୨୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ହିଞ୍ଜିଳିକାଟୁ ବ୍ଲକ ରାଳବ ପଞ୍ଚାୟତରେ ବୁଧବାର ଏକ ଭାବ ଓ ଭବ୍ୟ ବିଦାୟ କାଳୀନ ସମାରୋହ ଅନୁଷ୍ଠିତ ହୋଇଛି। ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୁତି ରଞ୍ଜନ ଦେଓ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ରଶ୍ମିତା ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନ, ବ୍ଲକ ସହକାରୀ ଯନ୍ତ୍ରୀ ଶଙ୍କର ନାରାୟଣ ସୁବୁଦ୍ଧି, ପୂର୍ବ ବୈଷୟିକ ପରାମର୍ଶଦାତା ଡ଼ଃ ହର୍ଷ ମାଧବ କର ଓ ପୂର୍ବ ଯୋଗାଣ ସହାୟକ ସନ୍ତୋଷ କୁମାର ନାୟକ ପ୍ରମୁଖ ମଞ୍ଚସୀନ ଥିଲେ।
ଏହି ଅବସରରେ ଗ୍ରାମବାସୀଙ୍କ ସହଯୋଗ ଓ ଦୁଇ ଅଧିକାରୀଙ୍କ ପ୍ରଚେଷ୍ଟା ବଳରେ ପଞ୍ଚାୟତରେ ବହୁ ଉନ୍ନୟନ ପ୍ରକଳ୍ପର କ୍ରିୟାଶୀଳ ହୋଇଥିବା ବେଳେ ସରକାରଙ୍କ ଲୋକ ହିତକର ଯୋଜନାରେ ଆଲପୁର ଓ ରାଳବ ଗ୍ରାମର ହିତାଧୀକାରୀ ମାନେ ଉପକୃତ ହୋଇଥିବା ମଞ୍ଚସୀନ ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । କର୍ମ କ୍ଷେତ୍ରରେ ବିଦାୟୀ ଅଧିକାରୀ ଓ କର୍ମଚାରୀଙ୍କ ଏଭଳି ଉତ୍ସର୍ଗିକୃତ ସେବା ମନୋଭାବ ସବୁବେଳେ ପ୍ରଶଂସନୀୟ ଅଟେ ବୋଲି ଅଭିହିତ କରିବା ସହ ସେମାନଙ୍କ କର୍ମମୟ ଜୀବନର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।