No Result
View All Result
୧୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନୟାଗଡ଼ ମୋଟର ଆସୋସିଏସନର ସଭାପତି, ନୟାଗଡ଼ ଏନ. ଏ. ସି.ର ପ୍ରଥମ କାଉଁସିଲର କାଉଁସିଲର, ନୟାଗଡ଼ର ପ୍ରଥମ ଫୁଟବଲର, ମର୍ସିଡ଼ିଜ ବେଞ୍ଚ ଟ୍ରକର ପ୍ରଥମ ଓନର, ନୟାଗଡ଼ର ପ୍ରଥମ ସରକାରୀ ସ୍ୱୀକୃତିପ୍ରାପ୍ତ ଶିକାରୀ ଅନ୍ତର୍ଯ୍ୟାମୀ ଦାସଙ୍କ ୯୨ ବର୍ଷ ବୟସରେ ନୟାଗଡ଼ ତ୍ରିନାଥ ଛକ ସ୍ଥିତ ବାସଭବନରେ ରବିବାର ସକାଳୁ ପରଲୋକ ହୋଇ ଯାଇଛି l
ସମସ୍ତଙ୍କ ଅତ୍ୟନ୍ତ ମେଳାପୀ, ସ୍ନେହୀ ଥିବା ନୟାଗଡ଼ର ଏହି ବରିଷ୍ଠ ନାଗରିକଙ୍କ ପରଲୋକରେ ଚାରିଆଡେ ଶୋକର ଛାୟା ଖେଳି ଯାଇଥିବା ବେଳେ ଏହି ଦୁଃଖଦ ଖବର ପାଇ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ମୁନିସିପାଲିଟିର ଅଧକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି l
No Result
View All Result