No Result
View All Result
୨୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପଡିଆ :-> ଗାଆଁ ଗାଁରେ ଲୋକଙ୍କୁ ରୁଣ ଟଙ୍କା ଦେଇ ସୁଧ ସହ ସଂଗ୍ରହ କରି ପୁନଃ ଫାଇନାନ୍ସ ବ୍ୟାଙ୍କରେ ଜମା କରୁଥିଲେ ଟଙ୍କା। ହେଲେ ଅର୍ଥ ଲୋଭ ଯେ ଚରିତ୍ରକୁ ବିକାରଗ୍ରସ୍ତ କରିଦବ ଆଉ ନିଜେ କାମ କରୁଥିବା ଫାଇନାନ୍ସ ବ୍ୟାଙ୍କର ଟଙ୍କା ହଡପ ଯୋଜନା କରି ଏହି ଯୋଜନାରେ ପୁଣି ନିଜେ ଫସିବାର ବିସ୍ମୟ କଲାଭଳି ଘଟଣା ଦେଖିବାକୁ ମିଳିଛି ଜିଲ୍ଲା ସଦର ମହକୁମା ଅନ୍ତର୍ଗତ ପଡିଆ ବ୍ଲକରେ। ସୁଚନା ଅନୁଯାୟୀ ଗତ ୧୬ ତାରିଖ ସନ୍ଧ୍ୟା ସମୟରେ ଭାରତ ଫାଇନାନ୍ସ ନାମକ ଏକ ରୁଣ ପ୍ରଦାନ କାରୀ ବ୍ୟାଙ୍କର ଚୟନ ମଣ୍ଡଲ ଓ ସୂରଜ ସରକାର ନାମକ ଦୁଇ ଜଣ କର୍ମଚାରୀ ପଡିଆ ବ୍ଲକ ଅନ୍ତର୍ଗତ ଏମପିଭି ୬୬ ଗ୍ରାମ ଓ ଆଖପାଖ ଅଞ୍ଚଳରେ ରୁଣ ଗ୍ରହଣ କରିଥିବା ଲୋକଙ୍କ ଠାରୁ ଟଙ୍କା ସଂଗ୍ରହ କରି କାଲିମେଳା ଅଭିମୁଖେ ଫେରୁଥିଲେ l
ସନ୍ଧ୍ୟା ପ୍ରାୟ ସାଢେ ଆଠଟା ବେଳେ ଉଭୟ ଉଣ୍ଡୁରୁକୋଣ୍ଡା ଜଙ୍ଗଲ ଦେଇ ଫେରୁଥିବା ବେଳେ ମାଧବ ଦଳପତି ସମେତ ତିନିଜଣ ଦୁର୍ବୃତ୍ତ ଉଭୟଙ୍କୁ ଅଟକାଇ ଚାରି ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ହଡପ କରି ନେଇଥିଲେ। ଏହାପରେ ଏହି ଘଟଣାର ଶୀକାର ହୋଇଥିବା ଫାଇନାନ୍ସ କର୍ମଚାରୀ ଚୟନ ମଣ୍ଡଲ କାଲିମେଳା ଶାଖା ମ୍ୟାନେଜର ମୋହନ ଶଗରିଆ ଙ୍କ ସହ ମିଶି ପଡିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପଡିଆ ପୋଲିସ ଘଟଣା ସ୍ଥଳକୁ ଯାଂଚ କରିବା ବେଳେ ଜଣେ ଦୁର୍ବୁତ୍ତଙ୍କ ମୋବାଇଲ ଠାବ କରିଥିଲେ। ଏହି ମୋବାଇଲ ଛାନଭିନ୍ କରିବାରୁ ଚକିତ କଲାଭଳି ତଥ୍ୟ ସାମ୍ନାକୁ ଆସିଥିବା ପୋଲିସ ପକ୍ଷ୍ୟରୁ କୁହାଯାଇଥିଲା।
ମାଲକାନଗିରି ଏସଡିପିଓ ସଚିନ ପଟେଲ ଙ୍କ ନେତୃତ୍ଵରେ ପଡିଆ ଥାନା ଅଧିକାରୀ ରାମେଶ୍ଵର ପଧାନ ଓ ଏସ୍ ଆଇ ନିରୋଦ କୁମାର ବାଘ ଏକ ଟିମ୍ ଯୋଗେ ବ୍ୟାଙ୍କ କର୍ମଚାରୀ ସୂରଜ ସରକାରଙ୍କ ଘର ସମେତ ବିଭିନ୍ନ ସ୍ଥାନକୁ ଚଢାଉ କରିଥିଲା। ଏହାପରେ ଏହି ଘଟଣାର ମୁଖ୍ୟ ଆସାମୀ ସୂରଜ ସରକାର ସହ ତାଙ୍କ ସହଯୋଗୀ ଆଶିଷ ମଣ୍ଡଳ ଙ୍କୁ ଗିରଫ କରି ଆଜି ପଡିଆ ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଏଥିସହ ପଡିଆ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଛଲରେ ଏଭଳି ନାଟକୀୟ ଢଙ୍ଗରେ ଡକାୟତି ଘଟଣାର ତୁରନ୍ତ ପର୍ଦ୍ଦାଫାସ କରାଯିବା ସହ ଖୁବ ଶୀଘ୍ର ଏହି ଘଟଣାରେ ଜଡିତ ମାଧବ ଦଳପତି ସମେତ ଅନ୍ୟ ଆସାମୀ ଙ୍କୁ ଗିରଫ କରାଯିବ ବୋଲି ମାଲକାନଗିରି ଏସଡିପିଓ ଶ୍ରୀ ପଟେଲ ପ୍ରେସ ମିଟ ଜରିଆରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
No Result
View All Result