No Result
View All Result
୧୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ସମ୍ବଲପୁର :-> ଯୁଯୋମୁରା ବ୍ଳକ ଅନ୍ତର୍ଗତ ଜୟନ୍ତପୁର ପଞ୍ଚାୟତ ଖେଳ ପଡିଆ ଠାରେ ଗତ ୧୪ ତାରିଖ ବୁଧବାର ଦିନ ରୁ ଆରମ୍ଭ ହୋଇଥିବା ପଞ୍ଚଦିବସୀୟ ଫୁଟବଳ ଟୁର୍ଣାମେଣ୍ଟ ସୋମବାର ଉଦଯାପିତ ହୋଇଯାଇଅଛି I ଏହି ଟୁର୍ନାମେଣ୍ଟ ରେ ସମୁଦାୟ ୧୬ଟି ଦଳ ଯୋଗ ଦେଇଥିଲେ I
ଉଦଯାପନି ଦିବସର ଆଜି ପ୍ରଥମ ସେମି ଫାଇନାଲ ରେ ଡାକଡେରା ଦଳ କୁ ୨ – ୦ ଗୋଲରେ ଗେଙ୍ଗୁଟିପାଲି ଏବଂ ଦ୍ଵିତୀୟ ସେମି-ଫାଇନାଲ ରେ କବରାପାଲି ଦଳକୁ ୩- ୦ ଗୋଲ ରେ ପରାସ୍ତ କରି ସରଳାକାନି ଫାଇନାଲ କୁ ପ୍ରବେଶ କରିଥିଲେ I ସରଳାକାନି ଓ ଗେଙ୍ଗୁଟିପାଲି ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା I ଯେଉଁଥିରେ ଗେଙ୍ଗୁଟିପାଲି ଦଳ ୧ – ୦ ବିଜୟୀ ହୋଇଥିବା ଜଣାପଡିଛି।
ଜୟନ୍ତପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଗଣେଶ ତାଣ୍ଡିଆ ଙ୍କ ସଭାପତିତ୍ବ ଏକ ସଭା ଅନୁଷ୍ଠିତ ହୋଇଥିଲା I ଏଥିରେ ମୁଖ୍ୟ ଅତିଥୀ ଭାବରେ ବରିଷ୍ଠ ବିଜେଡି ନେତା ହୀରାଲାଲ ବେହେରା, ବିଶିଷ୍ଟ ଫୁଟବଲ ଖେଳାଳି ସୁବାସ ରାଉତ, ସୁଶାନ୍ତ ମହାପାତ୍ର, ଭକ୍ତ ଦାସ, ପଂଚାୟତ ର ନାଏକ ସରପଞ୍ଚ ଲଳିତ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି
ଭାବେ ଯୋଗ ଦେଇ ବିଜୟୀ ଦଳ କୁ ଟ୍ରଫି ଓ ୧୮ ହଜାର ଟଙ୍କା ତଥା ରନ୍ଳସ୍ଅପ୍ ଦଳ ଦଳୁ ଟ୍ରଫି ସହ ୧୪ ହଜାର ଟଙ୍କା ପ୍ରଦାନ କରିଥିଲେ I ଏହି ପଞ୍ଚଦିବସୀୟ ଟୁର୍ଣାମେଣ୍ଟ କୁ ମା ମେଟାକାନି କ୍ଲବ ଡାକଡେରା ର ସଭାପତି ଶିବ ଶେରୁଏ, ସମ୍ପାଦକ ସୁନୀଲ ଓରାମ, ନରେଶ ଓରାମ, ଅଜୟ ମୁଣ୍ଡା,
ମଧୁସୂଦନ ବାର୍ଲା, ବିକାଶ ବଂଛୁର ପ୍ରମୁଖ ସହଯୋଗ କରିଥିଲେ। ଏହି ଟୁର୍ଣାମେଣ୍ଟ ରେ ରେଫରି ଭାବରେ ଲିଙ୍ଗରାଜ ପ୍ରଧାନ, ପରେଶ ଭୋଇ, ପରେଶ ପ୍ରଧାନ, ବୃଷଭାନୁ ମହନ୍ତ, ଲଲୋ ଓରାମ, ବିଜୟ ଓରାମ କାର୍ଯ୍ୟ ସଂପାଦନା କରିଥିଲେ I
No Result
View All Result