No Result
View All Result
୧୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ଜିଲ୍ଲା ସ୍ବେଛାସେବୀ ସଙ୍ଗଠନ ସାମୁଖ୍ୟ ଦି ବେଲ୍ ଓମେନ୍ସ କ୍ଲବ ତରଫରୁ ମହିଲାରୁ ପୁରୁଷ ଭାବରେ ନିଜକୁ ପରିବର୍ତ୍ତିତ କରିଥିବା ଟ୍ରାନସ୍ ଜେଣ୍ଡର ମାନଙ୍କୁ ରାକ୍ଷୀ ବାନ୍ଧି ସମାଜକୁ ଏକ ଭିନ୍ନ ବାର୍ତ୍ତା ଦେବାକୁ ପ୍ରୟାସ କରାଯାଇଥିଲା । ସାଧାରଣତଃ ଟ୍ରାଂନଶ ଜେଣ୍ଡର ମାନଙ୍କୁ ସମାଜରେ ବର୍ତ୍ତମାନ ସୁଦ୍ଧା ସମାନ ସୁବିଧା ସୁଯୋଗ ଓ ସାମାଜିକ ସ୍ବୀକୃତି ମିଳିନାହିଁ । ବିଶେଷ ଭାବରେ ଝିଅ ରୁ ପୁଅ ହୋଇଥିବା ବା ପୁଅ ରୁ ଝିଅ ହୋଇ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମାଜ ଅଲଗା ଆଖିରେ ଦେଖି ଥାଏ l
ସେମାନଙ୍କ ଶାରିରୀକ ମାନସିକ ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠାଇ ଥାନ୍ତି ।ତେଣୁ ସେମାନେ ଏକ ଦୁର୍ବିସହ ଓ ଏକାକୀ ଜୀବନ ବଞ୍ଚିବାକୁ ବାଧ୍ୟ ହୋଇ ଥାଆନ୍ତି । ସମାଜର ଏଭଳି ମାନସିକତା କୁ ଦୁରକରିବା ପାଇଁ ବେଲ୍ ଅନୁଷ୍ଠାନ ତରଫରୁ ଏଭଳି ପ୍ରୟାସ କରାଯାଇଛି ବୋଲି ଅନୁଷ୍ଠାନ ଅଧକ୍ଷ ସିଦ୍ଧାର୍ଥ ରାୟ କହିଛନ୍ତି।ପୁରୀ ଗାନ୍ଧୀ ପାର୍କ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଝିଅରୁ ପୁଅ ହୋଇ ଥିବା ଏବଂ ସବୁ ସାମାଜିକ ବାଧା ବନ୍ଧନ ସତ୍ତ୍ଵେ ନିଜ ଗୋଡ଼ରେ ଛିଡ଼ା ହୋଇ ହେବାକୁ ପ୍ରୟାସ କରୁଥିବା ଟ୍ରାନସ୍ ଜେଣ୍ଡର ମାନଙ୍କୁ ବେଲ୍ ଓମେନସ୍ କ୍ଲବ ମହିଳା ମାନେ ହାତ ତିଆରି ଫୁଲ ରାକ୍ଷୀ ବାନ୍ଧିବା ସହିତ ଉପହାର ପ୍ରଦାନ କରି ସମ୍ମାନିତ କରିଥିଲେ ।
ଏହି ଅବସରରେ ମହିଳା ରୁ ପୁରୁଷ ହୋଇଥିବା ରାଜବୀର ଦାସ,ସନ୍ତୋଷ କୁମାର ଜେନା,ସଞ୍ଜୟ ପ୍ରଧାନ,ଦୀପଶୁ ପ୍ରଧାନ,ସନ୍ତୋଷ ମହାକୁଡ଼,ସୁନୀଲ ସାହୁ ଯୋଗ ଦେଇ ଅନୁଷ୍ଠାନର ଏହି ପ୍ରୟାସ କୁ ଧନ୍ୟବାଦ ଦେଇଥିଲେ | ଆଗକୁ ଆମ ମାନଙ୍କୁ ପୁରୁଷର ଅଧିକାର ନେଇ ବଞ୍ଚିବାର ସହାୟକ ହେବ ବୋଲି କହିଥିଲେ।କାର୍ଯ୍ୟ କ୍ରମକୁ ବେଲ୍ ଓମେନସ କ୍ଲବ ର ସମ୍ପାଦିକା ରାଜ ଲକ୍ଷ୍ମୀ ଦାସ,ବନିତା ଦୀକ୍ଷିତ ,ଶାନ୍ତିଲତା ପ୍ରଧାନ,ମିନତୀ ନାୟକ ଓ ଅନ୍ୟମାନେ ପରିଚାଳନା କରିଥିଲେ।
No Result
View All Result