No Result
View All Result
୨୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଆନୁକୂଲ୍ୟରେ ବାଲିଗୁଡା ଶାଖା ପକ୍ଷରୁ ଜାତୀୟ ବରିଷ୍ଠ ନାଗରିକ ଦିବସ ସ୍ଥାନୀୟ ମା’ ଦକ୍ଷିଣ କାଳୀ ମନ୍ଦିର ପରିସରରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଉପ ଜିଲାପାଳ ଡା. ରୀନା ପ୍ରଧାନ, ମୁଖ୍ୟବକ୍ତା ଭାବେ ବନଖଣ୍ଡ ଅଧିକାରୀ ବିଶ୍ବରାଜ ପଣ୍ଡା,
ସମ୍ମାନିତ ଅତିଥି ଭାବେ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ପ୍ରବନ୍ଧକ ବିରଞ୍ଚି ନାରାୟଣ ବରିହା, ଆଲୋଚକ ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ.ମଧୁସୁଦନ ମହାପାତ୍ର, ପ୍ରମୁଖ ମଞ୍ଚାସୀନ ଥିଲେ । ବାଲିଗୁଡା ବରିଷ୍ଠ ନାଗରିକ ମଞ୍ଚର ସଭାପତି ବିଜୟ ଚନ୍ଦ୍ର ଖଣ୍ଡଗିରି ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ମନ୍ମଥ କୁମାର ରାଉଳ ବିବରଣୀ ପଠନ କରିଥିଲେ ।
ପ୍ରହଲ୍ଲାଦ ପ୍ରସାଦ ଲେଙ୍କା ସ୍ବାଗତ ଭାଷଣ ସହ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବରିଷ୍ଠ ନାଗରିକ ମାନଙ୍କ ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା । ଶେଷରେ ରାଜ କିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବାଲିଗୁଡା ଅଞ୍ଚଳର ବହୁ ବରିଷ୍ଠ ନାଗରିକ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

No Result
View All Result