୨୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> କୋଣାର୍କ ଥାନା ଅଧିନସ୍ଥ ମହଲପଡା ଗ୍ରାମପଞ୍ଚାୟତର ଆମ୍ବିଳିଗାଁ ବ୍ରିଜ, ଓଟାଙ୍ଗ ବ୍ରିଜ, ସମା ବ୍ରିଜ ଓ ଟିକରପଡା ବ୍ରିଜ ଆଦି ସ୍ଥାନରେ କଟକୀ ଦଳ ଲାଗି କାଦୁଆ ନଦୀରୁ ଜଳ ନିଷ୍କାସନ ହୋଇପାରୁ ନ ଥିବାରୁ ଚିତ୍ରା, ମାଣ୍ଡୁପଦା, ଓଟାଙ୍ଗ, ମହଲପଡା, ଧନିତ୍ରୀ, ସମା, ସନ୍ତରସ ଆମ୍ବିଳିଗାଁ ସମେତ ୭ଗୋଟି ଗ୍ରାମର ବ୍ଯାପକ ଫସଲ ହାନି ହେବାର ଗୁରୁତର ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଗ୍ରାମପଞ୍ଚାୟତର ଜନପ୍ରତିନିଧି, କୃଷକ ମାନଙ୍କ ଅଭିଯୋଗ କ୍ରମେ ମଙ୍ଗଳବାର ପୂର୍ବାହ୍ନ ୧୨ଘଟିକା ସମୟରେ କାକଟପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ବାଇଧର ମଲ୍ଲିକ,
ପୁରୀ ଡ୍ରେନେଜ ବିଭାଗ ଅଧିକ୍ଷକ ଯନ୍ତ୍ରୀ ରମାକାନ୍ତ ମଲ୍ଲିକ ପ୍ରମୁଖ ଆମ୍ବିଳିଗାଁ ବ୍ରିଜ ପଥରବୁହା ନାଳୀ ରେ ପରିପୂର୍ଣ୍ଣ କଟକୀ ଦଳ, କାଦୁଆ ନଦୀର ଓଟାଙ୍ଗ ବ୍ରିଜ, ସମା ବ୍ରିଜ, ଟିକରପଡ଼ା ବ୍ରିଜ ଆଦି ସ୍ଥାନରେ ପହଞ୍ଚି କଟକୀ ଦଳରେ ପରିପୂର୍ଣ୍ଣ ହୋଇ ଥିବାରୁ କାଦୁଆ ନଦୀରୁ ଜଳ ନିଷ୍କାସନ ହୋଇପାରୁନାହିଁ ବୋଲି ସ୍ଥିତି ଅନୁଧ୍ୟାନ କରିଥିଲେ। ପୂର୍ବତନ ବିଧାୟକ ତଥା କାକଟପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ କୃଷି ଓ କୃଷକ ମାନଙ୍କ କଲ୍ୟାଣ ନିମନ୍ତେ ଜଳ ନିଷ୍କାସନରେ ବାଧକ ସାଜୁଥିବା କଟକୀ ଦଳ ଗୁଡିକ ତୁରନ୍ତ କାଢିବା ପାଇଁ ପୁରୀ ଡ୍ରେନେଜ ବିଭାଗ ଅଧିକ୍ଷକ ଯନ୍ତ୍ରୀ ରମାକାନ୍ତ ମଲ୍ଲିକଙ୍କ ସହ ଆଲୋଚନା କରିବା ସହ ଅବଗତ କରାଇଥିଲେ।
ଏହି ସ୍ଥିତି ଅନୁଧ୍ୟାନ ସମୟରେ ପୁରୀ ଡ୍ରେନେଜ ବିଭାଗ ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ସାହୁ, ସିମିଳି ସରପଞ୍ଚ ବିଶ୍ବଜିତ ସ୍ବାଇଁ, ମହଲପଡା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ରବି ନାରାୟଣ ପତି, ପୂର୍ବତନ ସମିତି ସଭ୍ୟ ପ୍ରକାଶ ରାଉତ, ଧନିତ୍ରୀ ସେବା ସମବାୟ ସମିତିର ପୂର୍ବତନ ସଭାପତି ଶଙ୍କର ଭୂୟାଁ, ଯୁବ ନେତା ନୀଲମ କୁମାର ପରିଡା ସମେତ ଆଖପାଖ ଅଞ୍ଚଳର ଶତାଧିକ କୃଷକ ଉପସ୍ଥିତ ରହି ଡ୍ରେନେଜ ବିଭାଗ ଅଧିକ୍ଷକ ଯନ୍ତ୍ରୀ ରମାକାନ୍ତ ମଲ୍ଲିକଙ୍କୁ ତୁରନ୍ତ ସମାସ୍ୟାର ସମାଧାନ କରିବା ପାଇଁ ଅନୁରୋଧ କରିଥିଲେ ।