No Result
View All Result
ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ଚିକିଟି ଯିବ ବିଜେଡ଼ି ପ୍ରତିନିଧି ଦଳ
୨୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଗଣମାଧ୍ୟମ ସଂଯୋଜକ ଶ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ବିଜେପି ସରକାର ଦାୟିତ୍ୱ ନେବାର ଶହେ ଦିନ ନ ପୁରୁଣୁ ଅପମିଶ୍ରିତ ମଦ ପିଇ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟି ଠାରେ ୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏହି ଘଟଣା ବାବଦରେ ଆଜି ବିଜୁ ଜନତା ଦଳ ବିଧାନସଭାରେ ପ୍ରଶ୍ନ ଉଠାଇଛି ।
ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ମଦମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ପୂର୍ବତନ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି । ଏହି ଟିମ୍ରେ ଶ୍ରୀ ପୂଜାରୀଙ୍କ ସହ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ପୂର୍ବତନ ବିଧାୟକ ଡକ୍ଟର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଏବଂ ବିକ୍ରମ କୁମାର ପଣ୍ଡା ରହିଛନ୍ତି । ଆସନ୍ତାକାଲି ସକାଳେ ଏହି ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ମଦମୃତ୍ୟୁ ଘଟଣାର ବିସ୍ତୃତ ବିବରଣୀ ପ୍ରଦାନ କରିବେ ।
No Result
View All Result