No Result
View All Result
୨୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> କରେ ଏପରି ଅନୁକୂଳ ପରିବେଶ ତିଆରି କରିବା ପାଇଁ ପ୍ରୟାସ ଯଦ୍ୱାରା ପ୍ରତ୍ୟେକ ଶିକ୍ଷାର୍ଥୀ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଦକ୍ଷତା ଗୁଡ଼ିକ ହାସଲ କରିପାରିବେ।ଏହି କାର୍ଯ୍ୟକ୍ରମ ଜରିଆରେ ସମସ୍ତ ଶିକ୍ଷାର୍ଥୀ ତୃତୀୟ ଶ୍ରେଣୀ ଶେଷ ବେଳକୁ ପଠନ ,ଲିଖନ,ଓ ସଂଖ୍ୟାଜ୍ଞାନ କୌଶଳ ଆଧାରିତ ଶିକ୍ଷଣ ଦକ୍ଷତା ହାସଲ କରିପାରିବେ ଆଦି ଉଦେଶ୍ୟ ନେଇ ନୂଆଗାଁ ବ୍ଲକ୍ ରେ ତାଲିମ ଶିବିର, ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦମହକୁମାରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟ ରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ପ୍ରୟୋଗ) ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହ ଏଫ୍. ଏଲ.ଏନ୍ ଉପରେ ଗୁରୁତ୍ୱାରୋପ କରିଥିଲେ। ଆର ପି ଭାବେ ସି ଆର୍ ସି ସି ଶ୍ରୀନିବାସ ରଥ,କୈଳାଶ ନାୟକ,ପ୍ରସନ୍ନ କୁମାର ବେହେରା ,ନୀମେଇ ଚରଣ ସାହୁ ଯୋଗଦେଇ ୫ ଟି କ୍ଲଷ୍ଟର ର ୪୭ ଜଣ ଶିକ୍ଷକ , ଶିକ୍ଷୟତ୍ରୀ ଙ୍କୁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଉପରେ ତାଲିମ ପ୍ରଦାନ କରିଥିଲେ। ପେଡ଼ାଗୋଜି ସଂଯୋଜକ କ୍ରୀଷ୍ଣାପ୍ରିୟା ମାଝୀ, ତାଲିମ ଶିବିର ପରିଦର୍ଶନ କରିବା ସହ ଏଫ୍ ଏଲ ଏନ୍ ର ଉଦେଶ୍ୟ ,

ମୌଳିକ ସାକ୍ଷରତା ଓ ସଂଖ୍ୟଜ୍ଞାନ ଉପରେ ପ୍ରଶିକ୍ଷାର୍ଥୀଙ୍କ ସହ ଆଲୋଚନା କରିଥିଲେ।ତାଲିମ ଶିବିର ପରିଦର୍ଶନ ସମୟରେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ ଉପସ୍ଥିତ ଥିଲେ।ସେହିପରି ନୀଳାଦ୍ରିପୁର ପ୍ରାଥମିକ ବିଦ୍ୟାଳୟ ରେ ୪୮ ଜଣ ଏବଂ ବାପୁଜୀ ପ୍ରାଥମିକ ବିଦ୍ୟାଳୟ ରେ ୪୮ ଜଣ ଶିକ୍ଷକ ଶିକ୍ଷୟତ୍ରୀ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ପ୍ରୟୋଗ) ତାଲିମ ଗ୍ରହଣ କରିଥିଲେ।ଆର୍ ପି ଭାବେ ସି ଆର୍ ସି ସି ବିଜୟ କୁମାର ବେହେରା,ବିଭୂତି ଭୂଷଣ ମିଶ୍ର,ରାକେଶ କୁମାର ଘଡେ଼ଇ , ବୀର କିଶୋର ବଳବନ୍ତ ସିଂ, ବେଣୁଧର ଜାନୀ, ଶିକ୍ଷୟତ୍ରୀ ଅନୁପମା ସାହୁ,ରଜନୀ ସେଠୀ,ଶିକ୍ଷକ ହାଡୁବନ୍ଧୁ ସାହୁ ତାଲିମ ପ୍ରଦାନ କରିଥିଲେ ।
No Result
View All Result