No Result
View All Result
୨୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ଆର. ଜି. କର ମେଡିକାଲ କଲେଜ ର ଡାକ୍ତରୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ଓ ହତ୍ୟା ରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ଦୃଷ୍ଟାନ୍ତ ମୂଳକ ଶାସ୍ତି ବିଧାନ, ଉତ୍ତରା ଖଣ୍ଡ ନର୍ସଙ୍କୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଦୋଷୀଙ୍କୁ କଠୋର ଶାସ୍ତି ବିଧାନ, ସର୍ବତ୍ର ନାରୀ -ଶିଶୁକନ୍ୟା ମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ଅଶୀଳତା -ଅପସଂକୃତି -ମଦ ମାଦକ ଦ୍ରବ୍ୟର ପ୍ରଚାର ପ୍ରସାର ବନ୍ଦ କରିବା ଦାବିରେ ମଙ୍ଗଳ ବାର ଅଲଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ବିରିଡି ଛକ ଠାରେ ଏକ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l
ଏହି କାର୍ଯ୍ୟକ୍ରମ ରେ ସସ୍ମିତାସାହୁ, ତପସ୍ବିନୀ ବସ୍ତିଆ, ବିଷ୍ଣୁ ପ୍ରିୟା ସାହୁ ମୋନାଲିସା ପ୍ରଧାନ, ପାୟଲ ସାମଲ ପ୍ରମୁଖ ନେତୃତ୍ୱ ନେଇଥିଲେ l ପ୍ରତିବାଦ କାରୀ ମାନେ ହାତରେ ବ୍ୟାନର ପ୍ଲାକ କାର୍ଡ ଧରି ସ୍ଲୋଗାନ ଦେଇ ବିରିଡି ବଜାର ପରି କ୍ରମା କରିଥିଲେ l ପରେ ଛକରେ ପ୍ରତିବାଦ ସଭା କରାଯାଇଥିଲା l ପ୍ରତିବାଦ କାରୀମାନେ ଆର. ଜି. ମେଡିକାଲ କଲେଜ ର ଛାତ୍ର ଛାତ୍ରୀ ମାନେ କରୁଥିବା ଆନ୍ଦୋଳନ କୁ ସମର୍ଥନ ଜଣାଇଥିଲେ l ସାରା ଦେଶର ସବୁସ୍ତର ର ଜନଗଣ ଏହି ଦାବି ସପକ୍ଷରେ ଆଗେଇ ଆସିବାକୁ ସେମାନେ ଆହ୍ୱାନ ଦେଇଥିଲେ l

No Result
View All Result