ରକୁ ଛୁଇଁବା ପରେ ସାରା ଦେଶରେ ଉତ୍ସବର ମାହୋଲ ଆରମ୍ଭ ହୋଇଥିଲା l ପ୍ରତିଟି ଭାରତୀୟ ଗର୍ବିତ ଅନୁଭବ କରୁଥିଲେ l ପ୍ରତିଟି ଦେଶ ଏହି ଉପଲବ୍ଧି ପାଇଁ ଭାରତକୁ ଶୁଭେଚ୍ଛା ଜଣାଇଥିଲେ । ଅଗଷ୍ଟ ୨୬ ତାରିଖରେ ISRO କମାଣ୍ଡ ନେଟୱାର୍କ ମିଶନ କଣ୍ଟ୍ରୋଲ କମ୍ପ୍ଲେକ୍ସରେ ପହଞ୍ଚିଥିଲେ ମୋଦି । ସେଠାରେ ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ବୋଧନ ସମୟରେ ଅଗଷ୍ଟ 23 ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ l ଇସ୍ରୋର ସଫଳତା ଗାଥାକୁ ମନେ ରଖିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୨୩ ତାରିଖରେ ଜାତୀୟ ମହାକାଶ ଦିବସ ପାଳନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଥମ ଥର ଦେଶର ସବୁଆଡେ ଆଜି ଜାତୀୟ ମହାକାଶ ଦିବସ ପାଳନ କରାଯାଇଛି । ଏହି ଅବସରରେ ରଣପୁର ବ୍ଲକର ବିଭିନ୍ନ ଶିକ୍ଷାଅନୁଷ୍ଠାନରେ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି l ଏହା ସହିତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ଚାଲିଥିବା ପ୍ରୟୋଗ ତାଲିମ କେନ୍ଦ୍ରରେ ମଧ୍ୟ ଏହି ଜାତୀୟ ଦିବସ ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରାଙ୍କ ନିର୍ଦ୍ଦେଶରେ ପାଳିତ ହୋଇଥିଲା l ବିଭିନ୍ନ ଶିକ୍ଷା ଅନୁଷ୍ଠାନ, ତାଲିମ କେନ୍ଦ୍ରରେ ଏହି ଅବସରରେ ପ୍ରୋଜେକ୍ଟର, ସ୍ମାର୍ଟ ବୋର୍ଡ, ଲାପଟପ, ଟାଵଲେଟ, କମ୍ପ୍ୟୁଟର ମାଧ୍ୟମରେ ଚନ୍ଦ୍ରାୟାନ-୩ ର ଭିଡିଓ ଦେଖା ଯାଇଥିଲା l ଏହା ସହିତ ବିଭିନ୍ନ ବିଦ୍ୟାଳୟରେ ଚନ୍ଦ୍ରାୟାନ-୩ର ମଡେଲ ଓ ଡ୍ରଇଁ ପ୍ରତିଯୋଗିତା କରାଯାଇଥିଲା l