ଓଡିଶା ତାଜା ନ୍ୟୁଜ୍ ( ୧୨ ଅଗଷ୍ଟ ବୁଧବାର ) ଭୁବନେଶ୍ୱର :- ଆଜି ମଧ୍ୟାହ୍ନରେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର ଦ୍ୱରା ପରିଚାଳିତ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କ ଦ୍ୱାରା ପ୍ରକାଶିତ ହୋଇଛି । ଚଳିତ ବର୍ଷ ରାଜ୍ୟରେ ମୋଟ ୯୭ ହଜାର ୩୭୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୮ ହଜାର ୩୭୪ ଜଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପାସ ହାର ଶତକଡ଼ା ୭୦.୨୧ ପ୍ରତିଶତ ରହିଛି । ୫୬ ହଜାର ୩୩ ଜଣ ଛାତ୍ରଙ୍କ ମଧ୍ୟରୁ ୩୮ ହଜାର ୩୦୧ ଜଣ ପାସ କରିଥିବାବେଳେ ୪୧ ହଜାର ୩୪୪ ଜଣ ଛାତ୍ରୀଙ୍କ ମଧ୍ୟରୁ ୩୦ ହଜାର ୭୩ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଛାତ୍ରମାନଙ୍କ ପାସହାର ଶତକଡ଼ା ୬୮.୪ ହୋଇଥିବାବେଳେ ଛାତ୍ରୀମାନଙ୍କ ପାସ ହାର ଶତକଡ଼ା ୭୨.୭ ରହିଛି ।
ପ୍ରଥମ ଶ୍ରେଣୀରେ ପାସ ହାର ଶତକଡ଼ା ୨୬ ହୋଇଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ଶତକଡ଼ା ୨୪.୮ ଏବଂ ତୃତୀୟ ଶ୍ରେଣୀରେ ଶତକଡ଼ା ୧୯ ବିଦ୍ୟାର୍ଥୀ ପାସ କରିଛନ୍ତି । ପ୍ରକାଶ ଥାଉ କି, ନୟାଗଡ଼ ଜିଲ୍ଲାର ପାସହାର ସର୍ବାଧିକ (୮୬.୫୧%)ରହିଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାର ପାସହାର ସର୍ବନିମ୍ନ (୪୦.୭୧%) ରହିଛି । ରାଜ୍ୟର ୧୩୭ ଜଣ ଛାତ୍ରଛାତ୍ରୀ ଶତକଡ଼ା ୯୦ରୁ ଅଧିକ ନଞ୍ଚର ରଖିଛନ୍ତି ।
ଏହି ଅବସର ରେ ବିଭାଗୀୟ ପ୍ରମୁଖ ଶାସନ ସଚବି ଶ୍ରୀ ସତ୍ୟବ୍ରତ ସାହୁଙ୍କ ସମେତ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଶ୍ରୀ ଭୂପୀନ୍ଦର ସିଂ ପୁନିଆ, ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ବୃନ୍ଦାବନ ବେହେରା, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ଶ୍ରୀ ବୃନ୍ଦାବନ ଶତପଥୀ, ପରୀକ୍ଷା ନିୟନ୍ତ୍ରକ ଶ୍ରୀ ବିଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।