
ଓଡିଶା ତାଜା ନ୍ୟୁଜ୍ / ଅଭିମନ୍ୟୁ ( ୧୨ ଅଗଷ୍ଟ ବୁଧବାର ) ଭୁବନେଶ୍ୱର :- ଅଲ୍ ଓଡ଼ିଶା ଇପିଏଫ୍ ପେନ ସନର୍ଷ ଆସୋସି ଏସନ୍ ର ସାଧାରଣ ସମ୍ପାଦକ ଶ୍ରୀ ଭାଗ୍ୟ ଧର୍ ବ୍ରହ୍ମା ଇପିଏଫ୍ ପେନସନ ବୃଦ୍ଧି ପାଇଁ ମାନ୍ୟବର ରାଜ୍ୟସଭା ସଦସ୍ୟ ମୂଜିବୁଲାହ୍ ଖାଁ (ମୁନ୍ନା ଖାଁ) ଙ୍କ ଭୁବନେଶ୍ୱରସ୍ଥ କାର୍ଯ୍ୟାଳୟ ରେ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରି ଭାରତର ପ୍ରଧାନ ମନ୍ତ୍ରୀ ଙ୍କୁ ଅବଗତ/ସୁପାରିସ କରାଇବାକୁ ଅନୁରୋଧ କରିଛନ୍ତି ।
ଓଡ଼ିଶାର ଏକ ଲକ୍ଷ ବାଷଠି ହଜାର ଇପିଏଫ ପେନସନ ଭୋଗି ଅବ ସର ପ୍ରାପ୍ତ ଅର୍ଦ୍ଧ ସରକାରୀ, ବେସରକାରୀ କର୍ମଚାରୀଙ୍କ ପେନସନ ଭାରତର ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟାର ନିର୍ଦ୍ଦେଶ ଅନୁସାରେ ପ୍ରଦାନ କରିବାକୁ ମାନ୍ୟବର ଶ୍ରମ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଇବାକୁ ଅନୁରୋଧ କରାଯାଇଛି । ଏତତ୍ ବ୍ୟତୀତ ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ଇପିଏଫ ପେନସନଧା୍ରି ମାନଙ୍କୁ ଅନ୍ତର୍ଭୁକ୍ତ କରାଇ ସ୍ବାସ୍ଥ୍ୟ ସେବା ଯୋଗାଇଦେବାକୁ ଅନୁରୋଧ କରାଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଲ୍ ଓଡ଼ିଶା ଇପିଏଫପେନସନରସ୍ ଆସୋସିସନ୍ ଖୋର୍ଦ୍ଧା ଜିଲ୍ଲା ଶାଖାର ସଭାପତି ବିଜୟ କୁମାର ଜେନା, ସମ୍ପାଦକ ମାୟାଧର ମଲ୍ଲିକ, ଅନ୍ୟାନ୍ୟ ସଦସ୍ୟ ବିକ୍ରମ କିଶୋର ଛୋଟ ରାୟ , ପ୍ରମୋଦ କୁମାର ମହାନ୍ତି, ନବକିଶୋର ରଣା,ସୁଧୀର କୁମାର ପ୍ରଧାନ, ବିମ୍ବାଧର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ମାନ୍ୟବର ସାଂସଦ ଏପିଏଫ୍ ପେନସନ ବିଷୟ ସଂସଦ ରେ ରେ ଉପସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।















