No Result
View All Result
୧୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମାରେ ବାବା ବିରୁପାଖେଶ୍ୱର ସେବାଶ୍ରମ ପକ୍ଷରୁ ବୋଲ ବମ୍ ଭକ୍ତ ମାନଙ୍କ ପାଇଁ ସବୁ ବର୍ଷ ପରି ଏବର୍ଷ ଶ୍ରାବଣ ମାସର ଶେଷ ରବିବାର ଦିନ ନୂଆଗାଁ ବଜାରରେ ଅବସ୍ଥିତି ଦାଶରଥି ସ୍ମୃତି ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଶତାଧିକ କାଉଡ଼ିଆ ନିଜର ମାନସିକ ପୂରଣ ନିମନ୍ତେ ଗଣିଆ ନିକଟସ୍ଥ ରାଉତପଡ଼ା ଘାଟରୁ ପାଣିଭାର ଧରି ରାସ୍ତା ଅତିକ୍ରମ କରି ନୂଆଗାଁ ବାବା ବିରୁପାଖେଶ୍ୱରଙ୍କ ନିକଟକୁ ପାଣି ଢାଳିବା ନିମନ୍ତେ ଆସିଥାନ୍ତି । କାଉଡ଼ିଆ ମାନଙ୍କର ମନୋରଞ୍ଜନ ନିମନ୍ତେ ବାଦି ମହିଳା ସଂକୀର୍ତ୍ତନ ଆୟୋଜନ କରାଯାଇଥିଲା ।
ମା ମଙ୍ଗଳା ମାତ୍ରୁମଣ୍ଡଳୀ ଡମସlହି ଓ ଜୟ ଜଗନ୍ନଥ ମାତୃମଣ୍ଡଳୀ ବଡ଼ ଗୋରଡl ମଧ୍ୟରେ ପ୍ରତିଯୋଗିତା ହେଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ କାଉଡ଼ିଆ ମାନଙ୍କ ଉତରତର କାମନା କରିବାସହ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ବାବା ବିରୁପାଖେଶ୍ୱର ସେବାଶ୍ରମ ସଦସ୍ୟ ମାନଙ୍କୁ ଧନ୍ୟବାଦ୍ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ୧୭ ଜୋନ୍ ଜିଲ୍ଲାପରିଷଦ ସଭ୍ୟlଙ୍କ ପ୍ରତିନିଧି ଦିଲ୍ଲିପ କୁମାର ଦଳବେହେରା , ନୂଆଗାଁ ସରପଞ୍ଚ ଙ୍କ ପ୍ରତିନିଧି ତ୍ରିଲୋଚନ ପରିଡ଼ା , ନୂଆଗାଁ ବିଜେଡି ସଭାପତି ପ୍ରକାଶ କୁମାର ନାୟକ ଯୋଗଦେଇ ଥିଲେ । ଭକ୍ତ ମାନଙ୍କ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇ ଥିଲା l
No Result
View All Result