No Result
View All Result
୨୩ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ବଡଚଣା :-> ଯାଜପୁର ଜିଲ୍ଲାର ବଡଚଣା ବ୍ଲକ ଅନ୍ତର୍ଗତ ରାଇଝର ଠାରୁ ଚୋରା ଶାଗୁଆନ କାଠ ଜବତ ସହ ଜଣକୁ ଗିରଫ କରିଛି ବନବି। ଜଙ୍ଗଲ ବିଭାଗ ର କଟକ ଭିଜିଲାନ୍ସ ଟିମ୍, ଡାଲିଯୋଡା ବନ କର୍ମଚାରୀ ଓ ବୈରୀ ପୋଲିସ ମିଳିତ ଚଢ଼ାଉ କରି ବଡ଼ଚଣା ବ୍ଲକ ଅନ୍ତର୍ଗତ ସମିଆ ପଞ୍ଚାୟତ ରାଇଝର ଗ୍ରାମରୁ ମୂଲ୍ୟବାନ ଶାଗୁଆନ ଓ ଗମ୍ଭାରୀ ଚିରଟ କାଠ ଓ ପଟା ଜବତ କରିବା ସହ ଆସାମୀ କୁ ବନ ବିଭାଗ ଗିରଫ କରିଛି।

କଟକ ବନଖଣ୍ଡ ଅଧିକାରୀ କୌଣସି ସୂତ୍ର ରୁ ଖବର ପାଇଲେ ଯେ ଉକ୍ତ ଗ୍ରାମରେ ବେଆଇନ କାଠ ମହଯୁଦ ଥିବା ଜାଣି ବନ ବିଭାଗର ଭିଜିଲାନ୍ସ ଟିମ୍ କୁ ଅବଗତ କରାଇଥିଲେ। ଫଳରେ ରାଇଝର ଗ୍ରାମ ର ଅଟଳ ଖିଲାର ଙ୍କ ଘର ଉପରେ ଚଢ଼ାଉ କରିଥିଲେ। ଚଢେଊ ବେଳେ ତାଙ୍କ ଘରୁ ମୂଲ୍ୟବାନ ଶାଗୁଆନ ଓ ଗମ୍ଭାରୀ ୧୦ ସିପ୍ଟ କାଠ, ପଟା ଜବତ କରାଯାଇଛି ଯାହାର ଆନୁମାନିକ ମୂଲ୍ଯ ୪୦ ହଜାର ଟଙ୍କା ।

ବନ ବିଭାଗ କାଠ ଗୁଡିକୁ ଜବତ କରିବା ସହ ଆସାମୀ ଅଟଳ ଖିଲାରଙ୍କୁ ଗିରଫ କରିଛି। ଏହି ଚଢ଼ାଉ ରେ ଭିଜିଲାନ୍ସ ଏସିଏଫ ସବିତା ସୋରେନ, ଭିଜିଲାନ୍ସ ଇନିସପେକ୍ଟର ସୋମ୍ୟ ପଣ୍ଡା, ଡାଳିଯୋଡ଼ା ବନାଞ୍ଚଳ ଅଧିକାରୀ ହିମାଂଶୁ ଶେଖର ପୃଷ୍ଟି, ବୈରୀ ବନପାଳ ମାଣିକ ମୁଣ୍ଡା, ଚଣ୍ଡିଖୋଲ ବନରଖୀ ଅଶ୍ୱିନୀ ସାହୁ, ରଶ୍ମି ରଞ୍ଜନ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ।
No Result
View All Result