No Result
View All Result
୨୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଦୂରଦୁରା ଗ୍ରାମରେ ଥିବା ଶ୍ରୀଜଗନ୍ନାଥ ପାଠାଗାର ଆନୁକୂଲ୍ୟରେ ଶ୍ରୀକ୍ଷେତ୍ର ରଥଚକ ମହୋତ୍ସବ ଅନୁଷ୍ଠିତ ହେଇଯାଇଛି l ଦିବା 11ଘଟିକା ରେ ପୁରୀରୁ ଆସିଥିବା ମା ସୁଭଦ୍ରାଙ୍କ ଦେବଦଳନ ରଥଚକ ଓ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଙ୍କ ମୂର୍ତ୍ତିକୁକୁ ପୂଜାର୍ଚନା କରି କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଉଦଘାଟନ ହୋଇଥିଲା l
ପରବର୍ତୀ ସମୟରେ ବିଭିନ୍ନ ଅଂଚଳରୁ ଆସିଥିବା କବି ମାନଙ୍କୁ ନେଇ କବିତା ଆସର ହୋଇଥିଲା,ଏବଂ ଅଂଚଳର ଛୋଟ ଛୋଟ ପିଲାଙ୍କୁ ନେଇ ଭଜନ ଓ ନୃତ୍ୟର ଆୟୋଜନ କରାଯାଇଥିଲା l ଉକ୍ତ ଉତ୍ସବରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୂଆଗାଁ ବ୍ଲକ ଅଧକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ୧୭ ନମ୍ବର ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳବେହେରା,
ଆତ୍ମା ଅଧକ୍ଷ ସଞ୍ଜୟ କୁମାର ସାହୂ, ଦୂରଦୁରା ସରପଞ୍ଚ ଜିତେନ୍ଦ୍ର ସାହୂ, ଦୁରୁଦୁରା ସମିତି ସଭ୍ୟ ଗଗନ ବିହାରୀ ମହାପାତ୍ର, ମାଇଛେଳି ପଂଚାୟତର ସରପଞ୍ଚ ଙ୍କ ପ୍ରତିନିଧି ଦାଶରଥି ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ମଦନ ମୋହନ ପ୍ରଧାନ, ଶିକ୍ଷକ ସୁରେଶ ମହାପତ୍ର,ପ୍ରାକ୍ତନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ଶ୍ରୀଧର ବେହେରା ମଞ୍ଚ ପରିଚାଳନା କରିଥିଲେ l
ପରିଶେଷରେ ଅତିଥିମାନେ ପାଠାଗାରକୁ ପରିଦର୍ଶନ କରିବା ସହ ପାଠାଗାରର ପ୍ରତିଷ୍ଠାତା ସଞ୍ଜୟ କୁମାର ସାହୂଙ୍କୁ ଏଭଳି ସଂଗ୍ରହ କରିବା ନିଶାକୁ ଧନ୍ୟବାଦ ଦେବା ସହ ଅନୁଷ୍ଠାନକୁ କିପରି ଆଗକୁ ଅଧିକ ପରିଚୟ ପାଇଵା ସହ ଅନୁଷ୍ଠାନକୁ କିପରି ଭାବରେ ଅଗ୍ରଗତି ହେବ ସେଥିପାଇଁ ସମସ୍ତ ସହଯୋଗ କରାଯିବ ବୋଲି ଅତିଥିମାନେ ବକ୍ତବ୍ୟ ରଖିଥିଲେ l
ପରିଶେଷରେ ସାମ୍ବାଦିକ ଲୋକନାଥ ମିଶ୍ର, ହୃଦୟାନନ୍ଦ ଶାସମଲ, ଶିବଦତ୍ତ ପାତ୍ର, ମାନସ ତ୍ରିପାଠୀ, ଗୋଲଖ ବିହାରୀ ଗୋଛାୟତ, ଶିକ୍ଷକ ମଦନ ମୋହନ ପ୍ରଧାନ ଙ୍କୁ ମୁଖ୍ୟ ଅତିଥି ଦଶପଲ୍ଲା ବିଧାୟକ ଶ୍ରୀ ବେହେରା ସମ୍ମାନୀତ କରିଥିଲେ l
No Result
View All Result