୨୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ବାଇଶି ମୌଜା କଲେଜେ ର ଛାତ୍ର ଛାତ୍ରୀ ଓ ଅଧ୍ୟାପିକା ମାନଙ୍କ ପକ୍ଷରୁ ବୁଧବାର କଲେଜେ ପରିସରରେ ଆର. ଜି. କର ମେଡିକାଲ କଲେଜ ର ଡାକ୍ତରୀ ଛାତ୍ରୀ ଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ରେ ସମ୍ପୃକ୍ତ ଦୋଷୀମାନଙ୍କୁ ଦଣ୍ଡ ବିଧାନ, ଉତ୍ତରାଖଣ୍ଡ ନର୍ସ ଙ୍କୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଦୋଷୀଙ୍କୁ କଠୋର ଦଣ୍ଡ ବିଧାନ, ସବୁ ନାରୀ ଓ ଶିଶୁ କନ୍ୟା ମାନଂକୁ ସୁରକ୍ଷା ପ୍ରତି ଦୃଷ୍ଟି ଦେବା l
ଅଶୀଳତା, ଅପସଂସ୍କୃତି, ମଦ ମାଦକ ଦ୍ରବ୍ୟ ର ପ୍ରଚାର ପ୍ରସାର ବନ୍ଦ କରିବା ଦାବିରେ ବୁଧବାର ବାଇଶି ମୌଜା କଲେଜ ରେ ଛାତ୍ର ଛାତ୍ରୀ ଓ ଅଧ୍ୟାପିକା ମାନଙ୍କ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଛାତ୍ର ଛାତ୍ରୀ ଓ ଅଧ୍ୟାପିକା ମାନେ ସାମିଲ ହୋଇଥିଲେ l ଅଧ୍ୟାପିକା ଭାରତୀ ବେହେରା, ସ୍ମିତା ମହାପାତ୍ର, ସନ୍ଧ୍ୟା ରାଣୀ ମିଶ୍ର ନେତୃତ୍ୱ ନେଇଥିଲେ l ଦେଶ ବ୍ୟାପି ଆର. ଜି. ମେଡିକାଲ କଲେଜେ ର ଛାତ୍ର ଛାତ୍ରୀ ମାନେ କରୁଥିବା ଆନ୍ଦୋଳନ ପ୍ରତି ନିଜର ସମର୍ଥନ ଜଣାଇଥିଲେ l