No Result
View All Result
୧୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଓଡ଼ିଶା ଜନ କଲ୍ୟାଣ ସଙ୍ଗଠନ ର ସଦସ୍ୟ ପ୍ରକାଶ ପାଲଟାସିଂ ଏବଂ ବାଙ୍ଗାଲୋର ସ୍ଥିତ ଓଡ଼ିଶା ଟ୍ରଷ୍ଟ ସରଜାପୁର ସହାୟତାରେ ବାଙ୍ଗାଲୋର କୁ ଉତ୍ତମ ଚିକିତ୍ସା ପାଇଁ ଯାଇଥିବା କଟକ ଚୌଦ୍ୱାର ଅଞ୍ଚଳର ପ୍ରଦୀପ ସ୍ୱାଇଁ ଏବଂ ସୁଜାତା ସ୍ୱାଇଁ ଙ୍କ ୧୧ ବର୍ଷର ଝିଅ ସ୍ଵର୍ଣପ୍ରଭା ସ୍ୱାଇଁ ଙ୍କୁ ସହାୟତା ପ୍ରଦାନ କରିଛନ୍ତି I ସୁର୍ଣପ୍ରଭା ଙ୍କର ଜନ୍ମରୁ ଅଣ୍ଟା ହାଡ଼ ଯୋଡି ହେଇ ନଥିବାରୁ ସେ ଚାଲି ବସି ପାରୁ ନଥିଲେ I

ଓଡିଶା ରେ ବିଭିନ୍ନ ହସ୍ପିଟାଲ କୁ ନେଇ ଚିକିତ୍ସା କରାଇ ଥିଲେ ମଧ୍ୟ୍ୟ କିଛି ସୁଫଳ ମିଳି ନଥିଲା I ଅସ୍ତ୍ରୋପଚାର ଏବଂ ଉତ୍ତମ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିବାରୁ ପରିବାର ଲୋକ ସହାୟତା ଲୋଡ଼ି ଥିଲେ I ପ୍ରତିନିଧି ଜୀବନ ଓଝା ସେଠାରେ ପହଞ୍ଚି ୧୦,୦୦୦ ଟଙ୍କା ର ସହାୟତା ରାଶି ପ୍ରଦାନ କରିବା ସହ ତାଙ୍କର ଉତ୍ତମ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି I

ଓଡିଶା ଜନ କଲ୍ୟାଣ ସଙ୍ଗଠନ ର ସମ୍ପାଦକ ପ୍ରତ୍ୟୁଷ ବିଶ୍ୱାଳ କହିଛନ୍ତି ସ୍ଵର୍ଣପ୍ରଭା ଙ୍କର ଗୋଟେ ଗୋଡ଼ ଅସ୍ତ୍ରୋପଚାର ସଫଳ ହେଇଚି ଆଗାମୀ କିଛି ଦିନ ଭିତରେ ଅନ୍ୟ ଗୋଡ଼ର ଅସ୍ତ୍ରୋପଚାର ହେବ I ସେଥିପାଇଁ ସମସ୍ତେ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି I
No Result
View All Result