No Result
View All Result
୨୩ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ଯାଜପୁର :-> ଋଣ ସୁଝି ନପାରି ଚାଷୀଙ୍କ ଆତ୍ମହତ୍ୟା, ବଡ଼ଚଣା , ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଚଣ୍ଡିଖୋଲ ନିକଟସ୍ଥ କ୍ଷେତ୍ରପାଳ ପଞ୍ଚାୟତ ବ୍ରହ୍ମପୁର ଗ୍ରାମରେ ଭାଗଚାଷୀ ରତିକାନ୍ତ ମଲ୍ଲିକ ଋଣ ଭାର ସମ୍ଭାଳି ନ ପାରି ଆତ୍ମହତ୍ୟା କରିଥିବା ଜଣାପଡିଛି, ସୁଚନାଅନୁଯାୟୀ ରତିକାନ୍ତ ମଲ୍ଲିକ ଜଣେ ଦିନ ମଜୁରିଆ ଭାବେ ମଜୁରୀ ଲାଗି ନିଜପରିବାର ପ୍ରତିପୋଷଣ କରନ୍ତି,ଯାହା କିଛି ରୋଜଗାର ହୁଏ ସେଥିରେ ନିଜ ପରିବାର ହସ ଖୁସିରେ ଚଳିଯାଏ, ପରିବାର କହିଲେ ବାପା, ମା , ସ୍ତ୍ରୀ ଓ ତିନି ଝିଅ, ଚଳିତ ବର୍ଷ ୩ଏକର ଚାଷ ଜମି ଭାଗଚାଷ କରିବା ପାଇଁ ବିଭିନ୍ନ ଘରୋଇ ସଂସ୍ଥା ଯଥା ଅନ୍ନପୂର୍ଣ୍ଣା,ସ୍ପନ୍ଦନ,

ବନ୍ଦନ୍ ଓ ସ୍ୱୟଂ ସହାୟକ ଗୋଷ୍ଠି ରୁ ପ୍ରାୟ ୫ ରୁ ୬ ଲକ୍ଷ୍ୟ ଋଣ ଆଣି ଚାଷ କାମରେ ଲଗାଇଥିଲେ, ଯାହା ଦିନ ମଜୁରିଆ ଭାବେ ଚାଷ କାମ ସହିତ ପରିବାର ର ଵୋଝ ଓ ତିନି ଝିଅ ମାନଙ୍କ ପାଠ ପଢାରେ ରତିକାନ୍ତ ମଲ୍ଲିକ ଋଣ ବୋଝାରେ ବୁଡିରହି ଋଣ ପରିଶୋଧ କରିବା ସମ୍ଭବହେଉନଥିଲା, ମାନସିକ ଭାବେ ଭାରି ଅଶାନ୍ତି ରହୁଥିଲେ, ଋଣ ସୁଝିବା ଆଶା ନେଇ ୨୨ତାରିଖ ଦିନ ଗୋଟାଏ ବେଳେ ହାଇଦ୍ରାବାଦ୍ ଯାଇ କିଛି ରୋଜଗାର ହେଲେ ଋଣ ପରିଶୋଧ କରିବେ ବୋଲି ଘରୁ ବାହାରି ଯାଇଥିଲେ,

କିନ୍ତୁ ୨୩ ତାରିଖ ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ରତିକାନ୍ତ ମଲ୍ଲିକଙ୍କ ମୃତ ଶରୀର ତାଙ୍କ ଘର ପଛପଟେ ଥିବା ଏକ ପିଜୁଳି ଗଛରେ ନିଜ ଗାମୁଛା ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା,ଏହା ପରେ ସଙ୍ଗେ ସଙ୍ଗେ ଗ୍ରାମର ୱାର୍ଡ ମେମ୍ବରଙ୍କ ଠାରୁ କ୍ଷେତ୍ରପାଳ ପଞ୍ଚାୟତ ସରପଞ୍ଚ ଫକିର ନାରାୟଣ ମିଶ୍ର ଖବର ପାଇ ଧର୍ମଶାଳା ପୋଲିସଙ୍କୁ ଜଣାଇଥିଲେ, ଘଟଣାସ୍ଥଳେ ଧର୍ମଶାଳା ଥାନା ଏସ ଆଇ ଜହର ଆବେଦିନ୍ ପହଞ୍ଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ ଧର୍ମଶାଳା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ତଦନ୍ତ ଚଳାଇଛନ୍ତି,

No Result
View All Result