୨୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ଜଗତସିଂହପୁର ଜିଲ୍ଲା ପ୍ରାଣୀସମ୍ପଦ ବିକାଶ ବିଭାଗ ଓ ମିଶନ ଶକ୍ତି ବିରିଡି ମିଳିତ ସହଯୋଗରେ ମିଶନଶକ୍ତି ଭବନ ଠାରେ ଗତ ମଙ୍ଗଳ ବାର ଠାରୁ ଆରମ୍ଭ ହୋଇଥିବା ଜିଲ୍ଲାସ୍ତରୀୟ ଗୋପାଳନ ସମ୍ବନ୍ଧୀୟ ଦକ୍ଷତା ଅଭିବୃଦ୍ଧି ପ୍ରଶିକ୍ଷଣ ଶିବିର ଗୁରୁବାର ଶେଷହୋଇଛି l ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ଅତରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଯାଦୁନାଥ ପରିଡା,
ଡା. ଭୁବନ ମୋହନ ସାହୁ, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ମନୋରଞ୍ଜନ ନନ୍ଦ, ଉପଖଣ୍ଡ ପ୍ରାଣୀଚିକିଛା ଅଧିକାରୀ ଡା. ଶଶାଙ୍କ ଶେଖର ନାୟକ, ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସୁବାଷ ଜେନା, ମିଶନ ଶକ୍ତି ପ୍ରକଳ୍ପ ସଂଯୋଜକ ବିଜୟ କୁମାର ରଣା, ବିପିଏମ ଜୀବିକା ମିଶନ ଗଣେଷ ଚନ୍ଦ୍ର ସ୍ୱାଇଁ ଯୋଗଦେଇଥିଲେ l
ଏହି ତିନିଦିନ ବ୍ୟାପି ଶିବିରରେ ବ୍ଲକର 21ଟି ପଂଚାୟତ ର 20ଜଣ ଏସ ଏଚ ଜି ମହିଳା ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ l ଏଥିରେ ଗୋପାଳନ ସମ୍ବନ୍ଧୀୟ ଦକ୍ଷତା ଅଭିବୃଦ୍ଧି ଓ ଉଦ୍ୟୋଗୀ କରଣ ନିମନ୍ତେ ଦକ୍ଷତା ହାସଲ ପାଇଁ ତାଲିମ ଓ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ କରାଯାଇଥିଲା l














